ହାଇଦ୍ରାବାଦ :ପର୍ତ୍ତୁଗାଲର ପ୍ରସିଦ୍ଧ ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ ଦୁନିଆର ସର୍ବାଧିକ ରୋଜଗାର କରୁଥିବା ଆଥଲେଟ୍ ଅଟନ୍ତି । 39 ବର୍ଷୀୟ ରୋନାଲ୍ଡୋ ଅବସର ପରବର୍ତ୍ତୀ ଜୀବନ ପାଇଁ ଯୋଜନା କରୁଛନ୍ତି । ଅବସର ପରେ ଫୁଟବଲ ଖେଳାଳିମାନେ ସମ୍ମୁଖୀନ ହେଉଥିବା ଆହ୍ବାନ ବିଷୟରେ ଜାଣି ରୋନାଲ୍ଡୋ ପେଷ୍ଟାନା ହୋଟେଲ୍ ଗ୍ରୁପ୍ ସହଭାଗିତାରେ ନିଜର ଅନେକ ବ୍ୟବସାୟ ଆରମ୍ଭ କରିଛନ୍ତି ।
ରୋନାଲ୍ଡୋଙ୍କ ହୋଟେଲରେ ନିଯୁକ୍ତି :-
ମାଡ୍ରିଡ, ପଞ୍ଚଲ, ଲିସବନ୍, ମାରାକେଚ ଏବଂ ନ୍ୟୁୟର୍କ ପରି ବିଶ୍ବର ବଡ ବଡ଼ ସହରରେ ରୋନାଲଡୋଙ୍କର 5ଟି ବଡ଼ ବଡ଼ ହୋଟେଲ ଅଛି । ଲା-ସେକ୍ସଟା ରିପୋର୍ଟ ଅନୁଯାୟୀ, ତାଙ୍କର ମାଡ୍ରିଡସ୍ଥିତ ହୋଟେଲରେ ଅନେକ ଭୂମିକାରେ ସକ୍ରିୟ ଭାବରେ କର୍ମଚାରୀ ନିଯୁକ୍ତି ଚାଲିଛି ଏବଂ ପାରିଶ୍ରମିକ ପ୍ୟାକେଜର ଏକ ଅଂଶ ଭାବରେ ଆକର୍ଷଣୀୟ ବେତନ ମଧ୍ୟ ପ୍ରଦାନ କରାଯାଉଛି ।
2015ରେ, ରୋନାଲଡୋ ପେଷ୍ଟାନା ହୋଟେଲ୍ ଗ୍ରୁପ୍ ସହିତ ନିଜର ହୋଟେଲ ନିବେଶ ଆରମ୍ଭ କରିଥିଲେ । ପର୍ତ୍ତୁଗାଲର ମଦୀରାର ନିଜ ସହର ଫଞ୍ଚଲରେ ପ୍ରଥମ ହୋଟେଲ ଲଞ୍ଚ କରିବା ପାଇଁ ସେ ପ୍ରାରମ୍ଭିକ ବିନିଯୋଗ 275.73 କୋଟି (30 ନିୟୁତ ୟୁରୋ)ରୁ ଅଧିକ କରିଥିଲେ । ରୋନାଲ୍ଡୋଙ୍କ ସମସ୍ତ ହୋଟେଲ ଚେନ୍ ବର୍ତ୍ତମାନ ଏହାର କର୍ମଚାରୀମାନଙ୍କୁ ପ୍ରାୟ 22.98 ଲକ୍ଷ ମାସିକ ଦରମା ଏବଂ ବର୍ଷକୁ 50 ଦିନ ଛୁଟି ଦେଉଛି । ସ୍ପେନର ଅନ୍ୟ ହୋଟେଲଗୁଡିକୁ ନଜର ପକାଇଲେ ଏଗୁଡ଼ିକ କର୍ମଚାରୀମାନଙ୍କୁ ପ୍ରାୟ ମାସିକ 50 ହଜାର ଦରମା ଓ ବାର୍ଷିକ 20 ଦିନ ଛୁଟି ଦେଇଥାନ୍ତି । ହେଲେ ରୋନାଲ୍ଡୋଙ୍କ ହୋଟେଲର ଦରମା ଓ ଛୁଟି ଅନ୍ୟ ହୋଟେଲଗୁଡ଼ିକଠାରୁ ବହୁତ ଅଧିକ ।