ETV Bharat / sukhibhava

ମୁହଁରେ କଳାଦାଗ ସମସ୍ୟା କରୁଛି କି ? ଜାଣନ୍ତୁ କେମିତି କରିବେ ଘରୋଇ ଉପଚାର - କିପରି ମୁହଁରୁ ଦୂର ହେବ କଳାଦାଗ

ମୁହଁରେ କଳା ଏବଂ ଧଳା ଦାଗ ପାଇଁ ଅନେକ ବ୍ୟକ୍ତି ଚିନ୍ତିତ ରହିଥାନ୍ତି । ଜାଣନ୍ତୁ କିପରି ଏହାର ଉପଚାର କରିବେ ।

କିପରି କଳା ଏବଂ ଧଳା ଦାଗଠୁ ଦୂରେଇ ରହିବେ, ଜାଣନ୍ତୁ ଉପଚାର ବାବଦରେ

author img

By

Published : Feb 3, 2022, 7:05 AM IST

ହାଇଦ୍ରାବାଦ: ମୁହଁରେ ବ୍ଲାକ୍‌ହେଡ୍ ବା କଳାଦାଗ ରହିବା ଦ୍ବାରା ଅନେକ ବିରକ୍ତି ଭାବ ପ୍ରକାଶ କରିଥାନ୍ତି । ଏପରିକି ଏହାକୁ ଦୂରେଇବା ପାଇଁ ଅନେକ ଘରୋଇ ଉପଚାର କରିଥାନ୍ତି । ତେବେ ବ୍ଲାକ୍‌ହେଡ୍ ବ୍ୟତୀତ, ଅନେକ ଲୋକଙ୍କ କ୍ଷେତ୍ରରେ ହ୍ବାଇଟହେଡ୍ ମଧ୍ୟ ଦେଖାଯାଇଥାଏ, ଯାହା ବେଳେବେଳେ ବ୍ରଣ ପରି ଦେଖାଯାଇଥାଏ । ତେବେ ଏହାକୁ ତ୍ବଚାରୁ ଦୂରେଇବେ କିପରି ସେ ବିଷୟରେ ଜାଣନ୍ତୁ ।

ଚଣ୍ଡିଗଡ଼ର ଜଣେ ଡେର୍ମାଟୋଲୋଜିଷ୍ଟ ବା ତ୍ବଚା ବିଶେଷଜ୍ଞ ଡ ନିଶା ଆର୍ଯ୍ୟ ବ୍ୟାଖ୍ୟା କରି କହିଛନ୍ତି ଯେ, ଯେତେବେଳେ ଚର୍ମରେ ଥିବା ସେବମ୍(ତୈଳ ଜାତ ପଦାର୍ଥ), ମୃତ ଚର୍ମ ଏବଂ ମଇଳା ଘୋଡେଇ ହୋଇଯାଏ, ସେତେବେଳେ ହ୍ବାଇଟହେଡ୍ ଦେଖାଯାଏ । ମେକଅପ୍ ସଠିକ୍ ଭାବରେ ନ ଧୋଇବା ଦ୍ବାରା, ଚର୍ମର ଅନୁପଯୁକ୍ତତା, ପ୍ରଦୂଷଣ ଏବଂ PCOS ପରି ହରମୋନ୍ ସମସ୍ୟା ହେଲେ ଏସବୁ ଦେଖାଯାଏ ।

ଡକ୍ଟର ନିଶା କହିଛନ୍ତି ଯେ, କଳା ଏବଂ ଧଳା ରଙ୍ଗର ହେଡ ହେବା ସାଧାରଣ ଘଟଣା । ଏକ୍ସଫୋଲିଏସନ୍(Exfoliation) ଅର୍ଥାତ୍ ମୃତ କୋଷକୁ ରିମୁଭ କରିବା ହେଉଛି ଏହାର ସର୍ବୋତ୍ତମ ଉପାୟ । Peroxide ଧାରଣ କରିଥିବା ସ୍କ୍ରବ୍ ବ୍ୟବହାର କରିବା ଅତ୍ୟନ୍ତ ଲାଭଦାୟକ । ଏହା ଚର୍ମରୁ ମୃତ୍ତିକା, ମୃତ ଚର୍ମ ଏବଂ ମଇଳାକୁ ବାହାର କରିବାରେ ସାହାଯ୍ୟ କରେ । ସେହିପରି ବ୍ଲାକ୍ ହେଡ୍ ଏବଂ ହ୍ବାଇଟହେଡ୍ ରୋକିବା ବ୍ୟତୀତ ଅନ୍ୟାନ୍ୟ ଚର୍ମ ସମସ୍ୟାର ମୁକାବିଲା କରିବାରେ ସ୍କ୍ରବିଙ୍ଗ୍ ମଧ୍ୟ ଲାଭଦାୟକ ।

ଏକ୍ସଫୋଲିଏସନ୍ ଚର୍ମର ଯତ୍ନ ନେବା ସହ ଚର୍ମ ସମ୍ବନ୍ଧୀୟ ସମସ୍ୟାକୁ ରୋକିବାରେ ସାହାଯ୍ୟ କରିଥାଏ । ଶୋଇବା ପୂର୍ବରୁ Micellar waterରେ ମୁହଁ ସଫା କରିବା ଏବଂ ରେଟିନୋଲ ଧାରଣ କରିଥିବା ଫେସ୍ ସେରମ୍ ବ୍ୟବହାର କରିବା ଦ୍ବାରା ହ୍ବାଇଟହେଡ୍ ଦୂର ହୋଇଥାଏ । ଯଦି ଏପରି ସମସ୍ୟା ଅଧିକ ଦେଖାଦିଏ ତେବେ ତୁରନ୍ତ ଚର୍ମ ବିଶେଷଜ୍ଞଙ୍କ ସହ ପରାମର୍ଶ କରିବାକୁ ଡକ୍ଟର ନିଶା ପରାମର୍ଶ ଦେଇଛନ୍ତି ।

କଳା ଓ ଧଳା ଦାଗ ଦୂର କରିବାର କେତେକ ଟିପ୍ସ:-

ସୌନ୍ଦର୍ଯ୍ୟ ବିଶେଷଜ୍ଞ ସବିତା ଶର୍ମା କହିଛନ୍ତି ଯେ, ଯଦି ଦୈନନ୍ଦିନ କାର୍ଯ୍ୟରେ ନିମ୍ନଲିଖିତ ଜିନିଷଗୁଡ଼ିକର ଯତ୍ନ ନିଆଯାଏ ତେବେ ବ୍ଲାକ୍‌ହେଡ୍ ଏବଂ ହ୍ବାଇଟହେଡକୁ ସହଜରେ ଏଡାଯାଇପାରିବ:-

  • ମୁହଁରୁ ତେଲ ଏବଂ ମଇଳା ବାହାର କରିବା ପାଇଁ ଦିନକୁ ଅତି କମରେ ଦୁଇଥର ସଫା ପାଣି ଏବଂ ସାମାନ୍ୟ ସାବୁନରେ ମୁହଁ ଧୋଇ ଦିଅନ୍ତୁ ।
  • ଚର୍ମକୁ ନିୟମିତ Moisturized ଏବଂ Exfoliated କରନ୍ତୁ ।
  • କାମରୁ ଫେରିବା ପରେ, ଶୋଇବା ପୂର୍ବରୁ ଏକ ଟୋନର ବ୍ୟବହାର କରନ୍ତୁ । ଯଦି ଟୋନର ଉପଲବ୍ଧ ନଥାଏ, ଗୋଲାପ ଜଳ କିମ୍ବା କାକୁଡି ରସ ମଧ୍ୟ ବ୍ୟବହାର କରିପାରିବେ ।
  • ଘରୁ ବାହାରକୁ ଯିବାବେଳେ ସନ୍‌ସ୍କ୍ରିନ୍ ବ୍ୟବହାର କରନ୍ତୁ ।
  • ଜଙ୍କ୍ ଫୁଡ୍ ଏବଂ ପ୍ରଚୁର ତେଲ ଏବଂ ମସଲା ଧାରଣ କରିଥିବା ଖାଦ୍ୟ ଖାଇବା ଠାରୁ ଦୂରେଇ ରୁହନ୍ତୁ ।
  • ଦିନସାରା ବହୁତ ପାଣି ପିଅନ୍ତୁ ଏବଂ ଅନେକ ଫଳ ଓ ପନିପରିବା ଖାଆନ୍ତୁ ।
  • ମେକଅପ୍ ପାଇଁ ସର୍ବଦା ନିରାପଦ ଏବଂ ଚର୍ମ ଅନୁକୂଳ ଦ୍ରବ୍ୟ ବ୍ୟବହାର କରନ୍ତୁ ।
  • ସର୍ବଦା ଏକ ଭଲ ବ୍ରାଣ୍ଡର ମେକଅପ୍ ରିମୋଭର୍ ବ୍ୟବହାର କରନ୍ତୁ, ଯାହା ଆପଣଙ୍କ ତ୍ବଚା ପାଇଁ ପ୍ରଯୁଜ୍ୟ ହୋଇଥିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.