ହାଇଦ୍ରାବାଦ:ମନୋରଞ୍ଜନ ଜଗତରୁ ପୁଣି ଆସିଲା ଦୁଃଖଦ ଖବର । ଆଉ ନାହାନ୍ତି ହଲିଉଡ ଅଭିନେତା ବର୍ଣ୍ଣାଡ ହିଲ । ୭୯ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ଅଭିନେତା । ତାଙ୍କ ମୃତ୍ୟୁ ଖବର ସହ-ତାରକା ବାର୍ବାରା ଡିକ୍ସନ ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି । ଏହି ଖବର ଆସିବା ମାତ୍ର ହଲିଉଡ ଇଣ୍ଡଷ୍ଟ୍ରି ସମେତ ଫ୍ୟାନ୍ସଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି । କହିରଖୁଛୁ କି, ୧୯୯୭ ଚଳଚ୍ଚିତ୍ର 'ଟାଇଟନିକ'ରେ କ୍ୟାପଟେନ ଏଡୱାର୍ଡ ଜନ ସ୍ମିଥ ଭୂମିକାରେ ବର୍ଣ୍ଣାଡ ହିଲ ଅଭିନୟ କରି ବେଶ ପରିଚୟ ସୃଷ୍ଟି କରିଥିଲେ ।
ବାର୍ବାରା ଡିକ୍ସନ ଏକ୍ସରେ ଏକ ପୋଷ୍ଟ ସେୟାର କରି କ୍ୟାପସନରେ ଲେଖିଛନ୍ତି, ''ମୁଁ ବହୁତ ଦୁଃଖର ସହ ଆପଣମାନଙ୍କୁ ଏହା ସେୟାର କରୁଛି ଯେ ବର୍ଣ୍ଣାଡ ହିଲଙ୍କର ଦେହାନ୍ତ ହୋଇଛି । ଆମେ ଜନ୍ ପଲ ଜର୍ଜ ରିଙ୍ଗୋ ଏବଂ ବର୍ଟ, ୱିଲି ରସେଲଙ୍କ ସୋ'ରେ 1974-75ରେ ଏକାଠି କାମ କରିଥିଲୁ । ପ୍ରକୃତରେ ସେ ଜଣେ ଚତ୍ମକାର ଅଭିନେତା । ତାଙ୍କ ଆତ୍ମାକୁ ଶାନ୍ତି ମିଳୁ ।'' ଏହି ଖବର ଆସିବା ପରେ ଫ୍ୟାନ୍ସଙ୍କ ସମେତ ଅନେକ ସେଲିବ୍ରିଟି ଦୁଃଖ ପ୍ରକାଶ କରିଛନ୍ତି ଏବଂ ଅଭିନେତାଙ୍କୁ ଶ୍ରଦ୍ଧାଞ୍ଚଳୀ ଜଣାଇବା ସହ ପରିବାରକୁ ସମବେଦନା ଜଣାଇଛନ୍ତି ।
ଏହା ମଧ୍ୟ ପଢନ୍ତୁ:ଜୀବନ ହାରିଲେ ଭୋଜପୁରୀ ଅଭିନେତ୍ରୀ ଅମୃତା ପାଣ୍ଡେ, ମୃତ୍ୟୁ ପୂର୍ବରୁ କରିଥିଲେ ଏହି ପୋଷ୍ଟ