ଓଡିଶା

odisha

ETV Bharat / state

ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷିତ ରହିବ ୧୫% ମେଡିକାଲ ସିଟ - medical seat reservation

15% medical seat reservation: ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷିତ ରହିବ ୧୫% ମେଡିକାଲ ସିଟ । ସଚେତନତା ବୃଦ୍ଧି ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ

By ETV Bharat Odisha Team

Published : Jun 9, 2024, 3:35 PM IST

ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷିତ ରହିବ ୧୫% ମେଡିକାଲ ସିଟ
ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷିତ ରହିବ ୧୫% ମେଡିକାଲ ସିଟ (ETV Bharat Odisha)

ଭୁବନେଶ୍ବର:ସରକାରୀ ହାଇସ୍କୁଲର ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ୍ ଏବଂ ଇଞ୍ଜିନିୟରିଂ ପାଠ୍ୟକ୍ରମରେ 15 ପ୍ରତିଶତ ସଂରକ୍ଷଣ ଉପରେ ସଚେତନତା କରିବାକୁ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ । ଏହି ମେଡିକାଲ ଏବଂ ଇଞ୍ଜିନିୟରିଂ ସିଟ ସଂରକ୍ଷଣକୁ ନେଇ ରାଜ୍ୟ ସରକାର ବ୍ୟାପକ ପ୍ରଚାର ପ୍ରସାର କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE)ରୁ ଆର୍ଥିକ ସହାୟତା ଗ୍ରହଣ କରାଯିବ । ଏନେଇ ମୋ ସ୍କୁଲ ଅଭିଯାନ କାର୍ଯ୍ୟାଳୟ ଏହାର ସମସ୍ତ ସଠିକ ଭାବରେ ତଦାରଖ କରିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ସୁଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ମେଡିକାଲ୍ ଏବଂ ଇଞ୍ଜିନିୟରିଂ କଲେଜ ଗୁଡିକର ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ 15% ସଂରକ୍ଷଣ ଯୋଜନା ସମସ୍ତଙ୍କ ମଧ୍ୟରେ ସାଧାରଣ ସଚେତନତା ପାଇଁ ବ୍ୟାପକ କରିବା ଆବଶ୍ୟକ ।

ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ୧୫% ମେଡିକାଲ ସିଟ ସଂରକ୍ଷଣ (ETV Bharat Odisha)


ସୂଚନା ଅନୁଯାୟୀ, ସରକାରୀ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ମେଡିକାଲ ଓ ଇଞ୍ଜିନିୟରିଂ କ୍ଷେତ୍ରରେ ମିଳିବ ୧୫ ପ୍ରତିଶତ ସଂରକ୍ଷଣ । ମେଡିକାଲ ଓ ଇଞ୍ଜିନିୟରିଂ ସିଟ୍ ପାଇ ପାଠ ପଢ଼ିବା ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଜଟିଳ ସମସ୍ୟା ରହିଥିଲା । ଏବେ ମେଡିକାଲ ଓ ଇଞ୍ଜିନିୟରିଂ ପଢିବା ପାଇଁ ସରକାରୀ ସ୍କୁଲର ପିଲାମାନଙ୍କୁ କିଛିଟା ସୁଯୋଗ ମିଳିବ । ରାଜ୍ୟର ୮୬ ପ୍ରତିଶତ ଛାତ୍ରଛାତ୍ରୀ ସରକାରୀ ସ୍କୁଲରେ ପାଠ ପଢନ୍ତି । ସେଥିମଧ୍ୟରୁ କେବଳ ୨୩ ପ୍ରତିଶତ ମେଡିକାଲ କଲେଜ ଏବଂ ୨୧ ପ୍ରତିଶତ ଇଞ୍ଜିନିୟରିଂ କଲେଜରେ ସିଟ ପାଇଥାନ୍ତି । ତେବେ ସରକାରୀ ବିଦ୍ୟାଳୟରେ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ କୋଚିଂର ଅଭାବ ରହିଥିବାରୁ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ସଂଖ୍ୟା କମିବାରେ ଲାଗୁଛି । ଅନେକ ଭଲ ଭଲ ଘରୋଇ କୋଚିଂ ସେଂଟର ପ୍ରାୟତଃ ସହରାଞ୍ଚଳରେ ରହୁଛି ।

ଏହା ମଧ୍ୟ ପଢନ୍ତୁ:- ପଶ୍ଚିମ ଓଡ଼ିଶା କାର୍ଡ ଖେଳିବ ବିଜେପି ! ସୁରେଶ ପୂଜାରୀଙ୍କୁ ଦିଲ୍ଲୀ ଡାକରା ପରେ ରାଜ୍ୟରେ ହଇଚଇ - Suresh Pujari get party high command call

ଏଥିରେ କୋଚିଂ ନେବା ଅଧିକ ବ୍ୟୟ ବହୁଳ ହେଉଥିବାରୁ ଏ ବ୍ୟବସ୍ଥା କରାଯାଇଛି । ଏହି ସଂରକ୍ଷଣ ସୁବିଧା ସମସ୍ତ ସଂରକ୍ଷିତ ବର୍ଗ ତଥା ସାଧାରଣ ବର୍ଗର ପିଲାଙ୍କ ସ୍ଥାନ ସମେତ ସବୁସ୍ତରରେ ସମାନୁପାତିକ ଭାବେ ଲାଗୁ କରାଯିବ ବୋଲି ସୂଚନା ମିଳିଛି। ତେବେ ଆଉ ସରକାରୀ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ମେଡିକାଲ ପାଠ ପଡ଼ିବା ପାଇଁ କି ଇଞ୍ଜିନିୟରିଂ ପାଠ ପଢିବା ପାଇଁ ଅସୁବିଧାର ସମ୍ମୁଖୀନ ହେବନାହିଁ । ତେବେ ଏନେଇ ଆହୁରି ଅଧିକ ରୁ ଅଧିକ ସଚେତନତା ଆବଶ୍ୟକ ବୋଲି ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ ଏବଂ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details