ବଜରଙ୍ଗବଲୀଙ୍କୁ ବିରୋଧ କରିବାର ଅଧିକାର କାହାର ନାହିଁ: ବାଗେଶ୍ବର ବାବା

🎬 Watch Now: Feature Video

thumbnail

By

Published : May 8, 2023, 10:50 PM IST

ମୁମ୍ବାଇ: କୌଣସି ଦେବାଦେବୀ ଉପରେ ମତାମତା ରଖିବା ପାଇଁ କାହାର ଅଧିକାର ନାହିଁ । ଭଗବାନ (ବଜରଙ୍ଗବାଲୀ)ଙ୍କ ବିରୋଧରେ ମନ୍ତବ୍ୟ ରଖିବା ଦେଶ ବିରୋଧୀ ମନ୍ତବ୍ୟ ରଖିବା ସହ ସମାନ । ହନୁମାନଙ୍କ ବିରୋଧ, ସାଧୁ ସନ୍ଥଙ୍କ ବିରୋଧରେ ମନ୍ତବ୍ୟ ଦେଶର ପାଇଁ ଦୁଃର୍ଭାଗ୍ୟଜନକ କାଥା ବୋଲି ଆତ୍ମ ଘୋଷିତ ବାବା ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ କହିଛନ୍ତି । କର୍ଣ୍ଣଟାକରେ କଂଗ୍ରେସ ଇସ୍ତାହାର କୁ ନେଇ ବାଗେଶ୍ବର ବାବ ଏପରି ମନ୍ତବ୍ୟ ରଖିଛନ୍ତି । ତେବେ କର୍ଣ୍ଣାଟକରେ କଂଗ୍ରେସ ନିଜ ଇସ୍ତାହାର ପତ୍ରରେ ବଜରଙ୍ଗ ଦଳକୁ କେନ୍ଦ୍ର ସରକାରଙ୍କ ଦ୍ବାରା ନିଷେଧ ଘୋଷଣା ହୋଇଥିବା ଇସଲାମିକ ସଂଗଠନ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (PFI) ସହ ତୁଳନା କରାଯାଇଥିଲା । କଂଗ୍ରେସ କହିଥିଲା ଏହି ସ୍ବଂୟ ସେବକ ସଂଘ ଓ ବିଶ୍ବ ହିନ୍ଦୁ ପରିଷଦର ଯୁବ ଶାଖା ବଜରଙ୍ଗ ଦଳ ସମାଜରେ ଘୃଣା ଓ ଶତୃତା ସୃଷ୍ଟି କରୁଛି । କୌଣସି ସଂଖ୍ୟାଲଘୁ କିମ୍ବା ସଂଖ୍ୟାଗରିଷ୍ଠ ହୁଅନ୍ତୁ, ଏପ୍ରକାର ସମସ୍ତ ସଂଗଠନ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । 

 ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.