ଓଡିଶା

odisha

ETV Bharat / state

ତେଜୁଛି ରାଜଭବନ ରାଜନୀତି; ବିରୋଧୀଙ୍କ ସମାଲୋଚନାର ଭେଙ୍କେୟା ଓ ଧର୍ମେନ୍ଦ୍ରଙ୍କ ଜବାବ - Raj Bhawan politics issue - RAJ BHAWAN POLITICS ISSUE

ତେଜିଲା ରାଜଭବନ ଟାର୍ଗେଟ୍ ରାଜନୀତି । ଟ୍ବିଟ୍ କରି ସ୍ପଷ୍ଟୀକରଣ ରଖିଲେ ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରଖିଲେ ପ୍ରତିକ୍ରିୟା ।

RAJ BHAWAN POLITICS
RAJ BHAWAN POLITICS (ETV Bharat Odisha)

By ETV Bharat Odisha Team

Published : Oct 5, 2024, 8:54 PM IST

ଭୁବନେଶ୍ୱର:ଓଡ଼ିଶା ରାଜଭବନ ଝାଡ଼ଖଣ୍ଡ ନିର୍ବାଚନର ୱାରରୁମ ବୋଲି ବିଜେଡି ଅଭିଯୋଗ ଆଣିଛି । ଅଭିଯୋଗକୁ ନେଇ ରାଜ୍ୟ ରାଜନୀତି ବଢିବାରେ ଲାଗିଛି । ଓଡିଶା ରାଜଭବନରେ ତାଙ୍କ ଉପସ୍ଥିତକୁ ନେଇ ରାଜନୀତି ନକରିବାକୁ କହିଛନ୍ତି ପୂର୍ବତନ ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଏହା ପରେ ମଧ୍ୟ ତେଜିବାରେ ଲାଗିଛି ରାଜନୀତି । ଘଟଣାକୁ ନେଇ ବିରୋଧୀ ବିଜେପିକୁ ଘେରିଥିବା ବେଳେ ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଓଡିଶା ରାଜଭବନ ଝାଡ଼ଖଣ୍ଡ ନିର୍ବାଚନର ୱାରରୁମ ସାଜିଛି ବୋଲି ବିଜେଡି ଅଭିଯୋଗ ଆଣିଛି । ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ଝାରଖଣ୍ଡ ନିର୍ବାଚନରେ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା କଥା ବିଜେଡ଼ି କହିଛି । ନିକଟରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓ ପୂର୍ବତନ ରାଷ୍ଟ୍ରପତି ଭେଙ୍କିଆ ନାଇଡୁ ଓଡିଶା ରାଜଭବନକୁ ଆସିଥିଲେ । ଏହାକୁ ବିଜେଡି ଝାରଖଣ୍ଡ ନିର୍ବାଚନ ସହ ଯୋଡି ପ୍ରସଙ୍ଗ କରିବା ପରେ ଜବାବ ରଖିଛନ୍ତି ଉପ ରାଷ୍ଟ୍ରପତି ।

RAJ BHAWAN POLITICS (ETV Bharat Odisha)

ପୂର୍ବତନ ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଏକ୍ସରେ କହିଛନ୍ତି, "ଓଡ଼ିଶାର ଭୁବନେଶ୍ୱରକୁ କିଛି ଦିନ ତଳେ ଗସ୍ତ କରିଥିଲି । ଏହାକୁ ରାଜନୈତିକ ରଙ୍ଗ ଦିଆନଯାଉ । କୌଣସି ରାଜନୈତିକ କାର୍ଯ୍ୟକ୍ରମରେ ନୁହେଁ ଏକ ଶିକ୍ଷାନୁଷ୍ଠାନର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲି । ପ୍ରଟୋକଲ ଅନୁସାରେ ରାଜଭବନରେ ରହିଥିଲି । ରାଜ୍ୟପାଳ ଓ ଅନ୍ୟାନ୍ୟ ବ୍ୟକ୍ତିଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କାର୍ଯ୍ୟକ୍ରମ ହୋଇଥିଲା । ସୌଜନ୍ୟମୂଳକ ସାକ୍ଷାତ ବ୍ୟତୀତ କୌଣସି ରାଜନୈତିକ ଆଲୋଚନା ହୋଇନାହିଁ । ପୂର୍ବତନ ଉପ ରାଷ୍ଟ୍ରପତିଙ୍କୁ ରାଜନୈତିକ ବିବାଦରେ ଟାଣିବା ଠିକ ନୁହେଁ ।"

ଏହା ବି ପଢନ୍ତୁ-‘ଓଡ଼ିଶା ରାଜଭବନ ଝାଡ଼ଖଣ୍ଡ ନିର୍ବାଚନର ୱାର ରୁମ’, ମୁହାଁମୁହିଁ ଶାସକ-ବିରୋଧୀ - jharkhand assembly election

ଏହା ବି ପଢନ୍ତୁ- 'ରାଜଭବନ ନା ରାଜନୈତିକ ଆଡ୍ଡାସ୍ଥଳୀ' ପ୍ରଶ୍ନ କଲା ବିଜେଡି - BJD Targets Raj Bhawan

ଏହା ବି ପଢନ୍ତୁ- ହିମନ୍ତ, ରଘୁବର ଏବଂ ମୋହନଙ୍କ ଭେଟଘାଟ, ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କି ? - Assam CM Meets Odisha Governor


କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି, "ରାଜଭବନ କୌଣସି ରାଜନୈତିକ ଦଳର ନିର୍ବାଚନ ୱାର ରୁମ ଭାବେ କାର୍ଯ୍ୟ କରିବା କଥା ନୁହେଁ । ଅତୀତରେ ଏମିତି ଘଟଣା ଦେଖିବାକୁ ମିଳିନଥିଲା । ଏ ସରକାର ଆସିବା ପରେ କେନ୍ଦ୍ର ଓ ରାଜ୍ୟ ରାଜଭବନକୁ ୱାର ରୁମ କରିଛନ୍ତି । ଝାରଖଣ୍ଡ ନିର୍ବାଚନ ନିୟନ୍ତ୍ରଣ ଲାଗି ପ୍ରୟାସ କରୁଛନ୍ତି । ଏହା ଦୁର୍ଭାଗ୍ୟଜନକ । ଆଉ ଏବେ ସେ ସଫେଇ ଦେଉଛନ୍ତି । ରାଜଭବନକୁ ଆସି ଅତିଥି ଭାବେ ରହିବେ । କିନ୍ତୁ ସେଠାରେ ଝାରଖଣ୍ଡ ନିର୍ବାଚନର ୱାର ରୁମ ଭାବେ ପରିଚାଳନା କରିବା ଠିକ ନୁହେଁ ।"



ବିଜେଡି ମୁଖ୍ୟପାତ୍ର ଲେନିନ ମହାନ୍ତି କହିଛନ୍ତି, "ସ୍ପଷ୍ଟ ଭାବେ ଆମେ କହିଛୁ । ରାଜନୀତିକୁ ଆମେ କାହାକୁ ଟାଣିନାହୁଁ । ରାଜଭବନ ଏକ ସାମ୍ବିଧାନିକ ସ୍ଥାନ । ଏହାର ଗାରିମା ଅନେକ । ରାଜଭବନ ଭିତରେ ଆମେ ରାଜନୀତି ଆଶା କରୁନାହୁଁ । ରାଜ୍ୟପାଳଙ୍କ ପୁଅ ଜଣେ ସରକାରୀ ଅଧିକାରୀଙ୍କୁ ଆକ୍ରମଣ କରିଥିଲେ, ଆମେ ତାଙ୍କ ନାଁ ନେଇନଥିଲୁ । ରାଜ୍ୟପାଳ ସାମ୍ବିଧାନିକ ବ୍ୟକ୍ତି, ସେ ଏହି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା କଥା । ମୁଖ୍ୟମନ୍ତ୍ରୀ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି । ବଦଳରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜଭବନ ଯାଉଛନ୍ତି । ଏହାର କିଛିଦିନ ପରେ ଝାରଖଣ୍ଡରେ ପ୍ରଚାର କରୁଛନ୍ତି ଆମ ମୁଖ୍ୟମନ୍ତ୍ରୀ । ଆମେ ଯାହା କହିଛୁ ଠିକ କହିଛୁ । ଆମେ ଆମ କଥାରେ କ୍ଲିଅର ଅଛୁ । ବାରମ୍ବାର ସେହି କଥା କହିବୁ ।"



ସେ ଆହୁରି ମଧ୍ୟ କହିଛନ୍ତି, "କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଣ ରାଜ୍ୟପାଳ ଅଛନ୍ତି କି ? ରାଜ୍ୟପାଳଙ୍କ ଲୋକ ସମ୍ପର୍କ ଅଧିକାରୀ ଭଳି କାହିଁକି ଜବାବ ଦେଉଛନ୍ତି କେନ୍ଦ୍ରମନ୍ତ୍ରୀ ? କେନ୍ଦ୍ରମନ୍ତ୍ରୀ କାହିଁକି ରାଜଭବନ କଥା ଉଠାଉଛନ୍ତି । ଓଡିଶା ଆସି ଖାଲି ବୟାନବାଜି କଲେ ହେବନାହିଁ । ବକ୍ତବ୍ୟରେ ନିଆଁ ଲେଗେଇ ଯିବେ ବୋଲି ଭାବନ୍ତୁ ନାହିଁ । ଓଡିଶା ପାଇଁ କଣ କରୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କୁହନ୍ତୁ । ରାଜଭବନରେ ଯାହା ହେଉଛି ଠିକ ବୋଲି କହି ଯଦି କେନ୍ଦ୍ରମନ୍ତ୍ରୀ କ୍ଲିନ ଚିଟ ଦେବେ ଆମେ କିଛି କହିବାର ନାହିଁ । ଧର୍ମେନ୍ଦ୍ର ଖାଲି ଷ୍ଟେଟମେଣ୍ଟ ମନ୍ତ୍ରୀ ନହୁଅନ୍ତୁ ।



ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, "ରାଜ୍ୟପାଳଙ୍କ ଅଫିସଟି ବଡ ମର୍ଯ୍ୟାଦା ସମ୍ପର୍ନ୍ନ ଅଫିସ । କିଛି ଲୋକଙ୍କ ମନରେ ହାର ମନା ଭାବ ଆସୁଛି । ଅଗଣତାନ୍ତ୍ରୀକ, ପରାଜୟକୁ ସହଜରେ ସ୍ବକାର କରୁ ନାହାନ୍ତି, ତାଙ୍କ ମନରେ ଏମିତି ଭାବନା ଆସୁଛି । ଓଡ଼ିଆ ଲୋକ ନିଷ୍ପତି ନେଇଛନ୍ତି । ଲୋକଙ୍କ ନିଷ୍ପତିକୁ ବିଜେଡ଼ି 5 ବର୍ଷ ପାଇଁ ମୁଣ୍ଡ ପାତି ସ୍ୱୀକାର କରନ୍ତୁ । ବିରୋଧୀ ଦଳର ବଡ ଦାୟୀତ୍ବ ସରକାରୀ ଦଳର ଭୁଲ ତ୍ରୁଟିକୁ ଲୋକଲୋଚନକୁ ଆଣିବା । ତାଙ୍କର ଦାୟୀତ୍ବ ଅଛି କିନ୍ତୁ ନିଜର ହତାସ ଭାବକୁ ରାଜଭବନ ଅଫିସ ଆଡ଼କୁ ନମୁହାନ୍ତୁ ।"

ABOUT THE AUTHOR

...view details