ଅନୁଗୋଳ: 9 ମାସ ଗର୍ଭଯନ୍ତ୍ରଣା ସହି ପୁଅକୁ ଦୁନିଆକୁ ଆଣିଥିଲା ମା’ । ଆଶା ଥିଲା ପୁଅ ବଡ଼ ହୋଇ ସାହାର ସାଜିବ । ହେଲେ ସାହାରା ବଦଳରେ ମା’କୁ ପିଟି ପିଟି ହତ୍ୟା କରିଛି ପୁଅ । ଅନୁଗୋଳ ଟାଉନ ଥାନା ଅନ୍ତର୍ଗତ ଶୁଶୁଡା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମା’କୁ ହତ୍ୟା ଘଟଣାରେ ଅଭିଯୁକ୍ତ ପୁଅକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ଟାଉନ ଥାନା ପୋଲିସ ।
ଟଙ୍କାକୁ ନେଇ ଝଗଡା:
Angul Murder (ETV Bharat Odisha) ମୃତ ମହିଳା ହେଲେ ସୁସୁଡା ଗ୍ରାମର ଲତା ନାଏକ । ବୟସ 70 ବର୍ଷ । ଆଜି ସକାଳୁ ଏହି ହତ୍ୟାକାଣ୍ଡ ଘଟିଛି । ସୂଚନା ଅନୁସାରେ, ଅଭିଯୁକ୍ତ ପୁଅ ସରୋଜ ନାଏକ ଅନେକ ସମୟରେ ଟଙ୍କା ମାଗି ମା’କୁ ଗାଳି ଗୁଲଜ କରେ । ଗତକାଲି(ଶନିବାର) ରାତିରେ ଟଙ୍କା ମାଗିବାକୁ ନେଇ ମା’କୁ ଗାଳି ଗୁଲଜ କରିଥିଲା ପୁଅ । ଆଜି ଭୋରରୁ ଘରେ ବାପା ସୁଧାକର ନାଏକ ନଥିବାର ସୁଯୋଗ ପାଇ ମା’ ଲତା ନାଏକକୁ ଏକ ବାଡିରେ ପିଟି ପିଟି ହତ୍ୟା କରିଛି ପୁଅ ।
ପୁଅ ସରୋଜ ଅଟକ, ପୋଲିସ ତଦନ୍ତ ଜାରି:
ଏ ଖବର ଗାଁ ଲୋକ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ । ଟାଉନ୍ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମା’କୁ ହତ୍ୟା କରିଥିବା ପୁଅ ସରୋଜକୁ ଅଟକ ରଖି ପଚରାଉଚରା କରୁଛି । ତେବେ କାହିଁକି ଏଭଳି ହତ୍ୟାକାଣ୍ଡ ହୋଇଛି ତାହା ସ୍ପଷ୍ଟ ହୋଇ ନଥିବା ବେଳେ ମଦ୍ୟପାନ କରି ଏଭଳି କାଣ୍ଡ ଭିଆଇ ଥିବା ସନ୍ଦେହ କରାଯାଉଛି ।
କଣ କହିଲେ ସରୋଜର ବାପା:
ଏନେଇ ମହିଳାଙ୍କ ସ୍ବାମୀସୁଧାକର ନାଏକ କହିଛନ୍ତି, ‘ମା’ ସହ ଝଗଡା ଲାଗି ମା’କୁ ମାରିଦେଲା । ଏମିତି ଅନେକ ଥର ମା’ ପୁଅ ଝଗଡା ଲାଗନ୍ତି । କେତେବେଳେ ଫୋନ ଦେ, ଟଙ୍କା ଦେଇ । ଏହାକୁ ନେଇ ମା’ ପୁଅ ଝଗଡା ଲାଗନ୍ତି । ଗତକାଲି ରାତିରେ ମୋ ସହ ପୁଅର ଝଗଡା ହୋଇଥିଲା । ମୁଁ ରାତି 3ଟାରୁ 3.30 ବେଳକୁ ବାହାରକୁ ପଳେଇଥିଲି । ପୁଅ ସକାଳ 5ଟା ବେଳକୁ ମା’କୁ ବାଡେଇକି ମାରିଛି । ମୁଁ ଘରେ ନଥିଲି । ମୋ ପୁତୁରା ଏ ସମ୍ପର୍କରେ ଖବର ଦେଲା । ବାଡିରେ କାନକୁ ପିଟି ଦେଇଛି ।’
ସମ୍ବଲପୁର ମାଆ-ଝିଅ ମୃତ୍ୟୁର ଖୁଲାସା, ଶ୍ବାସରୁଦ୍ଧ ପରେ ପେଟ୍ରୋଲ ଢାଳି ପୋଡ଼ିଥିଲେ ବାପା-ପୁଅ
ମାଆ-ଝିଅ ଡବଲ ମର୍ଡର ଉପରୁ ହଟୁଛି ପରଦା, ପୋଲିସର କ୍ରାଇମ ସିନ ରିକ୍ରିଏସନ
ପୂର୍ବତନ ସରପଞ୍ଚ ହତ୍ୟାକାଣ୍ଡର 4 ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ଭଦ୍ରକ ପୋଲିସ
ସ୍ତ୍ରୀର ହତ୍ୟା ଷଡଯନ୍ତ୍ର ରଚିଥିଲା ସ୍ବାମୀ, ଲୁଟର ରୂପ ଦେଇ ଖସିଯିବାକୁ କରିଥିଲା ଉଦ୍ୟମ
ପୋଲିସ ହେପାଜତରେ ଅଭିଯୁକ୍ତ:
ଏନେଇ ଅନୁଗୋଳ SDPO ରମାକାନ୍ତ ମହାଳିକ କହିଛନ୍ତି, ‘ଲତା ନାଏକ, ବୟସ 70 ବର୍ଷ । ତାଙ୍କର ପୁଅ ଭୋରରୁ ଏକ କାଠ ଫାଳିଆରେ ବାଡେଇ ଦେବାକୁ ତାଙ୍କର ମୃତ୍ୟୁ ହୋଇଛି । ଏ ସଂକ୍ରାନ୍ତରେ ଆମର ଟାଉନ ଥାନା କେସ ନଂ-936ରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି । ସାଇଣ୍ଟିଫିକ ଟିମ ମୁତୟନ ହୋଇଛନ୍ତି । ଅଭିଯୁକ୍ତ ପୁଅ ଅନୁଗୋଳ ଥାନା ହେପାଜତରେ ଅଛି । ତଦନ୍ତ ଚାଲିଛି । ହତ୍ୟାର ପ୍ରକୃତ କାରଣ ଜଣାପଡିନାହିଁ । ମା’ ପୁଅ ଟଙ୍କାକୁ ନେଇ ଝଗଡା କରନ୍ତି । ତଦନ୍ତ ଚାଲିଛି । ତଦନ୍ତ ପରେ ଜଣାପଡିବ ।’
ଇଟିଭି ଭାରତ, ଅନୁଗୋଳ