ଓଡିଶା

odisha

ETV Bharat / entertainment

ସାତଜନ୍ମର ସାଥୀ ହେଲେ ନାଗା ଚୈତନ୍ୟ-ଶୋଭିତା, ନାଗାର୍ଜୁନ ଦେଖାଇଲେ ପୁଅ ବିବାହର ଝଲକ - NAGA CHAITANYA SOBHITA WEDDING

ସରିଲା ବିବାହ । ହାତକୁ ଦି'ହାତ ହେଲେ ନାଗା ଚୈତନ୍ୟ-ଶୋଭିତା ଧୂଲିପାଲା । ବିବାହର ଝଲକ ଦେଖାଇଲେ ବାପା ନାଗାର୍ଜୁନ ।

Naga Chaitanya Sobhita Dhulipala Wedding
Naga Chaitanya Sobhita Dhulipala Wedding (IANS)

By ETV Bharat Entertainment Team

Published : Dec 5, 2024, 11:23 AM IST

ହାଇଦ୍ରାବାଦ:ସାତ ଜନ୍ମର ସାଥୀ ହେଲେ ସାଉଥ ଅଭିନେତା ନାଗା ଚୈତନ୍ୟ ଏବଂ ଶୋଭିତା ଧୂଲିପାଲା । ଗତକାଲି 4 ଡିସେମ୍ବରରେ ଶୋଭିତା ଏବଂ ନାଗା ଧୁମଧାମରେ ବିବାହ କରିଛନ୍ତି । ତେବେ ଉଭୟଙ୍କ ବିବାହର ଫଟୋ ସାମ୍ନାକୁ ଆସିଛି । ନାଗାର୍ଜୁନ ଅକ୍କିନେନିଙ୍କ ବଡ ପୁଅ ନାଗା ଚୈତନ୍ୟଙ୍କ ବିବାହର ଫଟୋ ସୋସିଆଲ ମିଡିଆରେ ସେୟାର କରି ବାହାଘରର ଝଲକ ଦେଖାଇଛନ୍ତି । ବର ଏବଂ କନ୍ୟା ବେଶରେ ବେଶ ସୁନ୍ଦର ଲାଗୁଛନ୍ତି ଏହି ଯୋଡ଼ି । ଉଭୟଙ୍କ ବିବାହ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ବିବାହ କଲେ ନାଗା-ଶୋଭିତା

ଦୀର୍ଘ ସମୟ ଧରି ନାଗା ଚୈତନ୍ୟ ଏବଂ ଶୋଭିତା ଧୂଲପିଲାଙ୍କ ବିବାହ ପାଇଁ ପ୍ରସ୍ତୁତି ଚାଲିଥିଲା । ବର୍ତ୍ତମାନ ଗତକାଲି ଉଭୟଙ୍କ ପଡିଛି ହାତଗଣ୍ଠି । ପାରମ୍ପାରିକ ତେଲୁଗୁ ବ୍ରାହ୍ମଣ ରୀତିନୀତି ଅନୁଯାୟୀ ଏହି ଦମ୍ପତି ବିବାହ କରିଛନ୍ତି । ଏହି ସମୟରେ ନାଗା କ୍ରିମ ରଙ୍ଗର ଶେରୱାନିରେ ନଜର ଆସିଥିବା ବେଳେ ଶୋଭିତା ଗୋଲ୍ଡେନ ରଙ୍ଗର ଶାଢୀରେ ପାରମ୍ପରିକ ଲୁକରେ ଖୁବ ସୁନ୍ଦର ଦେଖାଯାଉଛନ୍ତି ।ଏହି ବିବାହ ସମାରୋହରେ ପରିବାର, ସମ୍ପର୍କୀୟ ଏବଂ ସାଉଥ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ତାରକା ସାମିଲ ହୋଇ ଦମ୍ପତିଙ୍କୁ ଆଶୀର୍ବାଦ ଦେଇଥିଲେ ।

ନାଗାର୍ଜୁନ ଦେଖାଇଲେ ବିବାହର ଝଲକ

ନାଗାର୍ଜୁନ ପୁଅ ବିବାହକୁ ଉପଭୋଗ କରିଥିବା ବେଳେ ସୋସିଆଲ ମିଡିଆ ଏକ୍ସରେ ବିବାହର ଫଟୋ ସେୟାର କରି ବିଶେଷ ମୁହୁର୍ତ୍ତର ଝଲକ ଦେଖାଇଛନ୍ତି । ବିବାହ ଫଟୋରେ ନାଗାର୍ଜୁନ ପୁଅ ଓ ବୋହୂ ସହ ନଜର ଆସିଛନ୍ତି । ଏହି ଫଟୋ ସେୟାର କରି ସେ ଲେଖିଛନ୍ତି, ''ମୋର ପ୍ରିୟ ଚେ' କୁ ଅଭିନନ୍ଦନ, ଏବଂ ଶୋଭିତାଙ୍କୁ ଆମ ପରିବାରକୁ ସ୍ୱାଗତ । ଆପଣ ଆମ ଜୀବନରେ ଏତେ ସୁଖ ଆଣି ସାରିଛନ୍ତି । ଏହି ବିବାହ ଆହୁରି ସ୍ୱତନ୍ତ୍ର ହୋଇଛି କାରଣ ANR ଗାରୁଙ୍କ ପ୍ରତିମୂର୍ତ୍ତି ତଳେ ଏହି ବିବାହ ସମ୍ପନ୍ନ ହୋଇଚି ଉଭୟ ତାଙ୍କ ଆଶୀର୍ବାଦ ପାଇଛନ୍ତି । ଏହା ଅନୁଭବ କରେ ଯେପରି ଏହି ଯାତ୍ରା ର ପ୍ରତ୍ୟେକ ପଦକ୍ଷେପରେ ତାଙ୍କ ପ୍ରେମ ଏବଂ ମାର୍ଗଦର୍ଶନ ଆମ ସହିତ ଉପସ୍ଥିତ । ଆଜି କୃତଜ୍ଞତା ସହ ଆମ ଉପରେ ଦିଆଯାଇଥିବା ଅସଂଖ୍ୟ ଆଶୀର୍ବାଦକୁ ମୁଁ ଧନ୍ୟବାଦ ଜଣାଉଛି ।''

ଏହା ମଧ୍ୟ ପଢନ୍ତୁ:ନାଗା ଚୈତନ୍ୟ-ଶୋଭିତାଙ୍କ ପ୍ରି-ୱେଡିଂ ସେରମନି ଆରମ୍ଭ

ନାଗା ଚୈତନ୍ୟଙ୍କ ଏହା ଦ୍ୱିତୀୟ ବିବାହ

ନାଗା ଚୈତନ୍ୟ ପୂର୍ବରୁ ସାଉଥ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କୁ ବିବାହ କରିଥିଲେ । ସାମନ୍ଥା ଏବଂ ନାଗା ପ୍ରଥମ ଥର ପାଇଁ 2010ରେ ଗୌତମ ମେନନଙ୍କ ୟେ ମାୟା ଚେସାଭଙ୍କ ସେଟରେ ସାକ୍ଷାତ ହୋଇଥିଲେ । ଯାହାପରେ ଦୁହେଁ ପ୍ରେମରେ ପଡ଼ି ଅକ୍ଟୋବର 2017ରେ ବିବାହ କରିଥିଲେ । କିନ୍ତୁ ୪ ବର୍ଷ ପରେ ଏହି କପଲ ୨୦୨୧ରେ ଅଲଗା ହୋଇଥିଲେ । ଯାହା ଉଭୟଙ୍କ ଫ୍ୟାନ୍ସଙ୍କୁ ଚକିତ କରିଥିଲା । ସାମନ୍ଥାଙ୍କ ସହ ବିବାହ ବିଚ୍ଛେଦ ହେବା ପରେ ନାଗା ଅଭିନେତ୍ରୀ ଶୋଭିତା ଧୂଲିପାଲାଙ୍କ ପ୍ରେମରେ ପଡିଥିଲେ । ପରେ ଉଭୟ ଭ୍ୟାକସନ ଫଟୋ ମଧ୍ୟ ଭାଇରାଲ ହୋଇଥିଲା । ହେଲେ ଉଭୟ ନିଜ ସମ୍ପର୍କକୁ ଅଫିସିଆଲ କରିନଥିଲେ । ଦୀର୍ଘ ଦିନର ଡେଟ୍ ପରେ ଉଭୟ ନିର୍ବନ୍ଧ କରି ସମ୍ପର୍କକୁ ନିଶ୍ଚିତ କରିଥିଲେ । ଏବେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details