ETV Bharat / sukhibhava

ଏକୁଟିଆ ଜୀବନ ବିତାଉଥିବା ବ୍ୟକ୍ତିଙ୍କୁ Type 2 Diabetes ଆଶଙ୍କା ଅଧିକ

author img

By

Published : Sep 30, 2022, 1:42 PM IST

ଚିନ୍ତା, ବିଶାଦ ଏବଂ ଏକୁଟିଆ ରହିବା ଦ୍ବାରା ମଧ୍ୟ ହୋଇପାରେ ମଧୁମେହ ବା ଡାଏବେଟିସ(Diabetes) । ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ ।

ଏକୁଟିଆ ଜୀବନ ବିତାଉଥିବା ବ୍ୟକ୍ତି Type 2 Diabetes ଆଶଙ୍କା ଅଧିକ

ୱାଶିଂଟନ: ଚିନ୍ତା ଏବଂ ବିଶାଦ କାରଣରୁ ମଧ୍ୟ ହୋଇପାରେ ମଧୁମେହ ବା ଡାଏବେଟିସ । ଏକ ନୂତନ ଅଧ୍ୟନରୁ ସ୍ପଷ୍ଟ ହୋଇଛି ଯେ, ଯେଉଁବ୍ଯକ୍ତି ଅଧିକ ସମୟ ଏକୁଟିଆ ବିଶାଦ ଏବଂ ଚାପଗ୍ରସ୍ତ ଭାବେ ଜୀବନ ବିତାଉଛନ୍ତି, ସେମାନଙ୍କୁ ଟାଇପ୍-୨ ମଧୁମେହ (Type 2 Diabetes) ହେବାର ଆଶଙ୍କା ଦୁଇଗୁଣା ଅଧିକ । ଡାଏବେଟୋଲୋଜିରେ ପ୍ରକାଶିତ ଏହି ଅନୁସନ୍ଧାନ(ୟୁରୋପୀୟ ଆସୋସିଏସନ୍ ଫର୍ ଷ୍ଟଡି ଅଫ୍ ଡାଏବେଟିସ୍‌ର [EASD]) ଆସୋସିଏଟ୍ ପ୍ରଫେସର ରୋଜର ଇ ହେନ୍‌ରିକସେନ୍ ଏବଂ ତାଙ୍କ ସହକର୍ମୀମାନେ ପଶ୍ଚିମ ନରୱେ ୟୁନିଭରସିଟି ଅଫ୍ ଆପ୍ଲାଏଡ୍ ସାଇନ୍ସରେ ପ୍ରକାଶ ପାଇଛି ।

ଏକାକୀତା ଏବଂ T2D ହେବାର ବିପଦ ମଧ୍ୟରେ ଥିବା ସମ୍ବନ୍ଧକୁ ପରୀକ୍ଷା କରିବା ସହିତ ଉଦାସୀନତା ଏବଂ ଅନିଦ୍ରା ଏଥିପାଇଁ ଦାୟୀ କି ନୁହେଁ ତା' ଉପରେ ପରୀକ୍ଷା କରାଯାଇଥିଲା । ଅନୁସନ୍ଧାନରୁ ଏହା ସ୍ପଷ୍ଟ ହୋଇଛି ଯେ, ମାନସିକ ଚାପ ବୃଦ୍ଧି କାରଣରୁ T2D ହେବାର ଆଶଙ୍କା ରହୁଛି । ଏକୁଟିଆପଣ ବେଳେବେଳେ କିଛି ଲୋକଙ୍କ କ୍ଷେତ୍ରରେ ଦୀର୍ଘସ୍ଥାୟୀ ହୋଇଯାଏ, ଯାହା ଫଳରେ ଶାରୀରିକ ଚାପକୁ ବୃଦ୍ଧି କରିଥାଏ । ଏହି ପ୍ରତିକ୍ରିୟା T2Dର ବିକାଶରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଗବେଷକ ଆଶଙ୍କା କରିଛନ୍ତି ।

ଏହି ପ୍ରକ୍ରିୟା ଖାଇବା ଆଚରଣରେ ମସ୍ତିଷ୍କର କାର୍ଯ୍ୟକଳାପରେ ମଧ୍ୟ ପରିବର୍ତ୍ତନ ଆଣିଥାଏ, ଯାହା କାର୍ବୋହାଇଡ୍ରେଟ୍ ପାଇଁ ଭୋକ ବଢାଇଥାଏ ଏବଂ ପରବର୍ତ୍ତୀ ସମୟରେ ରକ୍ତରେ ଶର୍କରା ସ୍ତର ବୃଦ୍ଧି କରେ । ପୂର୍ବ ଅଧ୍ୟୟନରୁ ଜଣାପଡିଛି ଯେ, ଶର୍କରା ପାନୀୟ, ଚିନି ଏବଂ ଚର୍ବିରେ ଭରପୂର ଖାଦ୍ୟ ଖାଇବା ଏକାକୀତା ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ମଧ୍ୟରେ ସହିତ ଏକ ଲିଙ୍କ୍ ରହିଛି ।

ଏହି ଅଧ୍ୟୟନ 24,024 ଜଣଙ୍କୁ ନେଇ 1995-2019 ମଧ୍ୟରେ ଅନୁସନ୍ଧାନ କରାଯାଇଥିଲା । ସେଥିମଧ୍ୟରୁ 1,179 (4.9 ପ୍ରତିଶତ) ଜଣ ବ୍ଯକ୍ତିଙ୍କର ଅଧ୍ୟୟନ ସମୟରେ T2D ବୃଦ୍ଧି ପାଉଥିବା ଦେଖିବାକୁ ମିଳିଥିଲା । ଏହି ବ୍ୟକ୍ତିଙ୍କ ମଧ୍ୟରେ ଅଧିକ ଥିଲେ ପୁରୁଷ । ବୟସ, ସେକ୍ସ ଏବଂ ଶିକ୍ଷାଗତ ଦୃଷ୍ଟିରୁ ଅନସନ୍ଧାନକାରୀମାନେ ଏହା ଜାଣିବାକୁ ପାଇଲେ ଯେ, ଯେଉଁମାନେ ଏକୁଟିଆ ଅନୁଭବ କରୁଛନ୍ତି ସେମାନଙ୍କ ଠାରେ ଟାଇପ୍ 2 ଡାଏବେଡିସ ବୃଦ୍ଧିର ଆଶଙ୍କା ଅଧିକ ରହୁଛି ।

ଗବେଷକମାନେ ପରାମର୍ଶ ଦେଇଛନ୍ତି ଯେ, T2D ସମ୍ବନ୍ଧୀୟ କ୍ଲିନିକାଲ୍ ଗାଇଡଲାଇନରେ ଏକାକୀତାକୁ ଅନ୍ତର୍ଭୁକ୍ତ କରାଯିବା ଉଚିତ୍ । ସେମାନେ କହିଛନ୍ତି, "କ୍ଲିନିକାଲ୍ ପରାମର୍ଶ ସମୟରେ ସ୍ୱାସ୍ଥ୍ୟସେବା ପ୍ରଦାନକାରୀମାନେ ଏକାକୀତା ଏବଂ ସାମାଜିକ କଥାବାର୍ତ୍ତା ସମ୍ବନ୍ଧରେ ଜଣେ ବ୍ୟକ୍ତିଙ୍କ ଚିନ୍ତାଧାରା ବାବଦରେ ତର୍ଜମା କରିବା ଉଚିତ୍ । ଯାହା ଫଳରେ ଜଣେ ରୋରୀଙ୍କ ଶାରୀରିକ ସମସ୍ୟା ସମେତ ମାନସିକ ଚାପକୁ ଜାଣି ଚିକିତ୍ସା କରାଯାଇପାରିବ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.