କାର୍ତ୍ତିକ ବ୍ରତ ପାଳିବାକୁ ହବିଷ୍ୟାଳୀଙ୍କ ପୁରୀ ଯାତ୍ରା

By

Published : Oct 8, 2022, 1:04 PM IST

thumbnail

ପବିତ୍ର କାର୍ତ୍ତିକ ବ୍ରତ କରିବାକୁ ହବିଷ୍ୟାଳୀଙ୍କ ପୁରୀ ଯାତ୍ରା । ବ୍ରହ୍ମପୁର ରେଳ ଷ୍ଟେସନରୁ ଶତାଧିକ ହବିଷ୍ୟାଳୀ ଟ୍ରେନ ଯୋଗେଁ ପୁରୀ ଅଭିମୁଖେ ବାହାରିଛନ୍ତି । କୋଭିଡ୍ କାରଣରୁ ଗତ ଦୁଇ ବର୍ଷ ଧରି କାର୍ତ୍ତିକ ବ୍ରତ ପାଳନ କରୁଥିବା ତୀର୍ଥଯାତ୍ରୀଙ୍କ ପୁରୀ ଯାତ୍ରା ଉପରେ କଟକଣା ଜାରି କରାଯାଇଥିଲା । ହେଲେ ଚଳିତ ଥର କୌଣସି କଟକଣା ନଥିବାରୁ ବ୍ରତଧାରୀମାନେ ଖୁସି ମନରେ ଏହି ଯାତ୍ରା କରିଛନ୍ତି । ବ୍ରହ୍ମପୁର ସହରରୁ ଶତାଧିକ ମହିଳା ଏହି ଯାତ୍ରା ଆରମ୍ଭ କରିଥିବାବେଳେ ବ୍ରହ୍ମପୁର ମହାନଗର ନିଗମର ବହୁ କର୍ପୋରେଟର ଏବଂ ପୂର୍ବତନ କର୍ପୋରେଟରମାନେ ପହଞ୍ଚି ତୀର୍ଥ ପାଇଁ ଯାଉଥିବା ବୟସ୍କା ମହିଳାଙ୍କୁ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କୁ ବିଦାୟ ଦେଇଥିଲେ । ବ୍ରହ୍ମପୁର ରେଳ ଷ୍ଟେସନ ନିକଟରେ ହବିଷ୍ୟାଳୀ, ସେମାନଙ୍କୁ ଛାଡ଼ିବାକୁ ଆସିଥିବା କର୍ପୋରେଟର ଏବଂ ପରିବାର ବର୍ଗଙ୍କ ସହ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ସମ୍ବାଦଦାତା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.