ETV Bharat / sukhibhava

Genetic Model Study: ମା'ଙ୍କ ସ୍ବାସ୍ଥ୍ୟକର ଆହାର ନାତିନାତୁଣୀଙ୍କ ମସ୍ତିଷ୍କକୁ ସୁସ୍ଥ ରଖେ - ଜେଟେନିକ ମଡେଲ ଅଧ୍ୟୟନ

ମା'ଙ୍କ ସ୍ବାସ୍ଥ୍ୟକର ଆହାର ନାତିନାତୁଣୀଙ୍କ ମସ୍ତିଷ୍କକୁ ସୁସ୍ଥ ରଖେ ବୋଲି ଜେଟେନିକ ମଡେଲ ଅଧ୍ୟୟନରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଅଧିକ ପଢନ୍ତୁ

Genetic Model Study
Genetic Model Study
author img

By

Published : Aug 7, 2023, 12:18 PM IST

Updated : Aug 7, 2023, 2:07 PM IST

ହାଇଦ୍ରାବାଦ: ଜେଟେନିକ ମଡେଲ ଅଧ୍ୟୟନରେ ଏକ ରିପୋର୍ଟ ପ୍ରକାଶ ପାଇଛି । ଏଥିରେ କୁହାଯାଇଛି ଯେ, ମା'ଙ୍କ ସ୍ବାସ୍ଥ୍ୟକର ଆହାର ନାତିନାତୁଣୀଙ୍କ ମସ୍ତିଷ୍କକୁ ସୁସ୍ଥ ରଖିପାରିବ । ଜଣେ ମହିଳା ଗର୍ଭଧାରଣର ପ୍ରଥମ କିଛି ମାସ ଭିତରେ ଯଦି ସେଓ ଏବଂ ଗୁଳ୍ମଜାତୀୟ ଖାଦ୍ୟ ଖାଆନ୍ତି ତେବେ ତାଙ୍କ ଛୁଆ ଏବଂ ନାତିନାତୁଣୀଙ୍କ ମସ୍ତିଷ୍କ ସ୍ବାସ୍ଥ୍ୟକୁ ସୁରକ୍ଷିତ ରଖିପାରିବ । ମେଲବର୍ଣ୍ଣର ମୋନାଶ ୟୁନିଭର୍ସିଟିରେ ଜେନେଟିକ୍‌ ମଡେଲ ବ୍ୟବହାରରେ କରାଯାଇଥିବା ଅଧ୍ୟୟନରୁ ଏହା ଜଣାପଡିଛି । ଏହି ଅଧ୍ୟୟନର ରିପୋର୍ଟରେ କୁହାଯାଇଛି ଯେ, ମା'ଙ୍କ ଉତ୍ତମ ଖାଦ୍ୟ କେବଳ ନିଜ ଛୁଆଙ୍କ ଉପରେ ପ୍ରଭାବ ପକାଏ ନାହିଁ ବରଂ ନାତୁନାତୁଣୀ ଉପରେ ମଧ୍ୟ ପ୍ରଭାବ ପକାଇପାରେ । ନେଚର ସେଲ୍‌ ବାୟୋଲୋଜିରେ ପ୍ରକାଶିତ ରିପୋର୍ଟ ଅନୁସାରେ, "କେତେକ ନିର୍ଦ୍ଦିଷ୍ଟ ଖାଦ୍ୟ ମସ୍ତିଷ୍କର କାର୍ଯ୍ୟ ହ୍ରାସକୁ ରୋକିବାରେ ସହାୟକ ହୋଇପାରେ ।"

ଏହି ଅଧ୍ୟୟନରେ ରାଉଣ୍ଡ୍‌ଓ୍ବର୍ମକୁ (Caenorhabditis elegans) ଜେନେଟିକ୍ ମଡେଲ୍ ଭାବରେ ବ୍ୟବହୃତ ହୋଇଥିଲା କାରଣ ସେମାନଙ୍କ ମଧ୍ୟରେ ଥିବା ଅନେକ ଜିନ୍ ମଧ୍ୟ ମନୁଷ୍ୟଙ୍କଠାରେ ଦେଖାଯାଏ, ଯାହା ମାନବ କୋଷଗୁଡ଼ିକର ଅନ୍ତର୍ନିହିତ ସୂଚନା ଦେଇଥାଏ । ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ ଆପଲ୍ ଏବଂ ତୁଳସୀରେ ଥିବା ଏକ ନିର୍ଦ୍ଦିଷ୍ଟ ଅଣୁ ଯେପରିକି ରୋଜମେରି, ଥାଇମ, ଓରେଗାନୋ ଆଦିରେ ଥିବା ଅଣୁ ମସ୍ତିଷ୍କର କମ୍ୟୁନିକେସନ କେବୁଲକୁ ଭାଙ୍ଗିବାରୁ ରକ୍ଷା କରିଥାଏ ।

ଏହା ମଧ୍ୟ ପଢନ୍ତୁ: Breast Cancer: କମ ହେବ ରେଡିଓଲୋଜିର କାର୍ଯ୍ୟଭାର, ବ୍ରେଷ୍ଟ କ୍ୟାନ୍ସର ଚିହ୍ନଟ କରିବ AI

ବରିଷ୍ଠ ପ୍ରଫେସର ରୋଜର ପୋକ୍‌ ତାଙ୍କ ଟିମ୍‌ ସହିତ ମସ୍ତିଷ୍କରେ ଥିବା ସ୍ନାୟୁ କୋଷଗୁଡ଼ିକର ଅନୁସନ୍ଧାନ କରିଥିଲେ । ତାଙ୍କର କହିବା ଅନୁସାରେ, "ପ୍ରାୟ 8,50,000 କିଲୋମିଟର କେବୁଲ ମାଧ୍ୟମରେ କୋଷଗୁଡ଼ିକୁ ପରସ୍ପର ସହିତ ସଂଯୁକ୍ତ କରିଥାଏ । କେବୁଲ ବା ଆକ୍ସୋନ୍‌ଗୁଡ଼ିକ କାର୍ଯ୍ୟକ୍ଷମ ହେବା ଓ ବଞ୍ଚିରହିବା ପାଇଁ ଜରୁରୀ ଉପାଦାନଗୁଡ଼ିକ ମାଇକ୍ରୋଟ୍ୟୁବୁଲ୍ସ ଥବା ଆଭ୍ୟନ୍ତରୀଣ ଷ୍ଟ୍ରକର ଦେଇ ପ୍ରବାହିତ ହୋଇଥାଏ । ନଚେତ ଆକ୍ସୋନଗୁଡ଼ିକ ଦୁର୍ବଳ ହେବା ସହିତ ମସ୍ତିଷ୍କକୁ ଅକାମୀ କରିପାରେ । ନ୍ୟୁରୋନାଲ ସେଲ୍‌ଗୁଡିକର ବିକାଶରେ ବାଧକ ହୋଇଥାଏ ।"

ଏହା ବି ପଢ଼ନ୍ତୁ: Health Tips For Pregnant Women: ଗର୍ଭାବସ୍ଥାରେ ଆପଣାନ୍ତୁ ଏହିସବୁ ଖାଦ୍ୟ

ପୋକକ୍ କହିଛନ୍ତି ଯେ, "ସ୍ପିଙ୍ଗୋଲିପିଡ ମା’ଙ୍କ ଅନ୍ତନଳୀରୁ କିମ୍ବା ଖାଦ୍ୟ ହଜମ ହେଉଥିବା ସ୍ଥାନରୁ ପରବର୍ତ୍ତୀ ପିଢି ମଧ୍ୟରେ ଆକ୍ସୋନ ରକ୍ଷା କରିଥାଏ । ଅର୍ଥାତ ମାଠାରୁ ଛୁଆକୁ ଯାଇଥାଏ । ଯାହାକି ଛୁଆ ଏବଂ ନାତିନାତୁଣୀର ମସ୍ତିଷ୍କ ଉପରେ ପ୍ରଭାବ ପକାଇଥାଏ । ଏକ ହେଲ୍‌ଦି ଡାଏଟ ଛୁଆମାନଙ୍କ ମସ୍ତିଷ୍କ ସହିତ ସ୍ବାସ୍ଥ୍ୟର ଉପରେ ମଧ୍ୟ ପ୍ରଭାବ ପକାଇଥାଏ ।"

ପ୍ରକାଶଥାଉକି, ସ୍ପିଙ୍ଗୋଲିପିଡ ଏକ ପ୍ରକାର ଲିପିଡ ଅଟେ ଯାହାକି ସ୍ନାୟୁ ପ୍ରଣାଳୀକୁ ସୁରକ୍ଷା ଯୋଗାଇବାରେ ସାହାଯ୍ୟ କରିଥାଏ। ସ୍ପିଙ୍ଗୋଲିପିଡ ମା'ର ଅନ୍ତନଳୀରୁ ଅଣ୍ଡାକୁ ଛୁଆ ଦେହରେ ପହଞ୍ଚାଇଥାଏ। କାରଣ ଯେତେବେଳେ ଛୁଆର ସ୍ନାୟୁତନ୍ତ୍ର ଗଠିତ ହେବ ସେତେବେଳେ ଏହି ସ୍ପିଙ୍ଗୋଲିପିଡ ସୁରକ୍ଷା ଯୋଗାଇବାରେ ସାହାଯ୍ୟ କରିବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 7, 2023, 2:07 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.