ଓଡିଶା

odisha

ETV Bharat / entertainment

ସିନେପ୍ରେମୀଙ୍କ ପାଇଁ ଖୁସି ଖବର; ଏହି ସପ୍ତାହରେ ଓଟିଟି ଧମାକା, ରିଲିଜ ହେଉଛି 10ରୁ ଉର୍ଦ୍ଧ୍ୱ ଫିଲ୍ମ-ସିରିଜ - OTT RELEASES THIS WEEK

ନଭେମ୍ବରର ଏହି ସପ୍ତାହ କେବଳ ଗୋଟିଏ କିମ୍ବା ଦୁଇଟି ନୁହେଁ, 14 ଟି ଭାରତୀୟ ଏବଂ ବିଦେଶୀ ଚଳଚ୍ଚିତ୍ର ଏବଂ ସିରିଜ ଓଟିଟିରେ ରିଲିଜ ହେଉଛି । ସଂପୂର୍ଣ୍ଣ ତାଲିକା ଦେଖନ୍ତୁ,

OTT RELEASES FILM AND SERIES THIS WEEK
OTT RELEASES FILM AND SERIES THIS WEEK (Film Poster)

By ETV Bharat Entertainment Team

Published : Nov 6, 2024, 3:19 PM IST

ହାଇଦ୍ରାବାଦ:ସିନେପ୍ରେମୀଙ୍କ ପାଇଁ ଖୁସି ଖବର । ଘରେ ବସି ସିନେମାର ତୃତୀୟ ତଥା ସବୁଠୁ ବଡ ହିଟ୍ 'ପରଦା' ବର୍ତ୍ତମାନ OTTରେ ଏଥର ନଭେମ୍ୱରରେ ନେଇପାରିବେ ମଜା । ପ୍ରତି ସପ୍ତାହରେ ନୂଆ ଏବଂ ପୁରୁଣା ଚଳଚ୍ଚିତ୍ର ଏବଂ ଧାରାବାହିକ ପ୍ରସାରିତ ହେଉଥିବା ବେଳେ ନଭେମ୍ବରର ଆଗାମୀ ସପ୍ତାହରେ ଅନେକ ସିରିଜ୍ ଏବଂ ଚଳଚ୍ଚିତ୍ର ଷ୍ଟ୍ରିମ୍ ହେବାକୁ ଯାଉଛି । ତେବେ କେଉଁ ଫିଲ୍ମ ଏବଂ ସିରିଜର ନେଇପାରିବେ ମଜା । ଜାଣନ୍ତୁ,

1. ସିଟାଡେଲ: ହନି-ବନି

ନଭେମ୍ବର 7 ରେ ଆମାଜନ ପ୍ରାଇମ ଭିଡିଓରେ ପ୍ରିୟଙ୍କା ଚୋପ୍ରାଙ୍କ ଅଭିନୀତ ଆମେରିକୀୟ ୱେବ ସିରିଜ 'ସିଟାଡେଲ' ହନି-ବନି'ର ଦେଶୀ ସଂସ୍କରଣ ପ୍ରସାରିତ ହେବାକୁ ଯାଉଛି। ଯଦି ଆପଣ ଆକ୍ସନ୍ ଏବଂ ରୋମାନ୍ସ ଶୋକୁ ଭଲ ପାଆନ୍ତି, ତେବେ ଏହି ସିରିଜ୍ ଦେଖିବା ପାଇଁ ଭୁଲନ୍ତୁ ନାହିଁ । ବରୁଣ ଧୱନ ଏବଂ ସାମନ୍ଥା ରୁଥ ପ୍ରଭୁଙ୍କ ଅଭିନୀତ ଏହି ସିରିଜ ମଧ୍ୟ ସସପେନ୍ସ ଏବଂ ଆକ୍ସନରେ ପରିପୂର୍ଣ୍ଣ ।

୨. ଦ ବକିଙ୍ଗହମ୍ ମର୍ଡର

କରୀନା କପୁର ଖାନଙ୍କ ଅଭିନୀତ ମର୍ଡର ମିଷ୍ଟ୍ରି ଚଳଚ୍ଚିତ୍ର 'ଦ ବକିଙ୍ଗହମ୍ ମର୍ଡର' ସେପ୍ଟେମ୍ବର 13 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ​​ଏବଂ ବର୍ତ୍ତମାନ OTT ରେ ମୁକ୍ତିଲାଭ କରିବାକୁ ପ୍ରସ୍ତୁତ ଅଛି । ହଂଶଲ ମେହେତାଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ କରୀନା କପୁର ଜଣେ ବିଦେଶୀ ଡିଟେକ୍ଟର ଅଫିସର ଭୂମିକାରେ ଅଭିନୟ କରିଛନ୍ତି, ଯିଏ ମର୍ଡର ମିଷ୍ଟ୍ରିର ସମାଧାନ କରିବାରେ ବ୍ୟସ୍ତ ଅଛନ୍ତି । 50 କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ 14.32 କୋଟି ଟଙ୍କା ରୋଜଗାର କରିଥିଲା । ନଭେମ୍ବର 8 ରେ ଆପଣ ଏହି ଫିଲ୍ମକୁ ନେଟଫ୍ଲିକ୍ସରେ ଦେଖିପାରିବେ ।

3. ବିଜୟ 69

ଅନୁପମ ଖେରଙ୍କ ଅଭିନୀତ ଚଳଚ୍ଚିତ୍ର 'ବିଜୟ 69' ଅକ୍ଷୟ ରୟ ନିର୍ଦ୍ଦେଶନା ଦେଇଛନ୍ତି। ୟଶ ରାଜ ବ୍ୟାନରରେ ନିର୍ମିତ ଫିଲ୍ମ 'ବିଜୟ 69' ରେ ଅନୁପମ ଖେର ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି ଚଳଚ୍ଚିତ୍ରର କାହାଣୀ ଜଣେ ବୃଦ୍ଧ(ଅନୁପମ ଖେର)ଙ୍କ କାହାଣୀ ଯିଏ ଟ୍ରାଇଥଲନ୍ (ସାଇକେଲ ଚଲାଇବା) ରେ ଭାଗ ନେଇଥାଏ । ତାଙ୍କ ସଂର୍ଘଷର କାହାଣୀ ଏଥିରେ ଦେଖିବେ । ବିଜୟ 69 ନଭେମ୍ବରରେ 8 ନଭେମ୍ବରରେ ଷ୍ଟ୍ରିମ୍ କରିବାକୁ ଯାଉଛି।

4. ଦେବରା ପାର୍ଟ-1

ସାଉଥ ସୁପରଷ୍ଟାର ଜୁନିଅର ଏନଟିଆର, ଜାହ୍ନବୀ କପୁର ଏବଂ ସୈଫ ଅଲି ଖାନଙ୍କ ଅଭିନୀତ ଡ୍ରାମା ଫିଲ୍ମ 'ଦେବରା ପାର୍ଟ 1' 'ବର୍ତ୍ତମାନ ବକ୍ସ ଅଫିସରେ ଧମାକା କରିବା ପରେ ଓଟିଟିରେ ଧମାକା କରୁଛି । ପ୍ରାୟ 300 କୋଟି ଟଙ୍କାରେ ନିର୍ମିତ ଏହି ଫିଲ୍ମ 'ଦେବରା ପାର୍ଟ 1' କୁ କୋରତାଲା ଶିବା ନିର୍ଦ୍ଦେଶନା ଦେଇଥିଲେ। 'ଦେବରା' ବକ୍ସ ଅଫିସରେ 400 କୋଟି ଟଙ୍କାର ବ୍ୟବସାୟ କରିଛି। ଆପଣ ବର୍ତ୍ତମାନ 8 ନଭେମ୍ବରରେ ନେଟଫ୍ଲିକ୍ସରେ 'ଦେବରା' ଦେଖିପାରିବେ।

5. ଭେଟ୍ଟାୟାନ୍

ଦୀର୍ଘ ସମୟ ପରେ ରଜନୀକାନ୍ତ ଏବଂ ଅମିତାଭ ବଚ୍ଚନ ଫିଲ୍ମ 'ଭେଟ୍ଟାୟାନ'ରେ ଏକାଠି ପରଦାରେ ନଜର ଆସିଥିଲେ । ଦଶହରା 2024 ଅବସରରେ ମୁକ୍ତିଲାଭ କରିଥିବା ଆକ୍ସନ୍ ଡ୍ରାମା ଚଳଚ୍ଚିତ୍ର 'ଭେଟ୍ଟିୟାନ୍' ଟି.ଜେ ଜ୍ଞାନବେଲଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଥିଲା । 'ଭେଟ୍ଟିଆନ୍'ର ବଜେଟ୍ 300 କୋଟି ଟଙ୍କା ଏବଂ ଭାରତରେ ଏହାର ସଂଗ୍ରହ 146.52 କୋଟି ଏବଂ ବିଶ୍ୱ ବ୍ୟାପୀ 253.24 କୋଟି ଟଙ୍କା ଆୟ କରିଛି । ବର୍ତ୍ତମାନ 'ଭେଟ୍ଟିୟାନ୍' 8 ନଭେମ୍ବରରେ ଆମାଜନ ପ୍ରାଇମରେ ମୁକ୍ତିଲାଭ କରିବାକୁ ଯାଉଛି ।

6. ଖାୱୌକା ଝମେଲା

ପ୍ରତୀକ ବବର ଏବଂ ସୟାନୀ ଗୁପ୍ତାଙ୍କ ଅଭିନୀତ ରୋମ-କମ ଫିଲ୍ମ 'ଖାୱୌକା ଝମେଲା' 8 ନଭେମ୍ବରରେ ଜିଓ ସିନେମାରେ ପ୍ରସାରିତ ହେବାକୁ ଯାଉଛି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଦାନିଶ୍ ଅସଲମ୍। ଏହି ଚଳଚ୍ଚିତ୍ରରେ ପ୍ରତୀକ ଜୁବିନ୍ ନାମକ ଜଣେ ଅର୍ଥ ବିଶେଷଜ୍ଞ ଏବଂ ସୟାନି ରୁବି ଭୂମିକାରେ ଅଭିନୟ କରିବେ।

ଏହା ମଧ୍ୟ ପଢନ୍ତୁ:ନଭେମ୍ୱର ଧମାକା; ଫୁଲ୍ଅନ୍ ଏଣ୍ଟରଟେନମେଣ୍ଟ ହେବ ଏହି ମାସ, ଥିଏଟରରେ ରିଲିଜ ହେଉଛି ଏହି ଫିଲ୍ମସ୍

OTT ରେ ବିଦେଶୀ ଚଳଚ୍ଚିତ୍ର ଏବଂ ସିରିଜ୍

1. ଅକ୍ରେନ୍ ସିଜନ 2

ଷ୍ଟ୍ରିମ- (ନେଟଫ୍ଲିକ୍ସ) ଏପିସୋଡ୍ 1 ରୁ 3- ନଭେମ୍ବର 9

ଏପିସୋଡ୍ 3 ରୁ 6- ନଭେମ୍ବର 16

ଏପିସୋଡ୍ 6 ରୁ 9- ନଭେମ୍ବର 23

2. ଇନଭେଷ୍ଟିଗେସନ ଏଲିଏନ୍

ଷ୍ଟ୍ରିମ୍ - ନଭେମ୍ବର 8 (ନେଟଫ୍ଲିକ୍ସ)

3. ବ୍ୟାଙ୍କ ଅଣ୍ଡର ସିଜ୍

ଷ୍ଟ୍ରିମ୍- ନଭେମ୍ବର 8 (ନେଟଫ୍ଲିକ୍ସ)

4. କାଉଣ୍ଟଡାଉନ୍: ପଲ୍ ଭର୍ସେସ ଟାଇସନ୍

ଷ୍ଟ୍ରିମ୍- ନଭେମ୍ବର 7 (ନେଟଫ୍ଲିକ୍ସ)

5. ପଡୋ ପାରାମୋ

ଷ୍ଟ୍ରିମ୍ - ନଭେମ୍ବର 6 (ନେଟଫ୍ଲିକ୍ସ)

6. ମିଟ ମି ନେକ୍ଟ ଖ୍ରୀଷ୍ଟମାସ

ଷ୍ଟ୍ରିମ୍- ନଭେମ୍ବର 6 (ନେଟଫ୍ଲିକ୍ସ)

7. ଟ୍ରାନ୍ସଫୋର୍ମର୍ସ ୱନ

ଷ୍ଟ୍ରିମ୍- ନଭେମ୍ବର 6 (ପ୍ରାଇମ୍ ଭିଡିଓ, ଆପଲ୍ ଟିଭି +)

8. ଇଟ ଏନ୍ଡ୍ସ ୱିଥ ଅଜ

ଷ୍ଟ୍ରିମ୍ - ନଭେମ୍ବର 9 (ନେଟଫ୍ଲିକ୍ସ)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details