ଓଡିଶା

odisha

ETV Bharat / state

ଶ୍ରୀଜଗନ୍ନାଥବଲ୍ଲଭ ପ୍ରଦର୍ଶନୀ ବନ୍ଦକୁ ନେଇ ଭକ୍ତ ମହଲରେ ଅସନ୍ତୋଷ, ହସ୍ତକ୍ଷେପ କଲେ ଜିଲ୍ଲାପାଳ - BESHAS OF DEITIES REMOVED

Besha of Deities Removed from Jagannath Ballav Pilgrim: ଶ୍ରୀମନ୍ଦିରରେ ଲାଇଟ ବନ୍ଦ ପରେ ବନ୍ଦ ହେଲା ଶ୍ରୀଜଗନ୍ନାଥବଲ୍ଲଭ ପ୍ରଦର୍ଶନୀ । ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ କରାଯାଉଛି ପୁନଃ ବ୍ୟବସ୍ଥା । ଅଧିକ ପଢନ୍ତୁ

By ETV Bharat Odisha Team

Published : Jun 10, 2024, 5:48 PM IST

Beshas of Deities Removed from Jagannath Ballav Pilgrim
Beshas of Deities Removed from Jagannath Ballav Pilgrim (ETV Bharat Odisha)

ପୁରୀ:ରାଜ୍ୟରେ ସରକାର ବଦଳିବା ପରେ ଅନେକ ପ୍ରକାର ଅବ୍ୟବସ୍ଥା ସାମ୍ନାକୁ ଆସିଛି । ଶ୍ରୀମନ୍ଦିର ଚତୁଃପାଶ୍ୱର୍ରୁ ଲାଇଟ କଢ଼ା ଯାଇଥିବା ଚର୍ଚ୍ଚା ଥମିନଥିବା ବେଳେ ବର୍ତ୍ତମାନ ଆଉ ଏକ ଖବର ସାମ୍ନାକୁ ଆସିଛି । ସରକାର୍ ବଦଳିବା ପରେ ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ବିଭିନ୍ନ ବେଶକୁ ନେଇ ଅନୁଷ୍ଠିତ ହେଉଥିବା ପ୍ରଦର୍ଶନୀକୁ ହଠାତ୍ ବନ୍ଦ କରିଦିଆଯାଇଛି । ପୁରୀରେ ପୁଣି ଏଭଳି ଚିନ୍ତାଜନକ ଘଟଣା ଦେଖିବାକୁ ମିଳିଛି । ଜଗନ୍ନାଥ୍ ବଲ୍ଲଭ ପାର୍କିଂରେ ଚାଲିଥିବା ମହାପ୍ରଭୁଙ୍କ ବିଭିନ୍ନ ବେଶ୍ ପ୍ରଦର୍ଶନୀ କାର୍ଯ୍ୟକ୍ରମକୁ ବନ୍ଦ କରିଦିଆଯାଇଛି । ଏହାକୁ ନେଇ ଜଗନ୍ନାଥ ପ୍ରେମୀ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି ।

Beshas of Deities Removed from Jagannath Ballav Pilgrim (ETV Bharat Odisha)

ସରକାର ବଦଳିବା ପରେ ମହାପ୍ରଭୁଙ୍କ ପ୍ରଦର୍ଶନୀ ବନ୍ଦକୁ ନେଇ ଭକ୍ତ କ୍ଷୋଭ ପ୍ରକାଶ କରିଛନ୍ତି । ତୁରନ୍ତ ପୂର୍ବଭଳି ମହାପ୍ରଭୁଙ୍କ ବେଶ ପ୍ରଦର୍ଶନୀକୁ ଭକ୍ତଙ୍କ ପାଇଁ ଜାରି ରଖିବାକୁ ଭକ୍ତ ଦାବି କରିଛନ୍ତି । ଗତ ଜାନୁଆରୀ 17 ତାରିଖରେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ । ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଉଦଘାଟନକୁ ନେଇ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଦେଶ ବିଦେଶରୁ ଆସୁଥିବା ଭକ୍ତଙ୍କୁ ଆକୃଷ୍ଟ କରିବା, ଜଗନ୍ନାଥ୍ ସଂସ୍କୃତି ବିଷୟରେ ଜଣେଇବା ପାଇଁ ଶ୍ରୀଜଗନ୍ନାଥ ବଲ୍ଲଭ ପରିସରରେ ଏକ ପ୍ରଦର୍ଶନୀ ଆୟୋଜନ ହୋଇଥଲା । ମହାପ୍ରଭୁ ବିଭିନ୍ନ ବେଶ, ନୀତିକ୍ରାନ୍ତିର ସୂଚନା ସହ ତିନି ରଥର ପ୍ରତିକୃତି ସହିତ ପରିକ୍ରମା ପ୍ରକଳ୍ପର ପ୍ରତିକୃତିକୁ ମଧ୍ୟ ସ୍ଥାନ ଦିଆଯାଇଥିଲା । ଏହାକୁ ଦେଖି ଭକ୍ତ ବେଶ୍ ଆନନ୍ଦିତ ହେଉଥିଲେ ।

ଏହା ମଧ୍ୟ ପଢନ୍ତୁ:ପୁଣି ଝଲସିଲା ଶ୍ରୀମନ୍ଦିର, ଚାରିପାର୍ଶ୍ୱରେ ହେଲା ଆଲୋକୀକରଣ ବ୍ୟବସ୍ଥା - Srimandir Beautification Lights

ତେବେ ସରକାର ବଦଳିବା ପରେ ମହାପ୍ରଭୁଙ୍କ ବେଶ ପ୍ରଦର୍ଶନୀକୁ ବନ୍ଦ କରାଯିବାକୁ ଭକ୍ତ ଓ ସେବାୟତ କଡ଼ା ସମାଲୋଚନା କରିଛନ୍ତି । ସେପଟେ ଏହି ଘଟଣା ଗଣମାଧ୍ୟମରେ ଖବର ପ୍ରସାରଣ ପରେ ତତ୍ପର ହୋଇଛି ପୁରୀ ଜିଲ୍ଲା ପ୍ରଶାସନ । ପୁରୀ ଜିଲ୍ଲାପାଳ ଏଥିରେ ହସ୍ତକ୍ଷେପ କରିଛନ୍ତି । ପ୍ରଦର୍ଶନୀ ଆୟୋଜନ ଦିଆଯାଇଥିବା ସଂସ୍ଥାକୁ ପୁଣି ପ୍ରଦର୍ଶନୀ ଚାଲୁ ରଖିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ତେବେ ପୂର୍ବରୁ ମଧ୍ୟ ଶ୍ରୀମନ୍ଦିର ଚାରିପାଖରେ ଶ୍ରୀମନ୍ଦିର ଉପରକୁ ଆଲୋକ ପକାଇବା ପାଇଁ ଲାଗିଥିବା ଲାଇଟ୍ ଗୁଡିକ ମଧ୍ୟ ହଠାତ୍ ଖୋଲି ଦିଆଯାଇଥିଲା । ଫଳରେ ଶ୍ରୀମନ୍ଦିର ଅନ୍ଧକାରରେ ରହିଥିଲା । ଯାହାକୁ ଭକ୍ତ ମହଲରେ କଡା ପ୍ରତିକ୍ରିୟା ପରେ ପୁନର୍ବାର ଲାଇଟ୍ ବ୍ୟବସ୍ଥା ହୋଇଥିଲା । ତେବେ ସରକାର ବଦଳିବା ପରେ ଏହି କାର୍ଯ୍ୟ କିଏ କରିଛି ? କଣ ଉଦ୍ଦେଶ୍ୟ ରହିଛି ସେ ନେଇ ଚର୍ଚ୍ଚା ଜୋର ଧରିଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details