ଓଡିଶା

odisha

ETV Bharat / bharat

ନେପାଳ ଶକ୍ତିଶାଳୀ ଭୂକମ୍ପରେ; ତିବ୍ଦତ ସୀମାରେ 53 ମୃତ, ଥରିଲା ଉତ୍ତର ଭାରତ - NEPAL EARTHQUAKE

ନେପାଳରେ ତିବ୍ଦତ ସୀମାରେ ଭୂକମ୍ପକରେ ବ୍ୟାପକ କ୍ଷୟକ୍ଷତି। ବର୍ତ୍ତମାନ ସୁଦ୍ଧା 53 ଜମଙ୍କ ମୃତ୍ୟୁ ହୋଇଥିବା ସୂଚନା ।

Etv Bharat
Etv Bharat (Etv Bharat)

By ETV Bharat Odisha Team

Published : Jan 7, 2025, 8:27 AM IST

Updated : Jan 7, 2025, 1:01 PM IST

ହାଇଦ୍ରାବାଦ: ନେପାଳରେ ଶକ୍ତିଶାଳୀ ଭୂକମ୍ପ । ଥରିଉଠିଲା ନେପାଳ ସହ ଉତ୍ତର ଭାରତ । ତିବ୍ଦତ-ନେପାଳ ସୀମାରେ ଜୋରଦାର ଝଟକା ଅନୁଭୂତ ହେବାରୁ 53 ଜଣ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଥିବା ସୂଚନାମିଳିଛି । ରାଜଧାନୀ କାଠମାଣ୍ଡୁରେ ସକାଳ 6ଟା 35 ମିନିଟରେ ଭୂକମ୍ପ ହୋଇଥିବା ବେଳେ ପୁରା ସହର ଥରି ଉଠିଥିଲା । ରିକ୍ଟର ସ୍କେଲରେ ଏହାର ତିବ୍ରତା 7.1 ମ୍ୟାଗ୍ନିଚ୍ୟୁଡ ରହିଥିବା ସୂଚନା ମିଳିଛି । ଏହାର ପ୍ରଭାବ ଦିଲ୍ଲୀ ଏନସିଆର ଓ ବିହାରରେ ମଧ୍ୟ ଅନୁଭୂତ ହୋଇଥିଲା । ନେପାଳ ଲୋବୁଚେ ଭୂକମ୍ପର କେନ୍ଦ୍ରସ୍ଥଳ । ଭୂକମ୍ପ ପରେ ଭୟଭୀତ ଅବସ୍ଥାରେ ରହିଛନ୍ତି ସ୍ଥାନୀୟ ଲୋକେ । ମୃତ୍ୟୁ ସଂଖ୍ୟା ବଢିବା ନେଇ ଆକଳନ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ-ଜାପାନରେ ଶକ୍ତ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା 6.6 - Strong Earthquake in Japan - STRONG EARTHQUAKE IN JAPAN

ଚୀନ୍ ଭୂକମ୍ପ ନେଟୱାର୍କ କେନ୍ଦ୍ର (CENC) ଅନୁଯାୟୀ ମଙ୍ଗଳବାର ଦିନ ନେପାଳ ସୀମା ନିକଟରେ ସକାଳ ସମୟରେ ଡିଙ୍ଗ୍ରି କାଉଣ୍ଟିରେ 6.8 ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ହୋଇଥିଲା ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ କହିଛି ଯେ, ଏହି ଭୂକମ୍ପର କେନ୍ଦ୍ରସ୍ଥଳ ନେପାଳର ଲୋବୁଚେ ଠାରୁ 93 କିଲୋମିଟର ଦୂରରେ ଅବସ୍ଥିତ ଏବଂ ଚୀନ୍‌ର ତିବ୍ଦତ ସହିତ ପାର୍ବତ୍ୟ ସୀମାରେ ଅବସ୍ଥିତ। ଦକ୍ଷିଣ-ପୂର୍ବକୁ 200 କିଲୋମିଟର ଦୂର କାଠମାଣ୍ଡୁରେ ଭୂକମ୍ପରେ କୋଠା ଗୁଡିକ ଥରି ଉଠିଥିଲା। ଭୂକମ୍ପ ଗଭିରତା ପ୍ରାୟ 10 କିଲୋମିଟର ରହିଛି । ଜୀବନ ହାନୀ ଓ କୌଣସି କ୍ଷୟକ୍ଷତି ନେଇ ବର୍ତ୍ତମାନ ସୁଦ୍ଧା ସୁଚନା ମିଳିପାରିନାହିଁ । ଭୂକମ୍ପ ହେବାରୁ ଲୋକମାନେ ନିଜ ସୁରକ୍ଷା ପାଇଁ ଘରୁ ବାହାରି ଆସିଥିଲେ। ପଡୋଶୀ ଜିଲ୍ଲାମାନଙ୍କରେ ମଧ୍ୟ ଏହି ଭୂକମ୍ପ ଅନୁଭୂତ ହୋଇଥିଲା।

ଏହା ମଧ୍ୟ ପଢନ୍ତୁ-ଦିଲ୍ଲୀ ସମେତ ଉତ୍ତର ଭାରତରେ 6.2 ତୀବ୍ରତା ସହ ଭୂକମ୍ପ ଝଟକା, ନେପାଳ କେନ୍ଦ୍ରସ୍ଥଳ !

ଗତବର୍ଷ ଅକ୍ଟୋବର ମାସରେ ନେପାଳରେ ଗୋଟିଏ ଦିନରେ 2 ଥର ଭୂକମ୍ପ ହୋଇଥିଲା । ରିକ୍ଟର ସ୍କେଲରେ ପ୍ରଥମ କମ୍ପନର ତୀବ୍ରତା 4.6 ମ୍ୟାଗ୍ନିଚ୍ୟୁଡ୍‌ ଓ ପରବର୍ତ୍ତୀ କମ୍ପନ 6.2 ମ୍ୟାଗ୍ନିଚ୍ୟୁଡ ରହିଥିଲା । ଏହାର ପ୍ରଭାବ ଉତ୍ତର ଭାରତ ଅଞ୍ଚଳରେ ଦେଖିବାକୁ ମିଳିଥିଲା ।ରାଜଧାନୀ ଦିଲ୍ଲୀ, ଏନସିଆର ସମେତ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଉତ୍ତର-ବିହାର, ପଞ୍ଜାବ, କାଶ୍ମୀର, ହିମାଚଳ ପ୍ରଦେଶର କିଛି ସ୍ଥାନରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା ।

Last Updated : Jan 7, 2025, 1:01 PM IST

ABOUT THE AUTHOR

...view details