ETV Bharat / sukhibhava

ରିସର୍ଚ୍ଚରେ ଖୁସାଲା, ପ୍ରସବ ପରେ ଏକ ତୃତୀୟାଂଶ ମହିଳାଙ୍କୁ ଦେଖାଯାଉଛି ସ୍ବାସ୍ଥ୍ୟ ସମସ୍ୟା

Health Problems After Childbirth: ପ୍ରସବ ପରେ ଏକ ତୃତୀୟାଂଶ ମହିଳାଙ୍କୁ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଉଥିବା ନେଇ ରିସର୍ଚ୍ଚରେ ଖୁଲାସା କରାଯାଇଛି। ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Dec 9, 2023, 5:29 PM IST

Health Problems After Childbirth
Health Problems After Childbirth

ହାଇଦ୍ରାବାଦ: ମାଆ ହେବା ମୁହୁର୍ତ୍ତ ମହିଳାଙ୍କ ପାଇଁ ସ୍ବତନ୍ତ୍ର ହୋଇଥାଏ। କିନ୍ତୁ ଆପଣ ଜାଣିଛନ୍ତି ଯେ, ମହିଳାମାନେ ପ୍ରସବ ପରେ ସ୍ବାସ୍ଥ୍ୟ ସମସ୍ୟାର ଶୀକାର ହୁଅନ୍ତି। ଏକଥା ଆମେ କହୁନାହୁଁ ବରଂ ଦି ଲାନସେଟ୍ ଗ୍ଲୋବାଲ୍ ହେଲଥରେ ଏହି ଅଧ୍ୟୟନ ପ୍ରକାଶିତ ହୋଇଛି। ବିଶ୍ବବ୍ୟାପୀ ଏକ ତୃତୀୟାଂଶରୁ ଅଧିକ ମହିଳା ପ୍ରସବ ପରେ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ନେଇ ପ୍ରକାଶିତ ହୋଇଛି। ରିପୋର୍ଟ ଅନୁସାରେ, ପ୍ରତିବର୍ଷ ଅତି କମରେ 4 କୋଟି ମହିଳା ପ୍ରସବ ପରେ ଦୀର୍ଘକାଳୀନ ସ୍ବାସ୍ଥ୍ୟ ସମସ୍ୟାରେ ପୀଡିତ ହେଉଥିବା ନେଇ ଦର୍ଶାଯାଇଛି। କେତେକ ସମସ୍ୟା ମାସକରେ ଭଲ ହେଇଯାଉଥିବା ବେଳେ ଆଉ କେତେକ ସମସ୍ୟା ବର୍ଷବର୍ଷ ଧରି ଲାଗି ରହୁଥାଏ।

ଅଧ୍ୟୟନରେ କୁହାଯାଇଛି ଯେ ପ୍ରସବ ପରେ ମହିଳାମାନେ ସାମ୍ନା କରୁଥିବା ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟରେ ପିଠି ଯନ୍ତ୍ରଣା, ଉଦାସୀନତା, ପ୍ରସବ ଡର(ଟୋକୋଫୋବିୟା) ଏବଂ ଚିନ୍ତା ସମସ୍ୟା ଦେଖାଯାଇଥାଏ। 32 ପ୍ରତିଶତ ମହିଳା ପ୍ରସବ ପରେ ପିଠି ଯନ୍ତ୍ରଣା ଭୋଗି ଥାଆନ୍ତି। ଏହାସହିତ 11ରୁ 17 ପ୍ରତିଶତ ମହିଳା ଉଦାସୀନତାର ଶିକାର ହେଉଛନ୍ତି। ଏହାସହ 6ରୁ 15 ପ୍ରତିଶତଙ୍କ ନିକଟରେ ସନ୍ତାନ ପ୍ରସବର ଭୟ ରହିଥିବା ବେଳେ 9 ପ୍ରତିଶତ ଲୋକଙ୍କୁ ଅଧିକ ଚିନ୍ତା ହୋଇଥାଏ।

ଏଥିରେ ଅଧିକ ବିପଦ ରହିଥାଏ: ପ୍ରସବ ପରେ ମହିଳାଙ୍କୁ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। ବିଶେଷ କରି ଯେଉଁମାନ କମ ବୟସରେ ଗର୍ଭବତୀ ହେଉଛନ୍ତି, ଗର୍ଭାବସ୍ଥାରେ ଜଟିଳତା, ପ୍ରସବରେ ଜଟିଳତା ଏବଂ ଉତ୍ତମ ପୃଷ୍ଟିକର ଖାଦ୍ୟର ଅଭାବ ଯୋଗୁଁ ପ୍ରସବ ପରେ ମହିଳାମାନେ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି।

ଏହା ମଧ୍ୟ ପଢନ୍ତୁ: ପ୍ରସବ ପରେ ମହିଳାମାନେ କାହିଁକି ରୁହନ୍ତି ଅବସାଦଗ୍ରସ୍ତ ? ଜାଣନ୍ତୁ କେଉଁ କାରଣରୁ ହୁଏ ଏହି ସମସ୍ୟା

ଅଧ୍ୟୟନରେ ଖୁଲାସା: ଅଧ୍ୟୟନର ଲେଖକ କହିଛନ୍ତି, ପ୍ରସବ ପରେ ମହିଳାମାନେ ସମ୍ମୁଖୀନ ହେଉଥ୍ବା ସ୍ବାସ୍ଥ୍ୟ ସମସ୍ୟା ଏକ ଗମ୍ଭୀର ସାର୍ବଜନିକ ସ୍ବାସ୍ଥ୍ୟ ସମସ୍ୟା ଅଟେ। ଏହି ସମସ୍ୟାଗୁଡ଼ିକ ମହିଳାମାନଙ୍କର ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ତେଣୁ ପ୍ରସବ ପରେ ମହିଳାମାନେ ସ୍ବାସ୍ଥ୍ୟକୁ ନେଇ ସଚେତନ ହେବା ସହିତ ଠିକ ସମୟରେ ଚିକିତ୍ସା କରାଇବା ଉଚିତ ବୋଲି କୁହାଯାଇଛି।

ମହିଳାଙ୍କ ଯତ୍ନ: ତେବେ ଫଳାଫଳ ଶେଷରେ କୁହାଯାଇଛି ଯେ, ପ୍ରସବ ପରେ ମହିଳାଙ୍କ ସ୍ବାସ୍ଥ୍ୟର ବିଶେଷ ଯତ୍ନ ନେବା ଆବଶ୍ୟକ।

ପ୍ରସୂତିଙ୍କ ଯତ୍ନ ନେବା

ଗର୍ଭବତୀ ମହିଳାଙ୍କୁ ସ୍ବାସ୍ଥ୍ୟସେବା ପ୍ରଦାନ କରିବା

ପ୍ରସବ ପରେ ମହିଳାଙ୍କୁ ମାନସିକ ଆଘାତ ଠାରୁ ଦୂରେଇ ରଖିବା

ଭାରତରେ ମଧ୍ୟ ପ୍ରସବ ପରେ ମହିଳାମାନେ ସମ୍ମୁଖୀନ ହେଉଥିବା ସ୍ୱାସ୍ଥ୍ୟ ସମସ୍ୟା ଏକ ବଡ ସମସ୍ୟା ଭାବେ ଉଭା ହୋଇଛି। ମାତୃତ୍ୱ ଚିକିତ୍ସା ସେବାର ଗୁଣବତ୍ତା ବୃଦ୍ଧି ତଥା ଉନ୍ନତି ପାଇଁ ଭାରତ ସରକାର ନିକଟରେ ଏକ ଜାତୀୟ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ପ୍ରସବ ପରେ ମହିଳାମାନଙ୍କର ସ୍ୱାସ୍ଥ୍ୟସେବାରେ ଉନ୍ନତି ଆଣିବା ହିଁ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି କୁହାଯାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.