ଓଡିଶା

odisha

ETV Bharat / photos

କେମିତି ଥିଲା ବର୍ଷ 2024ର ଶେଷ ସୂର୍ଯ୍ୟ ପରାଗ; ଦେଖନ୍ତୁ ଫଟୋ - Last Solar Eclipse of 2024 - LAST SOLAR ECLIPSE OF 2024

ଅକ୍ଟୋବର 2 ତାରିଖ (ଗତକାଲି) ବର୍ଷ 2024ର ଶେଷ ତଥା ଦ୍ବିତୀୟ ସୂର୍ଯ୍ୟ ପରାଗ ଦୃଶ୍ୟମାନ ହୋଇଛି । ଏହି ସୂର୍ଯ୍ୟ ପରାଗଟି ବିରଳ, କାରଣ ପରାଗ ସମୟରେ ସୂର୍ଯ୍ୟ 'ରିଙ୍ଗ ଅଫ ଫାୟାର' ଭଳି ଦିଶିଥିଲେ । ଭାରତୀୟ ସମୟ ରାତି 9:13ରୁ ଆଜି ଭୋର 3: 17ମିନିଟ ପର୍ଯ୍ୟନ୍ତ ପ୍ରାୟ 6 ଘଣ୍ଟା ପରାଗ ଲାଗିଥିଲା । (Photo-AP)

By ETV Bharat Tech Team

Published : Oct 3, 2024, 12:19 PM IST

ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଏପ୍ରିଲ 8ତାରିଖରେ ଲାଗିଥିଲା । ବର୍ଷର ଶେଷ ପରାଗ ରିଙ୍ଗ ଅଫ ଫାୟାର ଭଳି ହୋଇଛି । (Photo-AP)
ବାର୍ଷିକ ସୂର୍ଯ୍ୟପରାଗରେ ଚନ୍ଦ୍ର ସୂର୍ଯ୍ୟଙ୍କୁ ନିଜ ଛାଇରେ କେବଳ ମଝି ଭାଗକୁ ଆଚ୍ଛାଦିତ କରେ ଏଣୁ ସୂର୍ଯ୍ୟଙ୍କ ବାହାର ପାର୍ଶ୍ବ ଉଜ୍ଜ୍ବଳ ଦିଶେ । ଏଥିଲାଗି ଏହାକୁ ରିଙ୍ଗ ଅଫ ଫାୟାର କୁହାଯାଏ । (Photo-AP)
ସୂର୍ଯ୍ୟଙ୍କ ଅତିବାଇଗଣୀ ରଶ୍ମିକୁ ବ୍ଲକ କରୁଥିବା ଚଷମା ଲଗାଇ ସୂର୍ଯ୍ୟ ପରାଗ ଦେଖୁଛନ୍ତି କିଛି ଲୋକ । (Photo-AP)
ଦକ୍ଷିଣ ପ୍ରଶାନ୍ତ ମହାସାଗର ସମେତ ଦକ୍ଷିଣପଶ୍ଚିମ ଆଟଲାଣ୍ଟିକ ମହାସାଗର ଓ ଦକ୍ଷିଣ ଆମେରିକାର ଚିଲି, ଆର୍ଜେଣ୍ଟିନା ଓ ଇଷ୍ଟର ଦ୍ବୀପରେ ଏହା ଦୃଶ୍ୟମାନ ହୋଇଛି । (Photo-AP)
ସୂର୍ଯ୍ୟ ପରାଗ ରାତିରେ ହୋଇଥିବାରୁ ଏହା ଭାରତରେ ଦୃଶ୍ୟମାନ ହୋଇନାହିଁ । (Photo-AP)

ABOUT THE AUTHOR

...view details