ଓଡିଶା

odisha

ରାଜ୍ୟରେ ମାଡୁଛି ଡେଙ୍ଗୁ, ମ୍ୟାଲେରିଆ; କେମିତି ରୋକିବେ ସରକାର, କ’ଣ ଆକ୍ସନ ପ୍ଲାନ ? ଏମିତି କହିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଧେଶକ - Waterborne Diseases In Odisha

By ETV Bharat Odisha Team

Published : Jul 26, 2024, 1:22 PM IST

Waterborne Diseases In Odisha : ମ୍ୟାଲେରିଆ ଓ ଡେଙ୍ଗୁକୁ ନେଇ ବଢ଼ିଲା ସ୍ୱାସ୍ଥ୍ୟ ବିଭାଗର ଚିନ୍ତା । ଜଳବାହିତ ରୋଗ ପାଇଁ ସବୁ ଜିଲ୍ଲାରେ କଣ୍ଟ୍ରୋଲ ରୁମ ଆକ୍ଟିଭ। ଅଧିକ ପଢନ୍ତୁ

WATERBORNE DISEASES
WATERBORNE DISEASES (ETV BHARAT ODISHA)

ଭୁବନେଶ୍ୱର: ବର୍ଷା ଦିନରେ ରାଜ୍ୟରେ ମ୍ୟାଲେରିଆ ଓ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାର ଲାଗିଛି । ଏହାକୁ ନେଇ ବଢ଼ିଲା ସ୍ୱାସ୍ଥ୍ୟ ବିଭାଗର ଚିନ୍ତା । ଜଳବାହିତ ରୋଗ ପାଇଁ ସବୁ ଜିଲ୍ଲାରେ କଣ୍ଟ୍ରୋଲ ରୁମ ଖୋଲାଯାଇଛି। ଡେଙ୍ଗୁ ପାଇଁ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ କରାଯାଇଛି। କମ୍ବାଇଣ୍ଡ କଣ୍ଟ୍ରୋଲ ରୁମ କରାଯାଇଛି। ସମସ୍ତ ଅଧିକାରୀ ମାନେ ଏହାକୁ ଦେଖିବା ସହ ରିପୋର୍ଟ ଦେଉଛନ୍ତି ଓ ସ୍ୱାସ୍ଥ୍ୟ ବିଭାଗ ଯାହା ନିର୍ଦେଶ ଦେଉଛି କାର୍ଯ୍ୟକାରୀ କରୁଛନ୍ତି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଧେଶକ ନୀଳକଣ୍ଠ ମିଶ୍ର।

WATERBORNE DISEASES (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ବର୍ଷା ପୂର୍ବରୁ ଜଳବାହିତ ରୋଗକୁ ନେଇ ବଢିଲା ଚିନ୍ତା; ଫୋକସରେ ଡାଇରିଆ-ମ୍ୟାଲେରିଆ-ଡେଙ୍ଗୁ - Waterborne Diseases In Odisha

ସେ ଆହୁରି ମଧ୍ୟ କହିଛନ୍ତି, ''ରାଜ୍ୟରେ ଝାଡ଼ାବାନ୍ତି, ଡେଙ୍ଗୁ, ମ୍ୟାଲେରିଆ ବଢୁଛି। ଲୋକଙ୍କୁ ସଚେତନ ହେବାକୁ ପଡ଼ିବ। ସଚେତନତା ସହ ମିଳିତ ସର୍ଭେକ୍ଷଣ ଚାଲିଛି। ଡାଇରିଆ, ଡେଙ୍ଗୁ, ମ୍ୟାଲେରିଆ ଆଦି ରୋଗକୁ ନେଇ ଘର ଘର ବୁଲି ସର୍ଭେ କରାଯାଉଛି। ସାପ କାମୁଡାକୁ ଆଖି ଆଗରେ ରଖି ବ୍ୟାପକ ଇଞ୍ଜେକ୍ସନ ଉପଲବ୍ଧ କରାଯିବା ସହ ଏ ଉପରେ ନଜର ରଖାଯାଇଛି। ସୁନ୍ଦରଗଡରେ ମ୍ୟାଲେରିଆ ଓ ଡେଙ୍ଗୁ ସମ୍ବନ୍ଧୀୟ ଟିକେ ଅଧିକ କେଶ ଚିହ୍ନଟ ହେଉଛି। ଡିପଥେରିଆ ଉପରେ ମଧ୍ୟ ନଜର ରଖିଛି ସ୍ୱାସ୍ଥ୍ୟ ବିଭାଗ। ଲକ୍ଷ୍ମୀପୁରରେ ଗୋଟିଏ କେଶ ସନ୍ଦେହ କରାଯାଉଥିଲା କିନ୍ତୁ ତାହା ନେଗେଟିଭ ବାହାରିଲା। ଡିପଥେରିଆକୁ ନେଇ ଯେଉଁଠି ଅଭିଯୋଗ ଆସୁଛି ସେଠି ପାଖାପାଖି ଅଞ୍ଚଳରେ ବ୍ୟାପକ ସର୍ଭେଲାନ୍ସ କରାଯାଉଛି। ଯେଉଁମାନଙ୍କୁ ସନ୍ଦେହ ହେଉଛି ସେମାନଙ୍କୁ ଆଣ୍ଟି ଡିପଥେରିଆ ଟିକା ଦିଆଯାଉଛି। ଲୋକଙ୍କୁ ସାବଧାନ ହେବାକୁ କୁହାଯାଇଛି। ''

କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଧେଶକ ଦିଲ୍ଲୀପ କୁମାର ପଣ୍ଡା କହିଛନ୍ତି, ''କ୍ୟାପିଟାଲ ହସ୍ପିଟାଲକୁ ଡେଙ୍ଗୁ ରୋଗୀ ଆସୁଛନ୍ତି। ପ୍ରତ୍ୟେକ ଦିନ 500 ରୁ 600 ଟେଷ୍ଟ କରାଯାଉଛି। ବର୍ତ୍ତମାନ ହସ୍ପିଟାଲରେ 9 ଜଣ ଡେଙ୍ଗୁ ରୋଗୀ ଆଡମିଟ ହୋଇଛନ୍ତି। ଏପରିକି ଭୁବନେଶ୍ଵର ଏୟାରପୋର୍ଟ ଅଞ୍ଚଳର, ଖଣ୍ଡଗିରି, ସହିଦନଗର ଏବଂ ନୟାପଲ୍ଲୀ ଭଳି ଅନେକ ସ୍ଥାନରୁ ରୋଗୀମାନେ ଆସୁଛନ୍ତି ଚିକିତ୍ସା ହେବା ପାଇଁ । ଏହା ଛଡ଼ା ହଇଜା ଡାଇରିଆ ଭଳି ରୋଗୀ ମଧ୍ୟ ହସ୍ପିଟାଲକୁ ଆସୁଛନ୍ତି। ଏହା ସହ ବର୍ଷା ଆଗକୁ ରହିଥିବାରୁ କିଭଳି ଭାବରେ ମାଶା ମାନଙ୍କ ଠାରୁ ସତର୍କ ରହିବା ସେନେଇ ସ୍ୱାସ୍ଥ୍ୟ ବିଭାଗର ଗାଇଡ ଲାଇନ ଅନୁସାରେ କାର୍ଯ୍ୟକାରିବା ଆବଶ୍ୟକ। ଏପରିକି ମଧ୍ୟ ବର୍ଷା ଦିନରେ ଅଧିକ ସ୍ଥାନରେ ସାପ କାମୁଡିବା ମଧ୍ୟ ଖବର ଆସୁଛି। ହସ୍ପିଟାଲରେ ମଧ୍ୟ ସାପ କାମୁଡାକୁ ନେଇ ଔଷଧ ଏବଂ ଇଞ୍ଜେକସନ ଗଚ୍ଛିତ ହୋଇ ରହିଛି ।''

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details