ବୌଦ୍ଧ:ବୌଦ୍ଧଜିଲ୍ଲାରେ ପାରମ୍ପରିକ ବଡ଼ିର ରହିଛି ସ୍ୱତନ୍ତ୍ର ପରିଚୟ । ବୌଦ୍ଧ ଜିଲ୍ଲାର କେଉଟ ସାହିର ମହିଳାମାନେ ବିନା କୌଣସି ମେସିନର ସାହାଯ୍ୟରେ ପାରମ୍ପରିକ ଶିଳ ଓ ଘୋରଣାରେ ପ୍ରସ୍ତୁତ କରିଥାନ୍ତି ବିଭିନ୍ନ ପ୍ରକାରର ବଡ଼ି । ଯାହାର ଚାହିଦା କେବଳ ଜିଲ୍ଲାରେ ନୁହେଁ ବରଂ ଆଖପାଖ ଜିଲ୍ଲା ତଥା ସହରରେ ରହିଛି । ହେଲେ ମହିଳାଙ୍କ ହାତ ତିଆରି ବଡ଼ିକୁ ଉପଯୁକ୍ତ ଦର ମିଳୁନାହିଁ । ଯାହାକୁ ନେଇ ଚିନ୍ତାରେ ମହିଳାମାନେ ।
ଓଡ଼ିଆ ଘରେ ବଡ଼ିର ସ୍ୱତନ୍ତ୍ରତା ରହିଛି । ପଖାଳ ସାଙ୍ଗକୁ ବଡି ପ୍ରତ୍ୟେକ ଓଡ଼ିଆର ପ୍ରିୟ ଖାଦ୍ୟ । ଏବୌଦ୍ଧ ଜିଲ୍ଲା ସଦର ମହକୁମାଠାରେ ରହିଛି କେଉଟ ସାହି । ଏହି କେଉଟ ସାହିଠାରେ ବସବାସ କରୁଥିବା ଧୀବର ବା କୈବର୍ତ୍ତ ସଂପ୍ରଦାୟର ପରିବାର ମଧ୍ୟରୁ ଅଧିକାଂଶ ପରିବାରର ପୁରୁଷ ମାନେ ମହାନଦୀରୁ ମାଛଧରା ପରିବାର ପ୍ରତିପୋଷଣ କରୁଥିବା ବେଳେ ମହିଳାମାନେ ମୁଖ୍ୟତଃ ଚୁଡା, ମୁଢ଼ି ସହ ପ୍ରସ୍ତୁତ କରିଥାନ୍ତି ବଡ଼ି । ଏହି ସାହିର ପ୍ରତ୍ୟେକ ପରିବାର ଏହି ବଡି ତିଆରି କରିଥାନ୍ତି । ଏବଂ ଏହାର ଚାହିଦା କେବଳ ଜିଲ୍ଲାରେ ନୁହେଁ ବରଂ ଆଖପାଖ ଜିଲ୍ଲାରେ ମଧ୍ୟ ବେଶ୍ ଅଧିକ ରହିଛି ।
ଏହାମଧ୍ୟ ପଢନ୍ତୁ.. ଲୋପ ପାଇବାକୁ ବସିଲାଣି କାଗଜ ମୁଖା, ପୁନଃବ୍ୟବହାର କରିବାକୁ ପ୍ରଦୀପଙ୍କ ପ୍ରୟାସ - Paper Mask