ଭୁବନେଶ୍ବର:ଅଖଣ୍ଡ ଭାରତ ଓ ତିବ୍ଦତର ସୁରକ୍ଷା ପାଇଁ ବାଇକ ଶୋଭାଯାତ୍ରା । ତିବ୍ଦତୀ ଯୁବ କଂଗ୍ରେସ ପକ୍ଷରୁ ଏହି ଅଖିଳ ଭାରତୀୟ ବାଇକ ରାଲି ଅରୁଣାଚଳ ପ୍ରଦେଶରୁ ଆରମ୍ଭ ହୋଇଥିବା ବେଳେ ଆଜି ଏହା ଭୁବନେଶ୍ବର ଲୋହିଆ ଏକାଡେମୀ ପହଞ୍ଚିଛନ୍ତି । 'ତିବ୍ଦତର ସ୍ୱତନ୍ତ୍ରତା ଭାରତର ସୁରକ୍ଷା' ଏହି ବାର୍ତ୍ତା ନେଇ ଶୋଭାଯାତ୍ରାରେ ୧୧ ଜଣ ବାଇକ ଚାଳକ ସାମିଲ ହୋଇ ଭାରତ ଭ୍ରମଣ କରୁଛନ୍ତି । ତେବେ ୨୨ ନଭେମ୍ବରରୁ ଭାରତ ତିବ୍ଦତ ସୀମା ବୁମଲା ଏହି ଶୋଭାଯାତ୍ରା ଆରମ୍ଭ ହୋଇ ଆଜି ଭୁବନେଶ୍ୱରରେ ପହଁଚିଛନ୍ତି ।
'ତିବ୍ଦତର ସ୍ୱତନ୍ତ୍ରତା ଭାରତର ସୁରକ୍ଷା':
ଆଜି ପର୍ଯ୍ୟନ୍ତ ୯ଟି ରାଜ୍ୟ ବୁଲିସାରିଥିବା ବେଳେ ବିଭିନ୍ନ ରାଜ୍ୟର ସଂସଦ, ବିଧାୟକ ଓ ତିବ୍ଦତୀ ସମର୍ଥକମାନଙ୍କୁ ଭେଟୁଛନ୍ତି । ବିଶେଷ କରି ଚୀନ ଯେଉଁଭଳି ଭାବେ ତିବ୍ଦତକୁ ନିଜ ଅକ୍ତିଆରକୁ ନେଇ ନିଜ ସହ ସାମିଲ କରିଛି, ଯେଭଳି ତିବ୍ଦତଙ୍କୁ ଶୋଷଣ କରୁଛି ଏହା ବିରୋଧରେ ଭାରତୀୟମାନକୁ ଅବଗତ ଓ ସଚେତନତା କରିଛନ୍ତି । କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରତିନିଧିଙ୍କ ସହ ଭେଟ ହେବା ସହ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ବି ଭେଟୁଛନ୍ତି । ତିବ୍ଦତର ସ୍ୱାଧୀନତା ଓ ସ୍ୱତନ୍ତ୍ର ଫେରାଇ ଆଣିବା ସହ ଏନେଇ ଏଜ ସ୍ୱତନ୍ତ୍ର ପ୍ରସ୍ତାବ ପାରିତ କରନ୍ତୁ ବା ସରକାର ନୂଆ ରେଜ୍ୟୁଲେସନ ଆଣନ୍ତୁ ବୋଲି ଦାବି କରିଛନ୍ତି ।
ବର୍ତ୍ତମାନ ସୁଦ୍ଧା ୫ ହଜାରରୁ ଅଧିକ କି.ମି କାଇକ ରାଲିରେ ବୁଲାଇସାରିଥିବା ବେଳେ ୨ ମାସ ଭିତରେ ୨୦ ରାଜ୍ୟରେ ୨୦ ହଜାରରୁ ଊର୍ଦ୍ଧ୍ବ କିଲୋମିଟର ଭାରତ ଭ୍ରମଣ କରିବ ବୋଲି ସଂଗଠନର ଅଧ୍ୟକ୍ଷ କହିଛନ୍ତି । ଓଡ଼ିଶାରେ ପହଁଚିବା ପରେ ପ୍ରଥମେ ବାଲେଶ୍ୱର ପରେ ଭଦ୍ରକ ବାରିପଦା, କଟକରୁ ଭୁବନେଶ୍ୱରରେ ପହଁଚିଥିବା ବେଳେ ଆଜି ଢେଙ୍କାନାଳ, କେନ୍ଦୁଝର, ରାଉଲକେଲା, ରାୟଗଡା ଓ ସୁନ୍ଦରଗଡ ଅଭିମଖେ ବାହାରିଛନ୍ତି । ଓଡିଶା ପରେ ଛତିଶଗଡ଼ ଅଭିମୁଖେ ଏହି ଭାରତ ଭ୍ରମଣ ଶୋଭାଯାତ୍ରା ବାହାରିବ ।