ଓଡିଶା

odisha

ETV Bharat / state

ନିଟ୍ ଉଚ୍ଛେଦ ଦାବିରେ ଗର୍ଜିଲା AISF, ରାଜ୍ୟସ୍ତରୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ପାଇଁ ଦାବି - AISF PROTEST IN bhubaneswar - AISF PROTEST IN BHUBANESWAR

AISF PROTEST IN BHUBANESWAR: ନିଟ୍ ବିବାଦକୁ ନେଇ ରାଜଧାନୀରେ ଏଆଇଏସଏଫ୍ ଛାତ୍ର ସଂଗଠନର ବିକ୍ଷୋଭ । ଷ୍ଟେଟ ବୋର୍ଡ ଅନୁସାରେ ନିଟ୍ ପ୍ରଶ୍ନପତ୍ର କରିବା ସହ ଛାତ୍ର ସଂସଦ ନିର୍ବାଚନ କରିବା ପାଇଁ ଜୋର ଧରିଲା ଦାବି । ଅଧିକ ପଢନ୍ତୁ

AISF PROTEST IN BHUBANESWAR
AISF PROTEST IN BHUBANESWAR (ETV Bharat Odisha)

By ETV Bharat Odisha Team

Published : Jul 27, 2024, 6:02 PM IST

ଭୁବନେଶ୍ବର: ନିଟ୍ ଉଚ୍ଛେଦ ଦାବିରେ ଛାତ୍ର ସଂଗଠନର ବିକ୍ଷୋଭ ପ୍ରଦର୍ଶନ । ଛାତ୍ର ସଂଗଠନ ଏଆଇଏସଏଫ୍ ପକ୍ଷରୁ ଭୁବନେଶ୍ବର ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମାଷ୍ଟର କ୍ୟାଣ୍ଟିନରେ ରାଜ୍ୟର ବିଭିନ୍ନ କଲେଜର ଛାତ୍ରଛାତ୍ରୀ ହାତରେ ପତାକା ଧରି ନାରାବାଜି ସହ ଶୋଭାଯାତ୍ରାରେ ଆସି ବିକ୍ଷୋଭ ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଥିଲେ । ରାଜ୍ୟସ୍ତରୀୟ ମେଡିକାଲ ପ୍ରବେଶିକା ପରୀକ୍ଷା, ଛାତ୍ର ସଂସଦ ନିର୍ବାଚନ ଭଳି ଅନେକ ଦାବି କରିଛନ୍ତି । ଏହାସହ ନିଟ୍‌ ପରୀକ୍ଷା CBSE ଢାଞ୍ଚାରେ ହେଉଥିବାରୁ ଏହାକୁ ଷ୍ଟେଟ ବୋର୍ଡ ଅନୁଯାୟୀ ହେବାକୁ ସଂଘ ପକ୍ଷରୁ ଦାବି ହୋଇଛି ।

AISF PROTEST IN BHUBANESWAR (ETV Bharat Odisha)

ନିଟ୍ ଉଚ୍ଛେଦ ଦାବି:-

ନିଟ୍ ପରୀକ୍ଷା ଉଚ୍ଛେଦ କରି ରାଜ୍ୟ ମେଡିକାଲ ପ୍ରବେଶିକା ପରୀକ୍ଷା କରିବା ପାଇଁ ଦାବି କରିବା ସହ NTAକୁ ଉଚ୍ଛେଦ କରିବାକୁ ଦାବି କରାଯାଇଛି । ନିଟ୍ ସିବିଏସଇ ଢାଞ୍ଚାରେ ହେଉଥିବା ବେଳେ ଓଡ଼ିଆ ମିଡିୟମ୍ ପିଲା କେମିତି ପାସ୍ କରିବେ ବୋଲି ଛାତ୍ରଛାତ୍ରୀ ପ୍ରଶ୍ନ କରିଛନ୍ତି । ତେଣୁ ଷ୍ଟେଟ ବୋର୍ଡ ଅନୁସାରେ ନିଟ୍ ପ୍ରଶ୍ନ ପତ୍ର କରାଯାଉ ବୋଲି ଦାବି କରି ଓଡ଼ିଆ ଅସ୍ମିତାର ପ୍ରମାଣ ଦିଅନ୍ତୁ ବୋଲି କହିଛି ଛାତ୍ର ସଂଗଠନ । ସେହିପରି ଶିକ୍ଷାର ଘରୋଇକରଣ ସମ୍ପ୍ରଦାୟୀକରଣ ବ୍ୟବସାୟୀକରଣ ବନ୍ଦ କରିବା ସହ ଗୁଣାତ୍ମକ ଶିକ୍ଷା ନୀତି ଲାଗୁ କରିବା ପାଇଁ ଦାବି କରିଛନ୍ତି । ବର୍ଷାରେ ଭିଜି ଭିଜି ଛାତ୍ରଛାତ୍ରୀ ପ୍ରତିବାଦ କରିଥିବା ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢନ୍ତୁ ....NEET UG 2024: NTA ଜାରି କଲା ସଂଶୋଧିତ ପରୀକ୍ଷା ଫଳ, ଏବେ ଟପ୍ପର ସଂଖ୍ୟା 17 - Re Revised Results of NEET UG

ଛାତ୍ର ସଂସଦ ନିର୍ବାଚନ ଦାବି:-

ସେହିଭଳି ରାଜ୍ୟରେ ଖାଲି ପଡିଥିବା ଶିକ୍ଷକ ପଦବୀ ତୁରନ୍ତ ପୂରଣ କରିବା ସହ ନୂଆ ସରକାର ଛାତ୍ର ସଂସଦ ନିର୍ବାଚନ କରିବା ପାଇଁ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଦାବି କରିଛନ୍ତି ଏଆଇଏସଏଫ୍ ରାଜ୍ୟ ସଭାପତି ସଂଘମିତ୍ରା ଜେନା । ପୂର୍ବରୁ ବିଜେପି ବିରୋଧୀ ଦଳରେ ଥିବା ବେଳେ ଛାତ୍ର ସଂସଦ ନିର୍ବାଚନ ସପକ୍ଷରେ ଥିବାବେଳେ ସରକାରଙ୍କୁ ଆସିବା ପରେ କାହିଁକି ନିର୍ବାଚନକୁ ଡରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ସଂଘମିତ୍ରା । ତେଣୁ ବିଜେପି ସରକାରକୁ ଦାବି କରିଛୁ ଯେ ଛାତ୍ର ସଂସଦ ନିର୍ବାଚନ କରି ପ୍ରକୃତ ଛାତ୍ର ନେତା ବାଛନ୍ତୁ । ସେପଟେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଗତକାଲି (ଶୁକ୍ରବାର) ମେଡିକାଲ ପ୍ରବେଶିକା ପରୀକ୍ଷାର ସଂଶୋଧିତ ଫଳାଫଳ ପ୍ରକାଶ ପାଇଥିଲା ।

ନିଟ୍ ବିବାଦ:-

ପ୍ରାକାଶ ଯୋଗ୍ୟ ଯେ, ଚଳିତବର୍ଷ ମେ’ ମାସ ୫ ତାରିଖରେ NEET ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଦେଶର ବିଭିନ୍ନ କେନ୍ଦ୍ରରେ ମୋଟ ୨୪ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଆବେଦନ ଫର୍ମରେ ପଞ୍ଜିକରଣ କରିବା ସହ ପ୍ରାୟ ସାଢେ ୨୩ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ । ପୂର୍ବରୁ ଏହି ରେଜଲ୍ଟ ଜୁନ ୧୪ ତାରିଖରେ ଘୋଷଣା ହେବାକୁ ସ୍ଥିର କରାଯାଇଥିବା ବେଳେ ୪ ତାରିଖରେ ପରୀକ୍ଷା ଫଳାଫଳ ପ୍ରକାଶନକୁ ନେଇ ମଧ୍ୟ ବିବାଦ ସୃଷ୍ଟି ହୋଇଥିଲା । ଫଳାଫଳରେ ୬୭ ଜଣ ପରୀକ୍ଷାର୍ଥୀ ଶୀର୍ଷ ସ୍ଥାନରେ ରହିବା ପରେ ବିବାଦ ଦେଖାଯିବା ସହ ସ୍ବଚ୍ଛତା ଉପରେ ପ୍ରଶ୍ନ ସୃଷ୍ଟି ହୋଇଥିଲା । ଯାହା ସାର ଦେଶରେ ଏକ ଚର୍ଚ୍ଚାର ବିଷୟ ପାଲଟିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details