ଓଡିଶା

odisha

ETV Bharat / sports

ଟେଷ୍ଟ ପରେ ଟି20ରେ ବାଂଲା ଶିକାର କରିବ ଟିମ୍‌ ଇଣ୍ଡିଆ; ଜାଣନ୍ତୁ କେମିତି ଦେଖିବେ ଫ୍ରି' ଲାଇଭ ମ୍ୟାଚ୍‌ - IND vs BAN T20 - IND VS BAN T20

Free Live Match of IND vs BAN T20 : ଅକ୍ଟୋବର 6ରୁ ବାଂଲାଦେଶ ବିପକ୍ଷ ଟି20 ଅଭିଯାନ । ନେଟ୍ସରେ ଝାଳ ବୁହାଉଛନ୍ତି ଖେଳାଳି । ଅଧିକ ପଢ଼ନ୍ତୁ

IND vs BAN T20
IND vs BAN T20 (ETV Bharat)

By ETV Bharat Sports Team

Published : Oct 4, 2024, 7:43 PM IST

ହାଇଦ୍ରାବାଦ : ଭାରତୀୟ କ୍ରିକେଟ୍‌ ଦଳ ଅକ୍ଟୋବର 6ରୁ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ବାଂଲାଦେଶ ବିପକ୍ଷରେ ତିନି ମ୍ୟାଚ୍‌ ବିଶିଷ୍ଟ ଟି20 ସିରିଜ୍ ଖେଳିବାକୁ ଯାଉଛି । ଏହା ପୂର୍ବରୁ ମଧ୍ୟ ଟିମ୍ ଇଣ୍ଡିଆ ଏହାର ପ୍ରସ୍ତୁତି ଆରମ୍ଭ କରିଛି । ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ୍ ଦଳ ଦୀର୍ଘ ସମୟ ଧରି ଅଭ୍ୟାସ କରୁଛି । ଯାହାର ଭିଡିଓ ବିସିସିଆଇ ମଧ୍ୟ ଏହାର 'X' ଆକାଉଣ୍ଟରେ ସେୟାର କରିଛି ।

ଟିମ୍‌ ଇଣ୍ଡିଆର ଝାଳବୁହା ଅଭ୍ୟାସ :-

ବିସିସିଆଇ ସେୟାର କରିଥିବା ଭିଡିଓ ଗୁଡିକରେ ଭାରତୀୟ ଦଳର ବ୍ୟାଟରମାନେ ନେଟ୍ସରେ ଜୋରଦାର ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି । ବୋଲରମାନେ ମଧ୍ୟ ନେଟ୍ସରେ କଠିନ ଅଭ୍ୟାସ କରିଛନ୍ତି । ଏହାପରେ ଫିଲ୍ଡିଂ କୋଚ୍‌ ଟି ଦିଲୀପଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆର ଅଧିନାୟକ ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅନ୍ୟ ଖେଳାଳିମାନେ ମଧ୍ୟ ଥ୍ରୋ ଏବଂ କ୍ୟାଚ୍ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି ।

ଏହି ଅଭ୍ୟାସ ସମୟରେ ଅଭିଷେକ ଶର୍ମା ଏବଂ ରିଙ୍କୁ ସିଂହଙ୍କ ପରି ଯୁବ ବିସ୍ଫୋରକ ବ୍ୟାଟରମାନେ ମଧ୍ୟ ଜୋରଦାର ଅଭ୍ୟାସ କରିଥିଲେ । ପ୍ରଥମ ଥର ପାଇଁ ଦଳରେ ଯୋଗ ଦେଇଥିବା ମାୟଙ୍କ ଯାଦବଙ୍କୁ ମଧ୍ୟ ଦ୍ରୁତ ଗତିରେ ବୋଲିଂ କରୁଥିବା ଦେଖିବାକୁ ମିଳିଥିଲା । ଅର୍ଶଦୀପ ମଧ୍ୟ ତାଙ୍କ ସାଥ ଦେଇଥିଲେ ଏବଂ ଏହି ସମୟରେ ମଧ୍ୟ ସମସ୍ତ ବୋଲରଙ୍କ ସହ ବୋଲିଂ କୋଚ୍ ମୋର୍ନେ ମୋର୍କେଲ ଉପସ୍ଥିତ ଥିଲେ ।

କେବେ ଓ କେମିତି ଦେଖିବେ ପ୍ରଥମ ମ୍ୟାଚ୍‌ LIVE :-

ଏହି 3 ମ୍ୟାଚ୍ ବିଶିଷ୍ଟ ଟି20 ସିରିଜ୍ ପୂର୍ବରୁ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ବାଂଲାଦେଶ ବିପକ୍ଷ 2 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ 2-0ରେ କ୍ଲିନ-ସ୍ବିପ କରିଛି । ବର୍ତ୍ତମାନ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ଦଳ ମଧ୍ୟ ଏହି ଟି20 ସିରିଜକୁ କ୍ଲିନ-ସ୍ବପ୍‌ କରିବାର ସୁଯୋଗ ପାଇବ । ଭାରତୀୟ ଦଳ ଏହାର ପ୍ରଥମ ଟି20 ମ୍ୟାଚ୍ 6 ଅକ୍ଟୋବରରେ ମଧ୍ୟପ୍ରଦେଶର ଗ୍ବାଲିଅରସ୍ଥିତ ଶ୍ରୀମନ୍ତ ମାଧବରାଓ ସିନ୍ଧିଆ କ୍ରିକେଟ୍ ଷ୍ଟାଡିୟମରେ ଖେଳିବ । ଏହି ସିରିଜ୍‌ର ସମସ୍ତ ମ୍ୟାଚ୍‌ର ଲାଇଭ୍ ଟେଲିକାଷ୍ଟ 'ସ୍ପୋର୍ଟସ୍ 18' ନେଟୱାର୍କରେ ହେବ ଏବଂ ଏହାର ଲାଇଭ୍ ଷ୍ଟ୍ରିମିଂ ଜିଓ ସିନେମାରେ କରାଯିବ ।

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details