ଓଡିଶା

odisha

ETV Bharat / bharat

ଶଶ ରାଜଯୋଗ; ଏହି ରାଶି ଉପରେ ହେବ ଶନିଦେବଙ୍କ କୃପା, ପଢ଼ନ୍ତୁ ଆଜିର ରାଶିଫଳ

ଆଜି ଶଶ ରାଜଯୋଗ । ଲାଭବାନ ହେବେ କିଛି ରାଶି । ଶନିଦେବଙ୍କ ବିଶେଷ କୃପାରୁ ଧନ ସମ୍ପତ୍ତି ହେବ ଆଗମନ ।

Today Horoscope
Today Horoscope (ETV Bharat Odisha)

By ETV Bharat Odisha Team

Published : 4 hours ago

ମେଷ:ଆପଣଙ୍କ ବନ୍ଧୁ ଏବଂ ପଡୋଶୀଙ୍କ ସହିତ ଆପଣ କେତେକ ବୌଦ୍ଧିକ ଆଲୋଚନାରେ ଲିପ୍ତ ହୋଇପାରନ୍ତି । କିନ୍ତୁ ତାହା ଶୀଘ୍ର ଯୁକ୍ତିତର୍କରେ ପରିଣତ ହେବ । ତେଣୁ ତାହା କରନ୍ତୁ ନାହିଁ । ବ୍ୟସ୍ତତା ଆପଣଙ୍କୁ ଘେରି ରହିବ, ରାତିସାରା ଆପଣ ଉଜାଗର ରହିପାରନ୍ତି, ଫଳରେ ମାନସିକ ଏବଂ ଶାରିରୀକ ସ୍ତରରେ ଆପଣ ଅସୁସ୍ଥ ହୋଇ ପଡିବେ । ଯଦି ଭ୍ରମଣ ଯୋଜନା ପ୍ରସ୍ତୁତ କରିଥାନ୍ତି, ଅନ୍ୟ କୌଣସି ଦିନ ପାଇଁ ଧାର୍ଯ୍ୟ କରନ୍ତୁ ।

Ajira Rashifala (ARIES)

ବୃଷ:ଏକ ସମ୍ବେଦନଶୀଳ ଘୋଷଣା ଆପଣଙ୍କ ଭାବନାକୁ ଅତ୍ୟଧିକ ଭାବରେ ପ୍ରଭାବିତ କରିପାରେ । ଆପଣ କୋହଳ ଅନୁଭବ କରିପାରିବେ ଯେହେତୁ ଆପଣ ଆପଣଙ୍କ ଦୈନଦିନ କାର୍ଯ୍ୟ ଠିକ୍‌ ସମୟରେ ସମାପ୍ତ କରିପାରନ୍ତି । ଆଜି ଆପଣ ସଂପୁର୍ଣ୍ଣ ଭାବରେ ସକ୍ରିୟ ରହିବେ, ଆପଣଙ୍କ ଭାଇ ଭଉଣୀଙ୍କ ସହିତ ତାଳମେଳରେ ଉନ୍ନତି ହେବ ଏବଂ ତାହା ଆପଣଙ୍କ ପାଇଁ ଲାଭଦାୟକ ହେବ ।

Ajira Rashifala (TAURUS)

ମିଥୁନ: ଆପଣ ଆଜି କିଛି ହଜିଯାଇଥିବା ଭଳି ଅନୁଭବ କରିବେ । ଅଶାନ୍ତି ଏବଂ ନିରାଶାବାଦୀର ଅନୁଭବ ଆପଣଙ୍କ ମନକୁ ପ୍ରଭାବିତ କରିବ । ଶାରିରୀକ ଭାବରେ ଆପଣ ସୁସ୍ଥ ଅନୁଭବ ନ କରିପାରନ୍ତି ଏବଂ ଘରେ ପରିସ୍ଥିତି ଏତେ ଅନୁକୂଳ ରହିବ ନାହିଁ । ଛାତ୍ରମାନେ ସେମାନଙ୍କ ଅଧ୍ୟୟନରେ ଏକାଗ୍ରତା ରଖିବା କଷ୍ଟ ଅନୁଭବ କରିବେ । ଅବଶ୍ୟ ଦିନର ମଧ୍ୟ ଭାଗରେ ପରିସ୍ଥିତିରେ ଉନ୍ନତି ହେବ ।

Ajira Rashifala (GEMINI)

କର୍କଟ: ଦିନର ପ୍ରଥମ ଭାଗରେ ଆପଣ ତାଜା ଏବଂ ଶକ୍ତିଶାଳୀ ଅନୁଭବ କରିବେ । ବାହାରକୁ ଯିବା କିମ୍ୱା ପିକ୍‌ନିକ୍‌ରେ ଯିବା ଆପଣଙ୍କ ପାଇଁ ଦିନ ଭଲ ଆଡକୁ ନେଇପାରେ । ଅବଶ୍ୟ, ଦିନର ଦ୍ୱିତୀୟ ଭାଗରେ ପରିସ୍ଥିତିରେ ପରିବର୍ତ୍ତନ ଆଣିବ । ଆପଣ ଅତି ଭାବପ୍ରବଣ ହୋଇ ପଡିବେ କିନ୍ତୁ ସେଥିରେ ବହୁ ଭାବରେ ପ୍ରଭାବିତ ହେବେ ନାହିଁ ।

Ajira Rashifala (CANCER)

ସିଂହ:ଆଜି ଦିନ ଆପଣଙ୍କ ପାଇଁ ମାନ୍ଦା ରହିବ; ଅବଶ୍ୟ ଦିନର ଦ୍ୱିତୀୟ ଭାଗରେ ପରିସ୍ଥିତିରେ ଉନ୍ନତି ହେବ । କୌଣସି ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି ଆଜି ନିଅନ୍ତୁ ନାହିଁ । କହିବା ପୂର୍ବରୁ ଦୁଇଥର ଭାବନ୍ତୁ । କାହା ସହିତ, ବିଶେଷ ଭାବରେ ସଂପର୍କୀୟ ଏବଂ ପଡୋଶୀଙ୍କ ସହିତ ଯୁକ୍ତିତର୍କ କରନ୍ତୁ ନାହିଁ । ଦୂରଯାତ୍ରା କରୁଥିଲା ସାବଧାନତା ସହ ଯାତ୍ରା କରନ୍ତୁ ।

Ajira Rashifala (LEO)

କନ୍ୟା: ସମ୍ଭବତଃ, ଆଜିର ଦିନ ଆପଣଙ୍କ ପାଇଁ ମଧ୍ୟମ ଭାବରେ ଆରାମଦାୟକ ହେବ । ଆପଣ ମାନସିକ ଏବଂ ଶାରିରୀକ ଭାବରେ ଶାନ୍ତ ରହିବେ । ବ୍ୟକ୍ତିଗତ ଏବଂ ପେଶାଗତ ଦୃଷ୍ଟିକୋଣରୁ ଏହା ଆରାମଦାୟକ ଏବଂ ଅନୁକୂଳ ରହିବ । ଅବଶ୍ୟ, ଦିନର ଦ୍ୱିତୀୟ ଭାଗରେ ଆପଣ କେତେକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।

Ajira Rashifala (VIRGO)

ତୁଳା: ଆପଣଙ୍କ ପାଇଁ ଏକ ଉଜ୍ଜ୍ୱଳ ଏବଂ ସୁନ୍ଦର ଦିନ ଅପେକ୍ଷାରେ ରହିଛି । ଆପଣଙ୍କ ଘରକୁ ଅଧିକ ସୁନ୍ଦର, ରଙ୍ଗୀଳ ଏବଂ ଆକର୍ଷଣୀୟ କରିବା ପାଇଁ ଆପଣ ସକ୍ରିୟ ରହିବେ । ଆପଣଙ୍କ ଘରେ ଲୋକମାନଙ୍କର ମନ ଶାନ୍ତ ଏବଂ ଆଶାବାଦୀ ରହିବ । କାର୍ଯ୍ୟରେ ବରିଷ୍ଠ ଅଫିସର ଆପଣଙ୍କୁ ଆର୍ଥିକ ଲାଭ ଦେଇପାରନ୍ତି ।

Ajira Rashifala (LIBRA)

ବିଛା: ବିଛା ରାଶିର ବ୍ୟକ୍ତି ଆଜି ପାଇଁ ଭାଗ୍ୟଶାଳୀ ରହିବେ । ଧର୍ମ ଯାତ୍ରା ଏବଂ ଆର୍ଥିକ ଲାଭ ଆପଣଙ୍କୁ ଦିନସାରା ପ୍ରାପ୍ତ ହେବ । ଆପଣଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ଶାନ୍ତ ମନ ଆପଣଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ଉପକାର ଆଣିବ । ଫଳରେ, ଆପଣ ଆପଣଙ୍କ କାର୍ଯ୍ୟ ସଫଳତାର ସହିତ ସଂପୁର୍ଣ୍ଣ କରିବେ ଏବଂ ଠିକ୍‌ ସମୟରେ ମଧ୍ୟ କରିବେ ।

Ajira Rashifala (SCORPIO)

ଧନୁ:ଆଜିର ସକାଳ ସବୁଦିନ ଭଳି ଆପଣଙ୍କ ପାଇଁ ଆନନ୍ଦମୟ ହେବ ନାହିଁ । ଆପଣଙ୍କର ଅସୁସ୍ଥତା ଏବଂ ସମ୍ବେଦନଶୀଳ ମନ ଆପଣଙ୍କୁ ହତାତର ଅନୁଭବ ଦେବ । କିଛି ମ୍ୟୁଜିକ୍‌ ସ୍ୱିଚ୍‌ ଅନ୍‌ କରନ୍ତୁ ଏବଂ ଆନନ୍ଦ ମନରେ ଏହାର ଉପଭୋଗ କରନ୍ତୁ । ସେହି ଖରାପ ଏବଂ ହତାସ ଭାବନା ଦୁରେଇ ଦେବା ପାଇଁ ଏହା ହେଉଛି ଏକ ଭଲ ପ୍ରତିକାର । ଆପଣ ଅର୍ଥର ଅଭାବ ଅନୁଭବ କରିପାରନ୍ତି, କିନ୍ତୁ ଏହା ମଧ୍ୟାହ୍ନ ପର୍ଯ୍ୟନ୍ତ ଲାଗି ରହିପାରେ, ତାପରେ ଏହି ସମସ୍ୟା ଦୂର ହୋଇଯାଇପାରେ ।

Ajira Rashifala (SAGITTARIUS)

ମକର: ଆଜି ଦିନ ଆପଣ ପରିବାର, ପ୍ରୀୟଜନ କିମ୍ୱା ବନ୍ଧୁଙ୍କ ସହିତ ବାହାରକୁ ଯିବା ସହିତ ଆରମ୍ଭ କରିପାରନ୍ତି । ଅବଶ୍ୟ ଧ୍ୟାନ ଦିଅନ୍ତୁ ଯେ ଖର୍ଚ୍ଚ ଅଧିକ ହେବା ଉଚିତ ନୁହେଁ, କାରଣ ଦିନର ଦ୍ୱିତୀୟ ଭାଗରେ ଆର୍ଥିକ ସମସ୍ୟା ରହିପାରେ । ହୁଏତ ହୋଇପାରେ, ଆପଣ ବାହାରକୁ ଯାଇଥିବା ବେଳେ ହୋଇଥିବା ସମସ୍ତ ଖର୍ଚ୍ଚର ଅଧିକାଂଶ ଆପଣ ଫେରି ପାଇ ନପାରନ୍ତି ।

Ajira Rashifala (CAPRICORN)

କୁମ୍ଭ:ଆଜିର ଦିନ ଆପଣଙ୍କ ପାଇଁ ଆଶିର୍ବାଦ, ଏହା ଆପଣଙ୍କ ପାଇଁ ସ୍ୱାସ୍ଥ୍ୟ, ସମ୍ପଦ ଏବଂ ଖୁସୀ ଆଣିଦେବ । ଆଜି ଆନନ୍ଦ ନିଅନ୍ତୁ । ଆପଣ ଆଜି ଅନ୍ତ୍ୟନ୍ତ ସୁନ୍ଦର ଦେଖାଯିବା ପାଇଁ ଚେଷ୍ଟା କରିପାରନ୍ତି ଏବଂ ଆପଣଙ୍କ ଇଚ୍ଛାରେ ପୋଷାକ ଏବଂ ଅନ୍ୟ ଆନୁସଙ୍ଗିକ ଜିନିଷ କ୍ରୟ କରିବାରେ ଅଧିକ ଖର୍ଚ୍ଚ କରିପାରନ୍ତି । ଦର ମୁଲାଇବା ଏବଂ କ୍ରୟ କରିବା ପାଇଁ ଏକ ଶୁଭ ଦିନ ।

Ajira Rashifala (AQUARIUS)

ମୀନ:ଆପଣଙ୍କ ମୀନ ରାଶି ପାଇଁ ଏହି ଦିନ ମଧ୍ୟମ ଧରଣର ରହିବ । ବହୁ ସାଂସ୍କୃତିକ ଆକର୍ଷଣରୁ ଦୁରରେ ରହିବା ପାଇଁ ଆପଣଙ୍କୁ ପରାମର୍ଶ ଦିଆହaଇଛି, ଯାହାକି ଆପଣଙ୍କ ମନକୁ ଟାଣିପାରେ । ବୌଦ୍ଧିକ ଆଲୋଚନାରୁ ଦୂରରେ ରହନ୍ତୁ ଯେହେତୁ ଏହା ଯୁକ୍ତିତର୍କରେ ପରିଣତ ହୋଇପାରେ । କୌଣସି ନୂଆ କାର୍ଯ୍ୟ ଆଜି କରନ୍ତୁ ନାହିଁ ଏବଂ ଅନ୍ୟ ଦିନ ପାଇଁ ରଖନ୍ତୁ, ଯେହେତୁ ସମୟ ବର୍ତ୍ତମାନ ଅନୁକୂଳ ନୁହେଁ ।

Ajira Rashifala (PISCES)

ABOUT THE AUTHOR

...view details