କେନ୍ଦୁଝର: ଦାୟିତ୍ଵ ଗ୍ରହଣ କଲେ ନୂତନ ଜିଲ୍ଲାପାଳ । ୨୦୧୬ ବ୍ୟାଚର ଆଇଏଏସ ବିଶାଲ ସିଂହ ଏବେ କେନ୍ଦୁଝର ଜିଲ୍ଲାପାଳ । ଜିଲ୍ଲାର ଶିକ୍ଷା, ସ୍ବାସ୍ଥ୍ୟ ଓ ଜୀବିକାକୁ ପ୍ରାଧାନ୍ୟ ଦେବେ ବୋଲି କହିଛନ୍ତି ବିଶାଲ । ଜିଲ୍ଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ହାତକୁ ନେଇଥିବା ପ୍ରକଳ୍ପକୁ ତ୍ଵରାନିତ କରିବେ ।
ମଙ୍ଗଳବାର ଅପରାହ୍ନରେ ଦାୟିତ୍ଵ ଗ୍ରହଣ କରିଛନ୍ତି। ବିଶାଲ ଦାୟିତ୍ଵ ଗ୍ରହଣ କରିବା ପୂର୍ବରୁ ଜିଲ୍ଲାର ଆରାଧ୍ୟ ଦେବୀ ମା’ ତାରିଣୀ ଏବଂ ରାଷ୍ଟ୍ରଦେବ ପ୍ରଭୁ ବଳଦେବଜିଉଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି। ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାର ଶିକ୍ଷା, ସ୍ବାସ୍ଥ୍ୟ ଓ ଜୀବିକାକୁ ପ୍ରାଧାନ୍ୟ ଦେବେ ବୋଲି କହିଛନ୍ତି ବିଶାଲ । ଏଥିସହ ଜିଲ୍ଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ହାତକୁ ନେଇଥିବା ପ୍ରକଳ୍ପକୁ ତ୍ଵରାନିତ କରି କିଭଳି ଜିଲ୍ଲାର ବିକାଶରେ ସାମିଲ କରାଯାଇ ପାରିବ ସେଥିପ୍ରତି ଗୁରୁତ୍ୱ ଦେବେ। ଆଗକୁ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଜିଲ୍ଲାରେ କିଭଳି ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପରିଚାଳନା କରାଯିବ ସେଥିପ୍ରତି ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। କେନ୍ଦୁଝର ଜିଲ୍ଲା ଏକ ଦୁର୍ଘଟଣା ପ୍ରବଣ ଜିଲ୍ଲା ଓ ଖଣି ଖାଦାନ ଭରା ହୋଇଥିବା ବେଳେ ଏହାର ସାମଗ୍ରିକ ବିକାଶ ପାଇଁ ଉଦ୍ୟମ କରିବେ ବୋଲି ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ ଯେ, ବିଶାଲ ସିଂହ ଏହା ପୂର୍ବରୁ ମାଲକାନଗିରି ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ।