ଓଡିଶା

odisha

ଅନୁଭବଙ୍କ ସହ କାମ କରିବା ମୋ ପାଇଁ ସୌଭାଗ୍ୟ: ସୂର୍ଯ୍ୟମୟୀ - Interview With Suryamaye

By ETV Bharat Entertainment Team

Published : 5 hours ago

Suryamaye On Film Karma: ଦଶହରାରେ ରିଲିଜ ହେବାକୁ ଯାଉଛି ଓଡ଼ିଆ ଫିଲ୍ମ 'କର୍ମ'। ଫିଲ୍ମରେ ସୁପରଷ୍ଟାର ଅନୁଭବଙ୍କ ସହ ଅଭିନେତ୍ରୀ ସୂର୍ଯ୍ୟମୟୀଙ୍କ ଯୋଡ଼ି ପ୍ରଥମ ଥର ପାଇଁ ଦେଖିବାକୁ ମିଳିବ । ଏହି ସମୟରେ ଇଟିଭି ଭାରତର ସ୍ୱତନ୍ତ୍ର ସାକ୍ଷାତକାରରେ ସୂର୍ଯ୍ୟମୟୀ ଅନୁଭବଙ୍କ ସହ ସ୍କ୍ରିନ ସେୟାର କରିବା ଏବଂ ଫିଲ୍ମରେ ନିଜ ଚରିତ୍ରକୁ ନେଇ ଅନୁଭୂତି କିପରି ଥିଲା । ତାହା ପ୍ରକାଶ କରିଛନ୍ତି । ଶୁଣନ୍ତୁ ସେ କ'ଣ କହୁଛନ୍ତି...

ଅନୁଭବଙ୍କ ସହ କାମ କରିବା ମୋ ପାଇଁ ସୌଭାଗ୍ୟ: ସୂର୍ଯ୍ୟମୟୀ
ଅନୁଭବଙ୍କ ସହ କାମ କରିବା ମୋ ପାଇଁ ସୌଭାଗ୍ୟ: ସୂର୍ଯ୍ୟମୟୀ (ETV Bharat Odisha)

ଭୁବନେଶ୍ୱର:ଆଉ ମାତ୍ର କିଛି ଦିନର ଅପେକ୍ଷା । ରିଲିଜ ହେବାକୁ ଯାଉଛି ବହୁ ପ୍ରତିକ୍ଷୀତ ଓଡ଼ିଆ ଫିଲ୍ମ 'କର୍ମ'। ଏହି ଫିଲ୍ମରେ ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ମୁଖ୍ୟ ଭୂମିକାରେ ନଜର ଆସିବାକୁ ଥିବା ବେଳେ ତାଙ୍କ ବିପକ୍ଷରେ ନଜର ଆସିବେ ଜଣାଶୁଣା ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ର । ଏହି ଫିଲ୍ମ ସହ ଅନୁଭବ ଏବଂ ସୂର୍ଯ୍ୟମୟୀଙ୍କ ପ୍ରଥମ ଅନସ୍କ୍ରିନ ରୋମାନ୍ସ ଦେଖିବାକୁ ମିଳିବ । ଏପରି ସମୟରେ ଫିଲ୍ମର ପ୍ରମୋସନରେ ଜୋରଦାରରେ ଲାଗିପଡିଛନ୍ତି ପୁରା ଟିମ୍ । ତେବେ ଫିଲ୍ମ ରିଲିଜ ପୂର୍ବରୁ ଇଟିଭି ଭାରତକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇଛନ୍ତି ସୂର୍ଯ୍ୟମୟୀ । ସେ କହିଛନ୍ତି, ''ଅନୁଭବ ଭଳି ସୁପରଷ୍ଟାରଙ୍କ ସହ କାମ କରିବା ମୋ ପାଇଁ ସୌଭାଗ୍ୟର କଥା ।''

ଅନୁଭବଙ୍କ ସହ କାମ କରିବା ମୋ ପାଇଁ ସୌଭାଗ୍ୟ: ସୂର୍ଯ୍ୟମୟୀ (ETV Bharat Odisha)

'ଅନୁଭବଙ୍କ ସହ ଅଭିନୟ ମୋ ପାଇଁ ସୌଭାଗ୍ୟର କଥା'

ଇଟିଭି ଭାରତ ସହ କଥାବାର୍ତ୍ତା କରି ସୂର୍ଯ୍ୟମୟୀ ଫିଲ୍ମରେ ନିଜ ଚରିତ୍ର ଏବଂ ଅନୁଭବଙ୍କ ସହ ତାଙ୍କ ଅନସ୍କ୍ରିନ କେମେଷ୍ଟ୍ରି ବିଷୟରେ ପ୍ରତିକ୍ରିୟା ଦେଇଛନ୍ତି । ସୂର୍ଯ୍ୟମୟୀ କହିଛନ୍ତି ଯେ, ''ଅନୁଭବଙ୍କ ସହ ଅଭିନୟ ମୋ ପାଇଁ ସୌଭାଗ୍ୟ ।' ଯେତେ ହିରୋଇନ ମାନେ ଆସୁଛନ୍ତି ସୁପରଷ୍ଟାରମାନଙ୍କ ସହ କାମ କରିବାକୁ ସମସ୍ତଙ୍କ ଇଚ୍ଛା ଥାଏ । ଯେଉଁମାନଙ୍କୁ ଦେଖିକି ଆମେ ଅଭିନୟ ଶିଖିଛୁ ତାହା ସହ କାମ କରିବାକୁ ଇଚ୍ଛା ଥାଏ । ସେହିପରି ମୋର ମଧ୍ୟ ଇଚ୍ଛା ଥିଲା । ଶେଷରେ ମୋତେ ଏହି ଫିଲ୍ମ ଜରିଆରେ ତାଙ୍କ ସହ କାମ କରିବାର ସୁଯୋଗ ମିଳିଲା । ଏହାମୋ ପାଇଁ ସୌଭାଗ୍ୟର କଥା । ତାଙ୍କ ସହ କାମ କରିବା ମୋ ପାଇଁ ବହୁତ ଭଲ ଅଭିଜ୍ଞତା ଥିଲା ଏବଂ ମୁଁ ବହୁତ ଖୁସି ।''

ଏହା ମଧ୍ୟ ପଢନ୍ତୁ:'କର୍ମ'ରୁ ସୂର୍ଯ୍ୟମୟୀଙ୍କ ପ୍ରଥମ ଲୁକ ଆଉଟ୍; ଫିଲ୍ମର ଚରିତ୍ର ଉପରୁ ବି ଉଠିଲା ପରଦା

'କର୍ମ'ରେ ଅନୁଭବଙ୍କ ସହ କେମେଷ୍ଟ୍ରି ନେଇ କଲେ ଖୁଲାସା

କର୍ମରେ ନିଜ ଚରିତ୍ର ଏବଂଅନୁଭବଙ୍କ ସହ କେମେଷ୍ଟ୍ରି ନେଇ ସୂର୍ଯ୍ୟମୟୀ କହିଛନ୍ତି, '' ମୁଁ ଏହି ଫିଲ୍ମରେ ତାଙ୍କ ସ୍ତ୍ରୀ ଚରିତ୍ରରେ ନଜର ଆସୁଛି । ଫିଲ୍ମରେ ରୋମାନ୍ସ, ଥିଲର , ଡ୍ରାମା ସବକିଛି ଭରପୁର ରହିଛି । ଆମେ ଆମର ଶ୍ରେଷ୍ଠ ଦେଇଛୁ । ଲୋକେ ଆମର ଫିଲ୍ମ ଏବଂ ଆମ ଯୋଡ଼ିକୁ ଦର୍ଶକ ପସନ୍ଦ କରିବା ସହ ବେଶ ଭଲପାଇବା ଦେବେ ବୋଲି ମୋର ଆଶା । ଏହି ଫିଲ୍ମ ନେଇ ବହୁତ ଆଶା ଅଛି । ଏଣୁ ସମସ୍ତଙ୍କୁ ଅନରୋଧ କରୁଛି ଯେ, ଓଡ଼ିଆ ଇଣ୍ଡଷ୍ଟ୍ରି ପାଇଁ ଏବେ ପୁଣି ଭଲ ପାଇବା ବଢିବାରେ ଲାଗିଛି । ଏଣୁ ସମସ୍ତେ ଆସନ୍ତୁ ଫିଲ୍ମ ଦେଖନ୍ତୁ ଏହା ଆପଣଙ୍କ ମନକୁ ସୁହାଇଲା ଭଳି ଫିଲ୍ମ ଅଟେ । ଆପଣମାନଙ୍କ ଭଲପାଇବା ଏବଂ ସମର୍ଥନ ଆମକୁ ଦରକାର । ''

ଏହା ମଧ୍ୟ ପଢନ୍ତୁ:46 ବର୍ଷ ପରେ ମହାଶ୍ୱେତା ରାୟଙ୍କ ଦମଦାର କମବ୍ୟାକ୍, ରିଲିଜ ହେଲା ଓଡ଼ିଆ ଫିଲ୍ମ 'ଆଶ୍ରମ'

ଏହି ଦିନ ରିଲିଜ ହେବ 'କର୍ମ'

ଅନୁପମ ପଟ୍ଟନାୟକଙ୍କ ବ୍ୟାନରରେ ପ୍ରସ୍ତୁତ ନୂଆ ଚଳଚ୍ଚିତ୍ର 'କର୍ମ'ରେ ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ । କାର୍ଯ୍ୟକାରୀ ପ୍ରଯୋଜକ ଭାବେ ବର୍ଷା ପଟ୍ଟନାୟକ କାର୍ଯ୍ୟ କରୁଥିବା ବେଳେ ଫିଲ୍ମକୁ ଶବ୍ଦରେ ସଜେଇଛନ୍ତି ଲେଖକ ମାନସ ପଢ଼ିଆରୀ । ସଂଗୀତ ନିର୍ଦ୍ଦେଶନା ସହ କଣ୍ଠଶିଳ୍ପୀ ରହିଛନ୍ତି ଆଶିଷ ପ୍ରଧାନ । ଫିଲ୍ମରେ ଅନୁଭବ ଓ ସୂର୍ଯ୍ୟମୟୀଙ୍କ ବ୍ୟତୀତ ଦିବ୍ୟା ଚୌଧୁରୀ, ଜୟ ପ୍ରକାଶ, ନିଶାନ୍ତ ମଜିଠିଆ ଉଦିତ ଗୁରୁ ରହିଥିବା ବେଳେ ସନୋଜ ଓ ମନ୍ମୟ ଦେ ଏହି ଫିଲ୍ମ ସହ ଡେବ୍ୟୁ କରିବାକୁ ଯାଉଛନ୍ତି । ଚଳିତ ଦର୍ଶହରା ଅବସରରେ ଅର୍ଥାତ୍ ଅକ୍ଟୋବର 9ରେ ପରଦାକୁ ଆସିବ ଫିଲ୍ମ ।

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details