ଓଡିଶା

odisha

ETV Bharat / state

ଦ୍ୱିତୀୟ ଦିନରେ ଆଉ ୫ ସ୍କୁଲରେ ଅବ୍ୟବସ୍ଥା ଧରିଲା AI, ଚେତାବନୀ ଦେଲା ବୋର୍ଡ - ମାଟ୍ରିକ ପରୀକ୍ଷା

AI cameras detects irregularities at exam centres: ମାଟ୍ରିକ ପରୀକ୍ଷାର ଦ୍ବିତୀୟ ଦିନରେ ଭଦ୍ରକ, ଯାଜପୁର, କେନ୍ଦୁଝର, ଗଜପତି ଓ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଅବ୍ୟବସ୍ଥା ଠାବ କରିଛି ଏଆଇ । ଚେତାବନୀ ସହ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କଲା ବୋର୍ଡ । ଅଧିକ ପଢନ୍ତୁ

ମାଟ୍ରିକ ପରୀକ୍ଷାରେ ଅବ୍ୟବସ୍ଥା
ମାଟ୍ରିକ ପରୀକ୍ଷାରେ ଅବ୍ୟବସ୍ଥା

By ETV Bharat Odisha Team

Published : Feb 24, 2024, 7:44 AM IST

କଟକ:ଇଂରାଜୀ ପରୀକ୍ଷାରେ ୭ଟି କେନ୍ଦ୍ରରେ ଅବ୍ୟବସ୍ଥା ହୋଇଥିବା ଠାବ କରିଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) କ୍ୟାମେରା । ଭଦ୍ରକ, ଯାଜପୁର, କେନ୍ଦୁଝର, ଗଜପତି ଓ ନବରଙ୍ଗପୁର ଜିଲ୍ଲାରେ ଏହି ଅବ୍ୟବସ୍ଥା ଚିହ୍ନଟ କରାଯାଇଛି । ଭଦ୍ରକ ଓ ଯାଜପୁର ଜିଲ୍ଲାର ଦୁଇଟି କେନ୍ଦ୍ର ଏବଂ କେନ୍ଦୁଝର, ଗଜପତି, ନବରଙ୍ଗପୁର ଜିଲ୍ଲାର ଗୋଟିଏ ଲେଖାଏଁ କେନ୍ଦ୍ରରେ ଏହି ଅବ୍ୟବସ୍ଥା ହୋଇଥିବା ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଭଦ୍ରକ ଜିଲ୍ଲାର ମଦନ ମୋହନ ଜିଉ ନୋଡାଲ ଉଚ୍ଚ ବିଦ୍ୟାଳୟରେ ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ରଶ୍ନପତ୍ର ଖୋଲାଯାଇଥିବା AI (କୃତ୍ରିମ ବୁଦ୍ଧିମତା) ଠାବ କରିଛି । ସେଣ୍ଟର ସୁପରିଟେଣ୍ଡେଣ୍ଟ ନିୟମ ଉଲ୍ଲଘଂନ କରିଥିବାରୁ ପୁନର୍ବାର ଯେପରି ଏହା ନହୁଏ କଡା ଚେତାବନୀ ଦେଇଛି ବୋର୍ଡ ।

ସେହିପରି ଭଦ୍ରକ ଜିଲ୍ଲାର ବନ୍ଧ ଗାଁ ନୋଡାଲ ଉଚ୍ଚ ବିଦ୍ୟାଳୟରେ ପ୍ରଶ୍ନପତ୍ରକୁ ସଠିକ ସ୍ଥାନରେ ରଖାଯାଇ ନଥିଲା । ଅର୍ଥାତ ଷ୍ଟ୍ରଙ୍ଗ ରୁମରେ ରଖିବା ପରିବର୍ତ୍ତେ ଗୋଟିଏ ଟେବୁଲରେ ରଖାଯାଇଥିଲା । AI ଏହାକୁ ଠାବ କରିବା ପରେ ସଂପୃକ୍ତ ସେଣ୍ଟର ସୁପରିଟେଣ୍ଡେଣ୍ଟକୁ ଚେତାବନୀ ଦେଇଛି ବୋର୍ଡ । ଯାଜପୁର ଜିଲ୍ଲାର ପଲାଇ ଉଚ୍ଚ ବିଦ୍ୟାଳୟରେ ପରୀକ୍ଷାର୍ଥମାନେ କପି କରୁଥିବା AI ଚିହ୍ନଟ କରିଥିଲା । ଇନଭିଜିଲେଟର ଏବଂ ସେଣ୍ଟର ସୁପରିଟେଣ୍ଡଣ୍ଟଙ୍କୁ ମଧ୍ୟ କୈଫତ କରିଛି ବୋର୍ଡ । ସେହିପରି ଯାଜପୁର ଜିଲ୍ଲାର ଗୋବିନ୍ଦ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା ପରିଚାଳନାରେ ବ୍ୟାପକ ଅବ୍ୟବସ୍ଥା ହୋଇଥିବା AI କ୍ୟାମେରାରେ ଜଣାପଡିଛି । ଏହି କେନ୍ଦ୍ରରେ ପ୍ରଶ୍ନପତ୍ର ନିର୍ଦ୍ଧାରିତ ସମୟ ପୂର୍ବରୁ ଖୋଲା ଯାଇଥିବାବେଳେ ସେଣ୍ଟର ସୁପରିଟେଣ୍ଡେଣ୍ଟ ଜାଣିଶୁଣି ମୋବାଇଲ ବନ୍ଦ ମୋଡ଼ରେ ରଖିଥିଲେ । ବୋର୍ଡ ସମ୍ପୃକ୍ତ ସ୍କୁଲ ଦାୟିତ୍ୱରେ ଥିବା କର୍ତ୍ତୃପକ୍ଷଙ୍କୁ କଡା ଚେତାବନୀ ଦେଇଛି ।

ଏହା ମଧ୍ୟ ପଢନ୍ତୁ:୮ ପରୀକ୍ଷା କେନ୍ଦ୍ରରେ ଅବ୍ୟବସ୍ଥା ଠାବ କଲା AI, କାର୍ଯ୍ୟାନୁଷ୍ଠାନ ପାଇଁ ବୋର୍ଡର ସୁପାରିଶ

କେନ୍ଦୁଝର ଜିଲ୍ଲାର ହାଟଡ଼ିହି ଉଚ୍ଚ ବିଦ୍ୟାଳୟର ୫ ନମ୍ବର ରୁମରେ ଅବ୍ୟବସ୍ଥା ଠାବ କରାଯାଇଛି । ପରୀକ୍ଷା ସମୟରେ ପରୀକ୍ଷାର୍ଥୀମାନେ ପରସ୍ପର ମଧ୍ୟରେ କଥା ହେବା ସହିତ ଇଆଡ଼େ ସିଆଡେ ବୁଲୁଥିଲେ । ଏହା AI ଠାବ କରିବା କରିବା ପରେ ସମ୍ପୃକ୍ତ ଇନଭିଜିଲେଟରଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ବୋର୍ଡ ସୁପାରିଶ କରିଛି । ଗଜପତି ଜିଲ୍ଲା ସରକାରୀ ଉଚ୍ଚ ବିଦ୍ୟାଳୟର ୫ ନମ୍ବର ରୁମରେ ପରୀକ୍ଷାର୍ଥୀମାନେ କୋଳାହଳ କରୁଥିଲେ । ଅନ୍ୟର ସାହାଯ୍ୟ ପାଇଁ ପରୀକ୍ଷାର୍ଥୀମାନେ ଏପରି ଆଚରଣ କରୁଥିଲେ ମାତ୍ର ସମ୍ପୃକ୍ତ ରୁମର ଦାୟିତ୍ୱ ଥିବା ଇନଭିଜିଲେଟର କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲେ । ଯାହାକୁ AI ଠାବ କରିବା ସହ ସମ୍ପୃକ୍ତ ଇନଭିଜିଲେଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ ହୋଇଛି ।

ସେହିପରି ନବରଙ୍ଗପୁର ଜିଲ୍ଲାର ସରକାରୀ UG ଉଚ୍ଚ ବିଦ୍ୟାଳୟରେ ବ୍ୟାପକ ଅବ୍ୟବସ୍ଥା ହୋଇଥିବା ଜଣାପଡିଛି । କଣ୍ଟ୍ରୋଲ ରୁମରେ ଏହି ଅବ୍ୟବସ୍ଥା ଚିହ୍ନଟ କରିବା ପରେ କାର୍ଯ୍ୟାନୁଷ୍ଠାନ ପାଇଁ ସେଣ୍ଟର ସୁପରିଟେଣ୍ଡେଣ୍ଟଙ୍କୁ ବୋର୍ଡ ନିର୍ଦ୍ଦେଶ ଦେଇଥିଲା । କପି କରିଥିବା ଅନେକ ପରୀକ୍ଷାର୍ଥୀମାନଙ୍କୁ ଏମପି କରାଯାଇଥିଲା । ତେବେ ଦାୟିତ୍ୱରେ ଥିବା ଇନଭିଜିଲେଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବୋର୍ଡ ସୁପାରିଶ କରିଛି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details