ଓଡିଶା

odisha

By ETV Bharat Odisha Team

Published : 4 hours ago

ETV Bharat / state

କାଲି ଦିଲ୍ଲୀରେ ରୋଡ଼ ସୋ' କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଫୋକସରେ ଓଡିଶାରେ ପୁଞ୍ଜିନିବେଶ - Utkarsh Odisha 2025

Utkarsh Odisha Make in Odisha Conclave 2025: ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫ । ଅକ୍ଟୋବର ୩ରେ (ଆସନ୍ତାକାଲି) ନୂଆଦିଲ୍ଲୀରେ ରୋଡ୍ ସୋ‘ କରିବେ ମୁଖ୍ୟମନ୍ତ୍ରୀ ମୋହନ । ଅଧିକ ପଢ଼ନ୍ତୁ

Utkarsh Odisha Make in Odisha Conclave 2025
Utkarsh Odisha Make in Odisha Conclave 2025 (ETV Bharat Odisha)

ଭୁବନେଶ୍ବର:ଆସନ୍ତା ବର୍ଷ ଜାନୁଆରୀରେ ମୋହନ ସରକାର ଆୟୋଜନ କରିବେ 'ଉତ୍କର୍ଷ ଓଡ଼ିଶା ମେକ ଇନ ଓଡ଼ିଶା କନକ୍ଲେଭ ୨୦୨୫' । ଏଥିପାଇଁ ପ୍ରାକ ପ୍ରସ୍ତୁତ ଆରମ୍ଭ କରିଛନ୍ତି ଓଡିଶା ସରକାର । ଅକ୍ଟୋବର ୩ ତାରିଖରେ ବିଭିନ୍ନ ଦେଶର ରାଷ୍ଟ୍ରଦୂତ, ହାଇ କମିଶନ, କନସୋଲ ଜେନେରାଲ, ଶିଳ୍ପପତିଙ୍କ ସହ ଆଲୋଚନା କରିବେ ମୋହନ ସରକାର । ଏଥିପାଇଁ ନୂଆଦିଲ୍ଲୀ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ, ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ଓ ବରିଷ୍ଠ ଅଧିକାରୀ ।

ଉତ୍କର୍ଷ ଓଡ଼ିଶା ମେକ ଇନ ଓଡ଼ିଶା କନକ୍ଲେଭ ୨୦୨୫:

ଏନେଇ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ କହିଛନ୍ତି, "ଉତ୍କର୍ଷ ଓଡ଼ିଶା ମେକ ଇନ ଓଡ଼ିଶା କନକ୍ଲେଭ ୨୦୨୫ ପାଇଁ ପ୍ରାକ ପ୍ରସ୍ତୁତ ଆରମ୍ଭ ହୋଇସାରିଛି । ଏହି ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟରେ ନୂଆଦିଲ୍ଲୀରେ ଓଡିଶା ସରକାରଙ୍କ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ସାମିଲ ହେବେ । ବିଭିନ୍ନ ଦେଶର ରାଷ୍ଟ୍ରଦୂତ, ହାଇ କମିଶନ, କନସୋଲ ଜେନେରାଲ, ଟ୍ରେଡ଼ କମିଶନର ମାନଙ୍କ ସହ ଓଡିଶା ସରକାରଙ୍କର ଆଲୋଚନା ହେବ । ସେହିପରି ବିଭିନ୍ନ ଶିଳ୍ପପତିଙ୍କ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା ୱାନ ଟୁ ୱାନ ଆଲୋଚନା କରିବେ ।"

ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କ ପ୍ରତିକ୍ରିୟା (ETV Bharat Odisha)



ଓଡିଶାରେ ଶିଳ୍ପ ପ୍ରତିଷ୍ଠା ଲାଗି ଭିର୍ତ୍ତିଭୂମୀ ବାବଦରେ ଆଲୋଚନା ହେବ:

ଶିଳ୍ପମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "କାର୍ଯ୍ୟକ୍ରମ ଅବସରରେ ଏକ ରୋଡ଼ ସୋ' ଆୟୋଜନ ହେବାର ରହିଛି । ବିଭିନ୍ନ ଶିଳ୍ପ ମୁଖ୍ୟ, ବ୍ୟବସାୟୀକ ମୁଖ୍ୟ ଉପସ୍ଥିତ ରହିବେ । ଆଇଟି, ଆଇଟିଏସ, ଖାଦ୍ୟ ପ୍ରକ୍ରିୟାକରଣ, କେମିକାଲ, ପେଟ୍ରୋକେମିକାଲ, ଟେକ୍ସଟାଇଲ ଓ ଅନ୍ୟାନ୍ୟ ଶିଳ୍ପ ମୁଖ୍ୟଙ୍କ ସହିତ ଆଲୋଚନା ହେବ । ନିବେଶକ ମିଟ ଆୟୋଜନ ହେବ । ଓଡିଶାରେ ବିଜେପିର ସରକାର ଆସିବା ପରେ ଶିଳ୍ପ ଇକୋ ସିଷ୍ଟମକୁ ସୁଦୃଢ କରାଯାଇଛି । ଇଜ ଅଫ ଡୁଇଙ୍ଗ ବିଜନେସରେ ଆମେ ଆଗକୁ ଯାଇଛୁ । ସିଙ୍ଗିଲ ୱଣ୍ଡୋ ବ୍ୟବସ୍ଥାରେ ସହଜ ଓ ସରଳୀକରଣ କରାଯାଇଛି । ଏ ବାବଦରେ ଆମେ ଅବଗତ କରାଇବୁ । ଓଡିଶାରେ ଶିଳ୍ପ ପ୍ରତିଷ୍ଠା ଲାଗି ଭିତ୍ତିଭୂମି ବାବଦରେ ଆଲୋଚନା ମଧ୍ୟ କରିବୁ ।"

Utkarsh Odisha Make in Odisha Conclave 2025 (ETV Bharat Odisha)

୫ ବର୍ଷରେ ଅଢେ଼ଇ ଲକ୍ଷ କୋଟି ପୁଞ୍ଜିନିବେଶ ଟାର୍ଗେଟ:

ସେ ଆହୁରି ମଧ୍ୟ କହିଛନ୍ତି, "ଓଡିଶାରେ ନିବେଶ କଲେ ନିବେଶକ କିଭଳି ଲାଭବାନ ହେବେ ଓ କ'ଣ ସୁବିଧା ରାଜ୍ୟ ସରକାର ଯୋଗାଇ ଦେବେ ସେ ନେଇ ଅବଗତ କରାଯିବ । ୧୦୦ ଦିନରେ ବିଜେପି ସରକାର ନିବେଶ କ୍ଷେତ୍ରରେ ଅନେକ ସଫଳତା ପାଇଛି । ୪୫ ହଜାର କୋଟିର ପୁଞ୍ଜି ନିବେଶକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି । ୫ ବର୍ଷରେ ଅଢେ଼ଇ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଟାର୍ଗେଟ ରହିଛି । ଏହି ଦିଗରେ ପ୍ରଥମ ବର୍ଷ ଟାର୍ଗେଟର ୯୦ ପ୍ରତିଶତ ୧୦୦ ଦିନରେ ପୂରଣ କରିଛୁ । ଯାହା ଆଶା ଅଛି ରାଜ୍ୟରେ ଭଲ ପୁଞ୍ଜିନିବେଶ ହେବ । ଗତବର୍ଷ ତୁଳନାରେ ମେକ ଇନ ଓଡ଼ିଶା ଭଲ ହେବା ସହ ବଡ଼ ନିବେଶକ ଓଡିଶା ଆସିବେ ।"

ଏହା ମଧ୍ୟ ପଢ଼ନ୍ତୁ...ନୂଆବର୍ଷରେ ମୋହନ ମାଝୀ ସରକାରଙ୍କ ମିଶନ ଶିଳ୍ପାୟନ, ‘ଉତ୍କର୍ଷ ଓଡ଼ିଶା’ରେ ବିଶ୍ବ ନିବେଶକଙ୍କୁ କରାଯିବ ଆକୃଷ୍ଟ - Utkarsha Odisha Logo Unveiled

ଏହା ମଧ୍ୟ ପଢ଼ନ୍ତୁ...ବଦଳିବ ମେକ୍‌ ଇନ୍‌ ଓଡ଼ିଶା ନାଁ ! ସଙ୍କେତ ଦେଲେ ମନ୍ତ୍ରୀ - Make in Odisha name will be changed

ଏହା ମଧ୍ୟ ପଢ଼ନ୍ତୁ...ଝାଡ଼ଖଣ୍ଡରେ ଉଠିଲା ଓଡ଼ିଆ ଅସ୍ମିତା, ଏମିତି କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ - CM Mohan Majhi In Jharkhand

ମୋହନ ସରକାରଙ୍କ ରଣନୀତି ପ୍ରସ୍ତୁତି:

ଆସନ୍ତା ବର୍ଷ ଅର୍ଥାତ ୨୦୨୫ ଜାନୁଆରୀ ୨୮ ଓ ୨୯ରେ ଆୟୋଜନ ହେବ ଉତ୍କର୍ଷ ଓଡ଼ିଶା ମେକ ଇନ ଓଡ଼ିଶା କନକ୍ଲେଭ ୨୦୨୫ । କାର୍ଯ୍ୟକ୍ରମରେ ସାମିଲ ହେବେ ଦେଶ ଓ ବିଦେଶର ନିବେଶକ । ଏଥିପାଇଁ ଗତ ଶୁକ୍ରବାର ରାତିରେ ଉତ୍କର୍ଷ ଓଡିଶା ୨୦୨୫ ଲୋଗୋ ଉନ୍ମୋଚିତ କରିଛନ୍ତି ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର । ପ୍ରଗତିର ନୂତନ ସୂର୍ଯ୍ୟୋଦୟ ୨୦୩୬ ସୁଦ୍ଧା ହେବ ବିକଶିତ ଓଡ଼ିଶାର ଅଭ୍ୟୁଦୟ । ଏଥିପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି ମୋହନ ସରକାର ।



ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details