ହାଇଦ୍ରାବାଦ: ମିଡିଆ ଟାଇକୁନ ରାମୋଜୀ ରାଓଙ୍କ 88ତମ ଜୟନ୍ତୀରେ ରାମୋଜୀ ଗ୍ରୁପ ଲଞ୍ଚ କଲା ସାବାଲା ମିଲେଟ୍ସ- ‘ଭାରତ କା ସୁପର ଫୁଡ୍’ । ଆଜି(ଶନିବାର) ରାମୋଜୀ ଫିଲ୍ମ ସିଟିରେ ଏହାର ଲଞ୍ଚ କରାଯାଇଛି । ଏହି ଅବସରରେ ସାବାଲା ମିଲେଟ୍ସର ନିର୍ଦ୍ଦେଶିକା ସହରି ଚେରୁକୁରି କହିଛନ୍ତି, ‘ସାବାଲା ମିଲେଟ୍ସର ସମ୍ପୂର୍ଣ୍ଣ ଆହାର ଓ ସୁସ୍ଥ ଜୀବନର ପ୍ରତିନିଧିତ୍ବ କରୁଛି ।’
ସାବାଲା ମିଲେଟ୍ସର ନିର୍ଦ୍ଦେଶିକା ସହରୀ ଚେରୁକୁରି କହିଛନ୍ତି, ‘ଏହି ନୂଆ ଉଦ୍ଭାବନ ଦ୍ବାରା ଭାରତର ପାରମ୍ପାରିକ ଖାଦ୍ୟ ଓ ଆଧୁନିକ ଖାଦ୍ୟ ମଧ୍ୟରେ ଥିବା ଦୂରତାକୁ ଦୂର କରୁଛି । ଏହା ସବୁଠୁ ଭଲ ଖାଦ୍ୟ ହେବା ସହ ସନ୍ତୁଳନ ପୋଷଣ ମଧ୍ୟ ଦିଏ । ଯାହାକି ଆମର ଦୃଢ ସଂକଳ୍ପକୁ ମଧ୍ୟ ପ୍ରଦର୍ଶିତ କରୁଛି । ଆମ ସଂସ୍ଥାପକ ଶ୍ରୀ ରାମୋଜୀ ରାଓଙ୍କ ଜନ୍ମତିଥିରେ ଏହି ମିଲେଟ୍ସ ଲଞ୍ଚ କରୁଥିବାରୁ ଆମେ ବହୁତ ଖୁସି । ସୁସ୍ଥ ଭାରତ ନିର୍ମାଣ କରିବାରେ ତାଙ୍କର(ରାମୋଜୀ) ରାଓଙ୍କ ଯେଉଁ ସ୍ବପ୍ନ ଥିଲା, ଏହା ଆମର ଶ୍ରଦ୍ଧାଞ୍ଜଳି । ସାବାଲା ଏମିତି ଏକ ବ୍ରାଣ୍ଡ ହେବ, ଯାହାକି ଖାଦ୍ୟଶୈଳୀରେ ସକରାତ୍ମକ ଓ ବ୍ୟବସ୍ଥିତ ପରିବର୍ତ୍ତନକୁ ପ୍ରୋତ୍ସାହନ ଦେବ । ଏଥିସହ ସନ୍ତୁଳିତ ପୋଷଣକୁ ପ୍ରୋତ୍ସାହିତ କରିବା ସହ ଏକ ସୁସ୍ଥ ଭବିଷ୍ୟତ ନିର୍ମାଣ କରିବାରେ ସମର୍ପିତ ହେବ ।’
ସାବାଲା ମିଲେଟ୍ସ ଗ୍ରାହକଙ୍କ ସ୍ବାସ୍ଥ୍ୟ ପାଇଁ ପ୍ରତିବଦ୍ଧତା ଦିଗରେ ଏକ ପରିବର୍ତ୍ତନର ରାସ୍ତା ଅଟେ । ଏହା ପୋଷଣରେ କୌଣସି ବୁଝାମଣା ନକରି ଆଧୁନିକ ଓ ସ୍ବାସ୍ଥ୍ୟ ପାଇଁ ହିତକର ଜୀବନଶୈଳୀ ପାଇଁ ମାଣ୍ଡିଆ(ମିଲେଟ)ରୁ ପ୍ରସ୍ତୁତ ଉତ୍ପାଦ ପ୍ରଦାନ କରୁଛି । ସାବାଲା ମିଲେଟ୍ସ ଗ୍ରାହକଙ୍କ ପାଇଁ ସ୍ବାଦିଷ୍ଟ ଓ ପୋଷଣରେ ଭରପୂର ଉତ୍ପାଦ ପ୍ରଦାନ କରିବା ପାଇଁ ପ୍ରତିବଦ୍ଧ ଅଟେ । ପ୍ରଥମ ପର୍ଯ୍ୟାୟରେ 45ଟି ପ୍ରଡକ୍ଟ ବିଭିନ୍ନ ରାଜ୍ୟର ଖେଚୁଡିଠୁ ଆରମ୍ଭ କରି ମିଲେଟରୁ ପ୍ରସ୍ତୁତ କୁକିଜ୍, ହେଲ୍ଥ ବାର, ମୁନ୍ଚିସ, ନୁଡୁଲ୍ସ ଆଦି ଲଞ୍ଚ କରାଯାଇଛି । ଯାହାକି ଭାରତର ଖାଦ୍ୟ ଶ୍ରେଣୀକୁ ମଜବୁତ କରିବ ।
ରାମୋଜୀ ରାଓଙ୍କ ଦୂରଦର୍ଶିତା, ମୂଲ୍ୟବୋଧ, ବିଶ୍ବାସ, ଗୁଣବତ୍ତା ଓ ଉତ୍କୃଷ୍ଟତାକୁ ନେଇ ସାବାଲା ମିଲେଟ୍ସ ଉଚ୍ଚ ଗୁଣବତ୍ତା ଓ ପ୍ରାକୃତିକ ରୂପେ ପୋଷଣଯୁକ୍ତ ଖାଦ୍ୟର ବଢୁଥିବା ଚାହିଦାକୁ ପୂରଣ କରୁଛି । ପୋଷଣ ଯୁକ୍ତ ମିଲେଟ୍ସରେ ପ୍ରୋଟିନ, ଫାଇବର ଓ ଆବଶ୍ୟକ ପୋଷକ ତତ୍ତ୍ବ ଭରପୂର ମାତ୍ରାରେ ରହିଛି । ସେଥିପାଇଁ ଉପଭୋକ୍ତାଙ୍କୁ ସମ୍ପୂର୍ଣ୍ଣ ଆହାର ପ୍ରଦାନ କରିବାରେ ଉତ୍ତମ ଅଟେ ।