ଓଡିଶା

odisha

ETV Bharat / state

ଓଡ଼ିଶାରେ ନଡ୍ଡା: କଂଗ୍ରେସ ଉପରେ ବର୍ଷିଲେ, କହିଲେ ବିଜେପି ନେତାର ପୁଅ ନେତା ହୁଏନି - JP Nadda in Bhubaneswar - JP NADDA IN BHUBANESWAR

JP Nadda Address Party Workers: ଭୁବନେଶ୍ବରରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କଲେ । ବିଜେପି ସରକାରର ସଫଳତା ବଖାଣିଲେ, ବିରୋଧୀଙ୍କ ଉପରେ ବର୍ଷିଲେ । କହିଲେ ବିଜେପି ନେତାର ପୁଅ ନେତା ହୁଏନି । ଅଧିକ ପଢନ୍ତୁ

ଭୁବନେଶ୍ବରରେ ନଡ୍ଡା: ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କଲେ, ବିରୋଧୀଙ୍କ ଉପରେ ବର୍ଷିଲେ
ଭୁବନେଶ୍ବରରେ ନଡ୍ଡା: ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କଲେ, ବିରୋଧୀଙ୍କ ଉପରେ ବର୍ଷିଲେ (ETV Bharat Odisha)

By ETV Bharat Odisha Team

Published : Sep 26, 2024, 2:23 PM IST

Updated : Sep 26, 2024, 3:56 PM IST

ଭୁବନେଶ୍ବର: ଦିନିକିଆ ଗସ୍ତରେ ଭୁବନେଶ୍ବରରେ ପହଞ୍ଚିଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା । ପୂର୍ବାହ୍ନ ପ୍ରାୟ 11 ଟାରେ ବିମାନ ବନ୍ଦରରେ ପହଞ୍ଚିବା ପହଞ୍ଚିବା ପରେ ତାଙ୍କୁ ଦଳୀୟ କାର୍ଯ୍ୟକର୍ତ୍ତା ସ୍ବାଗତ କରିଥିଲେ । ପରେ ଦଳର ସଦସ୍ୟତା ସଂଗ୍ରହ ଅଭିଯାନରେ ସାମିଲ ହୋଇଛନ୍ତି । କାର୍ଯ୍ୟକ୍ରମରେ ଦଳର ମନ୍ତ୍ରୀ, ସାଂସଦ ବିଧାୟକ ଓ ସାଙ୍ଗଠନିକ କାର୍ଯ୍ୟକର୍ତ୍ତାଙ୍କୁ ନଡ୍ଡା ସମ୍ବୋଧିତ କରିଛନ୍ତି । ମୋଦି ସରକାରର ବିକାଶ ଓ ସଂସ୍କାରମୂଳକ ପଦକ୍ଷେପର କଥା ବଖାଣିବା ସହ ବିରୋଧୀ କଂଗ୍ରେସ ଉପରେ ବର୍ଷିଛନ୍ତି ।

‘କଂଗ୍ରେସ ଦଳ ସହରୀ ନକ୍ସଲବାଦୀର ମୁଖପାତ୍ର’:

ଜେପି ନଡ୍ଡା (ETV Bharat Odisha)

ଜେପି ନଡ୍ଡା ସମ୍ବୋଧନ କରି କହିଛନ୍ତି, ‘କୌଣସି ଏମିତି ଦଳ ଅଛି ଯିଏ ବିଚାରଧାରା ଉପରେ ଚାଲୁଛି । ଆମର ବାମପନ୍ଥୀ ଦଳ ଗୁଡିକ କେଉଁଠି ଚାଲୁଥିଲେ କେଉଁଠି ପହଞ୍ଚି ଗଲେଣି । କାହା ସହ ଶତ୍ରୁତା କାହା ସହ ମିତ୍ରତା କିଛି ବୁଝିହେଉନାହିଁ । ଆଜି କେରଳରେ ପରସ୍ପର ମଧ୍ୟରେ ଲଢେଇ କରୁଛନ୍ତି ଦିଲ୍ଲୀରେ ବନ୍ଧୁତା କରୁଛନ୍ତି । ପଶ୍ଚିମବଙ୍ଗରେ ଲଢୁଛନ୍ତି, ଦିଲ୍ଲୀରେ ଏକାଠି ଛିଡା ହେଉଛନ୍ତି । କଂଗ୍ରେସ ଦଳ ସହରୀ ନକ୍ସଲବାଦୀର ମୁଖପାତ୍ର ହୋଇଯାଇଛି ।’

ଧାରା 370 ଉପରେ କହିଲେ ନଡ୍ଡା:

ନଡ୍ଡା ଆହୁରି କହିଛନ୍ତି, ‘ଏହା ଭାଜପା ଅଟେ ଯିଏ ଭାରତୀୟ ଜନସଂଘ ନାଁରେ 1952ରେ କହିଥିଲା, ଗୋଟିଏ ଦେଶରେ ଦୁଇଟି ନିୟମ (ବିଧାନ) ଦୁଇଟି ପ୍ରଧାନ(ମୁଖିଆ) ଚଳିବନି । ଆମେ ଏକ ଲମ୍ବା ଯାତ୍ରା କରିଛୁ ଏବଂ 2019ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ବରେ ଧାରା 370 ହଟାଇଛୁ । ଜମ୍ମୁ କାଶ୍ମୀରର ସମ୍ବିଧାନ ଅଲଗା ଥିଲା ଭାରତର ସମ୍ବିଧାନ ଅଲଗା ଥିଲା । ଭାରତ ପାଖାପାଖି 200 ନିୟମ ଏପରି ଥିଲା ଯାହା ଜମ୍ମୁ କାଶ୍ମୀରରେ ଲାଗୁ ହେଉନଥିଲା ।’

ତିନ ତଲାକ୍‌ କଥା କହିଲେ ନଡ୍ଡା:

ଭୁବନେଶ୍ବରରେ ନଡ୍ଡା: ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କଲେ, ବିରୋଧୀଙ୍କ ଉପରେ ବର୍ଷିଲେ (ETV Bharat Odisha)

ଏହି ଅବସରରେ ତିନ ତଲାକ ଉପରେ କହିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତପ୍ରକାଶ ନଡ୍ଡା । ସେ କହିଛନ୍ତି, ‘ସୁପ୍ରିମକୋର୍ଟ କହିଥିଲେ ତିନ ତଲାକ ସମାପ୍ତ କର । ଏଠାରେ ବସିଥିବା ସମସ୍ତ ଲୋକଙ୍କୁ ମୁଁ କହିବାକୁ ଚାହେଁ ବାଂଲାଦେଶରେ ତିନ ତଲାକ ନାହିଁ । ପାକିସ୍ତାନ, ଆଫଗାନିସ୍ତାନ, ଇରାନ, ସିରିୟା, ଇଣ୍ଡୋନେସିଆ ତିନ ତଲାକ ନାହିଁ । ଏମାନେ ଇସାଲାମିକ ରାଷ୍ଟ୍ର ହୋଇ ଏମାନଙ୍କର ତିନ ତଲାକ ନାହିଁ । କିନ୍ତୁ ଭାରତରେ ଏହା ଚାଲିଥିଲା । ଏବଂ ମୁସଲିମ ଭଉଣୀ ମାନଙ୍କୁ ମୁଖ୍ୟଧାରାରୁ ବଞ୍ଚିତ କରାଯାଉଥିଲା । ସେମାନଙ୍କୁ ଅଧିକାର ଦେବା କାମ ପ୍ରଧାନମନ୍ତ୍ରୀ ମୋଦି କଲେ । ଏହା ଥିଲା ଆମର ଆଇଡୋଲୋଜି ।

ନଡ୍ଡା ଆହୁରି କହିଛନ୍ତି, ‘ଏଠାରେ ସବୁ କ୍ଷେତ୍ରରେ ଲୋକ ଆସିଛନ୍ତି ଯାହା ମୋ ପାଇଁ ସବୁଠାରୁ ବଡ଼ ଖୁସିର କଥା । ବିଜେପି ସଦସ୍ୟ ହେବା ଆପଣ ମାନେ ମଞ୍ଜୁରୀ ଦେଇଛନ୍ତି ଏଣୁ ବହୁତ ବହୁତ କୃତଜ୍ଞ । ଆପଣ ମାନଙ୍କୁ ସଦସ୍ୟ କରିବା ସୁଯୋଗ ମୋତେ ମିଳିଛି ତାହା ମୋ ପାଇଁ ଗୌରବର ବିଷୟ । ମୋର ସାଙ୍ଗ କଂଗ୍ରେସରେ, ବାମ ଦଳରେ ଅଛନ୍ତି । ନୀତି ଓ ଆଦର୍ଶ ପାର୍ଥକ୍ୟ ଆମ ମାନଙ୍କ ମଧ୍ୟରେ ରହିଛି । ଦେଶରେ 50 ପାଖାପାଖି ସକ୍ରିୟ ଦଳ ରହିଛି । ହେଲେ ବିଜେପି ଏକମାତ୍ର ଦଳ ଯାହା ରାଷ୍ଟ୍ରୀୟ ଓ ଗଣତାନ୍ତ୍ରିକ ପାର୍ଟି । କଂଗ୍ରେସ ଦଳର ସଦସ୍ୟ ଏପରି କେବେ ହେବାର ଦେଖିଛନ୍ତି । ଆମର ସଦସ୍ୟତା ମଧ୍ୟରେ ଟ୍ରାନ୍ସପାରେନ୍ସି ଅଛି ।’

ଭୁବନେଶ୍ବରରେ ନଡ୍ଡା: ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କଲେ, ବିରୋଧୀଙ୍କ ଉପରେ ବର୍ଷିଲେ (ETV Bharat Odisha)

ବିଜେପି ନେତାର ପୁଅ ନେତା ନୁହେଁ:

ସେ ଆହୁରି କହିଛନ୍ତି ‘ସଦସ୍ୟତା ଆମର କହିବାରେ ନୁହେଁ ଅନ୍ ରେକର୍ଡ ଅଛି । ଏହି ସଦସ୍ୟତା ପରେ ଆକ୍ଟିଭ ସଦସ୍ୟ ଚୟନ ହେବେ । ଏହାପରେ ମଣ୍ଡଳ ନିର୍ବାଚନ, ଜିଲ୍ଲା ଓ ରାଜ୍ୟ ଏହାପରେ ନିର୍ବାଚନ ହୋଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ବଛାଯିବ । ଏଣୁ ଆମର ନେତାର ପୁଅ ନେତା ନୁହେଁ ତୃଣମୂଳରୁ ଆସିଥିବା ଲୋକ ନେତା ହୋଇଥାଏ ।’ ଏପରି କୌଣସି ଦଳ ଅଛି ଯାହାର ଗଣତନ୍ତ୍ର ଅଛି ବୋଲି ପ୍ରଶ୍ନ କଲେ ନଡ଼ା । ବାମ ଦଳ କେଉଁଠୁ ଆସିଥିଲେ ଆଉ କେଉଁଠି ପହଁଚିଲେ । କେରଳରେ ଲଢେଇ ଓ ଦିଲ୍ଲୀରେ ଦୋସ୍ତି କରୁଛନ୍ତି । ପଶ୍ଚିମବଙ୍ଗରେ ଲଢେଇ ଓ ଦିଲ୍ଲୀରେ ଏକାଠି ହେଉଛନ୍ତି ।

‘ସହରାଞ୍ଚଳରେ ନକ୍ସଲର ମୁଖପାତ୍ର କଂଗ୍ରେସ ହୋଇଛି’

ଭୁବନେଶ୍ବରରେ ନଡ୍ଡା: ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କଲେ, ବିରୋଧୀଙ୍କ ଉପରେ ବର୍ଷିଲେ (ETV Bharat Odisha)

ସେ ଆହୁରି କହିଛନ୍ତି, ‘ସହରାଞ୍ଚଳରେ ନକ୍ସଲର ମୁଖପାତ୍ର କଂଗ୍ରେସ ହୋଇଯାଇଛି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଆମେ 2019ରେ 370 ଧାରା ହଟାଇ ଜାମ୍ମୁ କାଶ୍ମୀରର ସମ୍ବିଧାନ ଓ ଭାରତର ସମ୍ବିଧାନ ଏକ କଲୁ । ପଶ୍ଚିମ ପାକିସ୍ତାନରୁ ଆସିଥିବା ମନମୋହନ ସିଂ ପ୍ରଧାନମନ୍ତ୍ରୀ ହୋଇଥିଲେ ହେଲେ କାଶ୍ମୀରବାସୀଙ୍କ ଅଧିକାର ନଥିଲା । ରାମ ମନ୍ଦିର, ତିନ ତଲାକ ଉଚ୍ଛେଦ ଆମେ କରିଛୁ । ଆମ ଦଳ ଆଦର୍ଶ ଗତ ଦଳ । ସମସ୍ତଙ୍କ ସାଥି ସମସ୍ତଙ୍କ ବିକାଶ ଆମର ଲକ୍ଷ୍ୟ ।’

ଆମର ତୃତୀୟ ଅର୍ଥନୀତି ହେବାର ଲକ୍ଷ୍ୟ:

ସେ ଆହୁରି କହିଛନ୍ତି, ‘ପୂର୍ବ ସଦସ୍ୟ ଆମର 18 କୋଟି ହୋଇଥିଲା । ପ୍ରତି 6 ବର୍ଷରେ ସମସ୍ତେ ନୂଆ ସଦସ୍ୟ ହୋଇଥାନ୍ତି । ଦେଶ ଦେଢ଼ ଲକ୍ଷ ଶକ୍ତିମଣ୍ଡଳ ଅଛି । 350 ମେମ୍ବର ଲୋକସଭା, 1500ରୁ ଅଧିକ ବିଧାୟକ, 7000ରୁ ଅଧିକ କର୍ପୋରେଟର, ମେୟର , ମ୍ୟୁନିସିପାଲଟି ସଦସ୍ୟ ଅଛନ୍ତି । ଅର୍ଥନୀତିରେ ଆମେରିକା, ୟୁରୋପ, ଅଷ୍ଟ୍ରେଲିଆ, ଚାଇନା,ଜାପାନର ଖସିଛି 5 ପ୍ରତିଶତକୁ । ସମସ୍ତଙ୍କ ଅର୍ଥନୀତି ବିଗିଡିଛି ଆମର ଅର୍ଥନୀତି 7 ପ୍ରତିଶତ ହେବ ଅନୁମାନ କରାଯାଉଛି । ବ୍ରିଟେନକୁ ପଛେଇ ଆମେ 11 ରୁ 5ମ ସ୍ଥାନରେ ପହଞ୍ଚିଛେ ଆମର ତୃତୀୟ ଅର୍ଥନୀତି ହେବାର ଲକ୍ଷ୍ୟ ।

97% ମୋବାଇଲ ଭାରତରେ ହେଉଛି ତିଆରି:

ନଡ୍ଡା ଆହୁରି କହିଛନ୍ତି, ‘97 ପ୍ରତିଶତ ମୋବାଇଲ ଏବେ ଭାରତରେ ତିଆରି ହେଉଛି । ଅଟୋ ମୋବାଇଲରେ ଆମେ ତୃତୀୟ ଅର୍ଥନୀତିରେ ପହଞ୍ଚିଛେ । ବିଶ୍ବସ୍ତରୀୟ ରାସ୍ତା ଆଜି ଭାରତରେ ହେଉଛି । ଆଗକୁ 10 ଲକ୍ଷ କୋଟି ନିର୍ମାଣରେ ଖର୍ଚ୍ଚ ହେବ । ଆୟୁଷ୍ମାନ ଯେଉଁଠି ଲାଗୁ ହୋଇଛି ସେଠି ବ୍ୟାଙ୍କର ଋଣ କମିଛି । 3 କୋଟି ନୂଆ ଘର ଅନୁମୋଦନ ହୋଇଛି । ଆଗରୁ ସୀମା ପାର ଆତଙ୍କବାଦୀଙ୍କ ସମ୍ପର୍କରେ ପ୍ରଧାନମନ୍ତ୍ରୀ ବିଦେଶ ଯାଇ କହୁଥିଲେ ହେଲେ ଏବେ ବିକାଶର କଥା କହୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସମସ୍ତେ ସଦସ୍ୟ ହୁଅନ୍ତୁ ଏବଂ ଅନ୍ୟ ମାନଙ୍କୁ ମଧ୍ୟ ସଦସ୍ୟ କରନ୍ତୁ । ଏହି କାର୍ଯ୍ୟକ୍ରମ ହେଉଛି ଭାରତୀୟ ଜନତା ପାର୍ଟିକୁ ଜାଣିବାର କାର୍ଯ୍ୟକ୍ରମ।’

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ (ETV Bharat Odisha)

ପାର୍ଟିର ସଦସ୍ୟ ବଢାଇବା ହେଉଛି ଶକ୍ତି ବଢାଇବା:

ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ‘ଭାରତୀୟ ଜନତା ପାର୍ଟିକୁ ଆହୁରି ସଶକ୍ତିକରଣ ଓ ସଦସ୍ୟ ବଢାଇବେ ପାଇଁ ସଦସ୍ୟତା ଅଭିଯାନ କରାଯାଉଛି । ଗତଥର ରାଜ୍ୟରେ 41 ଲକ୍ଷ ସଦସ୍ୟ ବୃଦ୍ଧି ପାଇଥିଲେ । ପାର୍ଟିର ସଦସ୍ୟ ବଢାଇବା ହେଉଛି ଶକ୍ତି ବଢାଇବା । ପାର୍ଟି କୁ ଶସକ୍ତ କଲେ ସରକାରକୁ ଆସିବା ସହିତ ଜନସାଧାରଣଙ୍କ ସେବା କରିବାକୁ ଅଧିକ ସୁଯୋଗ ମିଳିଥାଏ । ସଦସ୍ୟତା ଅଭିଯାନର 25 ଦିନିଆ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମ ହେଉଛି । ଏହା ଭିତରେ ଗତକାଲି ବିଶାଳ ସଦସ୍ୟତା କାର୍ଯ୍ୟକ୍ରମ ସାରା ଭାରତ ବର୍ଷରେ ହୋଇଛି । ବିଜେପି ଏକ ଭିନ୍ନ ପରିଚିତ ଦଳ ଲୋକଙ୍କ ସେବା କରିବା ପାଇଁ ଦଳ ଆସିଛି ଓ ଲୋକଙ୍କ ସମର୍ଥନ ପାଇ ଦଳ ସରକାରକୁ ଆସିଛି ।’

ସମସ୍ତଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ:

ସେ ଆହୁରି କହିଛନ୍ତି, ‘ମୋଦି ଯେତେବେଳେ ଡବଲ ଇଞ୍ଜିନ ସରକାର କରିବା ପାଇଁ ଆହ୍ବାନ ଦେଇଥିଲେ ଏହାକୁ ସମର୍ଥନ କରି ଆପଣ ମାନେ ମଧ୍ୟ ନୂଆ ସରକାର ଗଠନ କରିଛନ୍ତି । 2019 ମସିହାରେ ଆମକୁ ବିରୋଧୀ ଦଳ ଆସନରେ ବସିଥିଲୁ। ନୂଆ ସରକାର ଗଠନ କରିଥିବାରୁ ମୁଁ ଧନ୍ୟବାଦ ଦେଉଛି ଓ ଅନେକ ଅନେକ ଶୁଭେଚ୍ଛା ଜଣାଉଛି। ସଦସ୍ୟତା ଅଭିଯାନ ଚାଲିଛି ଏହି ଅଭିଯାନରେ ଏକ କୋଟି ସଦସ୍ୟ କରିବା ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ତାହା ନିଶ୍ଚିତ ଭାବରେ ପୂରଣ ହେବ। ଏହିପରିପ୍ରେକ୍ଷୀରେ ଜେପି ନଡ୍ଡା ଆସିଛନ୍ତି ଆମକୁ ଉତ୍ସାହିତ କରିବା । ସଦସ୍ୟତା ଅଭିଯାନ ମହାନ ପର୍ବରେ ଆପଣ ମାନେ ଯେଉଁ ସାମିଲ ହେବାକୁ ଆସିଛନ୍ତି ମୁଁ ଆଶା କରିବି ଏନେଇ ଦଳ ଆହୁରି ଶକ୍ତିଶାଳୀ ହେବ। ’

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହୁରି କହିଛନ୍ତି, ‘2036 ମସିହା ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ୧୦୦ ବର୍ଷ ହେବ ସେତେବେଳେ ଆମେ ବିକାଶ ରାଜ୍ୟ । 2047 ବେଳକୁ ଭାରତ ବିକାଶର ଓଡିଶା ହେବ ପ୍ରଥମ ବଗି । 12 ବର୍ଷ କାଳ ଖଣ୍ଡ ମଧ୍ୟରେ ଓଡିଶାର ସାଡ଼େ 4 କୋଟି ଲୋକ ଯେଉଁ ଦାୟିତ୍ବ ଦେଇଛନ୍ତି ତାହାକୁ ନେଇ ସରକାର କେବଳ ଏକୁଟିଆ ବିକାଶ କରିବା ସମ୍ଭବ ନୁହେଁ ଯେତେବେଳେ ସଂଗଠନର ଶକ୍ତି ଓ ଲୋକଙ୍କ ସମର୍ଥନକୁ ସାଥିରେ ନେଇ କାର୍ଯ୍ୟ କରିହେବ ତାହା ସମ୍ଭବ ହେବ।

ଏହା ମଧ୍ୟ ପଢନ୍ତୁ :- ଆଜି ଆସୁଛନ୍ତି ନଡ୍ଡା: ମନ୍ତ୍ରୀ, ସାଂସଦ, ବିଧାୟକଙ୍କୁ ଦେବେ ଗୁରୁମନ୍ତ୍ର - JP Nadda to visit Odisha

ଆନ୍ଦୋଳନରେ ନର୍ସ; ଓଡ଼ିଶା ଆସୁଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ, ଏଭଳି କହିଲେ କଂଗ୍ରେସ ନେତା

ନବୀନଙ୍କୁ ମୋହନଙ୍କ ବାଣ: ‘ଓଡ଼ିଆ ଯଦି କଷ୍ଟ ପାଇବ ସରକାର ନିଶ୍ଚିତ ପରିବର୍ତ୍ତନ କରିବ’

EAC-PM ରିପୋର୍ଟରେ 'ଓଡ଼ିଶା' ଦେଶରେ ଏକ ନମ୍ବର, ଶୃଙ୍ଖଳିତ ଆର୍ଥିକ ପରିଚାଳନାରେ ଆଗରେ

Last Updated : Sep 26, 2024, 3:56 PM IST

ABOUT THE AUTHOR

...view details