ସାଲେଭଟାରେ ଆଦିବାସୀଙ୍କ ଘରଭଙ୍ଗା ପ୍ରସଙ୍ଗ: ମୁହଁ ଖୋଲିଲା ଜଙ୍ଗଲ ସୁରକ୍ଷା ମଞ୍ଚ

🎬 Watch Now: Feature Video

thumbnail
ବଲାଙ୍ଗୀର: ନିକଟରେ ଚର୍ଚ୍ଚାକୁ ଆସିଥିଲା ସ୍ଥାନୀୟ ସାଲେଭଟା ଗ୍ରାମରେ ଆଦିବାସୀଙ୍କ ଘର ଭଙ୍ଗା ଘଟଣା । ଏନେଇ ଦାୟୀ କୁହାଯାଉଥିବା ସରପଞ୍ଚ ଗିରଫ ହେବା ପରେ ସେ ଜଙ୍ଗଲ ସୁରକ୍ଷା ମଞ୍ଚ ଉପରେ କରିଥିଲେ ପାଲଟା ଆକ୍ରମଣ । ଯାହାକୁ ନେଇ ଏବେ ମୁହଁ ଖୋଲିଛି ଜଙ୍ଗଲ ସୁରକ୍ଷା ମଞ୍ଚ । ଆଉ ନିଜ ମୁଣ୍ଡରୁ ଦୋଷ ଛଡାଇବା ପାଇଁ ସବୁ ଦୋଷ ପ୍ରଶାସନ ମଥାରେ ବୋଳିଛି ଜଙ୍ଗଲ ସୁରକ୍ଷା ମଞ୍ଚ । ସୂଚନା ଅନୁଯାୟୀ ନିକଟରେ ସାଲେଭଟା ଗ୍ରାମର ସରପଞ୍ଚ ନିଜ ଜିଲ୍ଲାପାଳ କ୍ଷମତାର ଅପବ୍ୟବହାର କରି 5 ଜଣ ଆଦିବାସୀଙ୍କ ଘର ଭାଙ୍ଗି ଦେଇଥିଲେ । ଯାହା ପରେ ସରପଞ୍ଚ ଜଣକ ଜେଲ ଯାଇଥିବା ବେଳେ ଏହି ଘଟଣା ପାଇଁ ସାଲେଭଟା ଓ ଲୋଇସିଂହା ଜଙ୍ଗଲ ସୁରକ୍ଷା ମଞ୍ଚକୁ ମୁଖ୍ୟ ଦୋଷୀ ବୋଲି ଅଭିଯୋଗ ହୋଇଥିଲା । ତେବେ ଗୁରୁବାର ଏହି ଜଙ୍ଗଲ ସୁରକ୍ଷା ମଞ୍ଚ ସାମ୍ନାକୁ ଆସି ନିଜର ପ୍ରତିକ୍ରିୟା ରଖିଛି । ଯେଉଁଥିରେ ଏମାନେ ଦୀର୍ଘ ବର୍ଷ ହେବ ଜଙ୍ଗଲ ସୁରକ୍ଷା ପାଇଁ କାମ କରି ଆସୁଛନ୍ତି ଏବଂ କିଛି ଜମି ମାଫିଆ ଜଙ୍ଗଲ ଜମି ବେଆଇନ ଭାବରେ ଦଖଲ କରୁଥିବାର ଏମାନେ ଅଭିଯୋଗ ଆଣିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.