ETV Bharat / sukhibhava

Guidance During Pregnancy: ଗର୍ଭାବସ୍ଥାରେ ଅଧିକ ଓଜନ ବୃଦ୍ଧି ହେଉଛି କି? ଜାଣନ୍ତୁ କଣ କହୁଛନ୍ତି ଏକ୍ସପର୍ଟ

ଗର୍ଭାବସ୍ଥାରେ ଅଧିକ ଓଜନ ବୃଦ୍ଧି ହେଉଛି କି? ଏହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ଭାବୁଛନ୍ତି କି? ଜାଣନ୍ତୁ ଗର୍ଭାବସ୍ଥାରେ କିଭଳି ଓଜନ ନିୟନ୍ତ୍ରଣ କରିବେ

author img

By

Published : Jun 30, 2023, 3:25 PM IST

Guidance During Pregnancy
Guidance During Pregnancy

ହାଇଦ୍ରାବାଦ: ଗର୍ଭାବସ୍ଥାରେ ଓଜନ ବୃଦ୍ଧି ଏକ ସାଧାରଣ ସମସ୍ୟା। କିନ୍ତୁ ଏହା ଦ୍ବାରା ଶରୀର ଉପରେ ଖରାପ ପ୍ରଭାବ ପଡିଥାଏ । ବେଳେବେଳେ ଓଜନ ବଢ଼ିବା କମିବା ଲାଗି ରହିଥାଏ । ଯାହା ଗର୍ଭବତୀଙ୍କ ପାଇଁ କ୍ଷତିକାରକ ବୋଲି କୁହାଯାଇଛି । 100ରୁ ଅଧିକ ଗବେଷଣା ସମୀକ୍ଷାରୁ ଜଣାପଡିଛି ଯେ ଗର୍ଭବତୀମାନେ ଗର୍ଭାବସ୍ଥାରେ ଓଜନ ବୃଦ୍ଧିକୁ ନିୟନ୍ତ୍ରଣ କରିବାରେ ଯୋଗ୍ୟ ଡାଏଟିଟିସିଆନଙ୍କଠାରୁ ପରାମର୍ଶ ନେବା ଦ୍ବାରା ଲାଭ ଉଠାଇପାରିବେ । ଜାମା ନେଟୱାର୍କ ଓପନରେ ପ୍ରକାଶିତ 99 ଅଧ୍ୟୟନରୁ ପ୍ରାୟ 35,000 ବ୍ୟକ୍ତିବିଶେଷଙ୍କ ବିଶ୍ଲେଷଣରୁ ଜଣାପଡିଛି ଯେ, ଗର୍ଭବତୀ ସମୟରେ ଓଜନ ବୃଦ୍ଧି(GWG) ପରିଚାଳନା ପାଇଁ ଡାଏଟିସିଆନ୍ ଭଳି ସହଯୋଗୀ ସ୍ୱାସ୍ଥ୍ୟ କ୍ଷେତ୍ରରେ ସଠିକ ମାର୍ଗଦର୍ଶନ କରିଥାଏ ।

ଏହା ମଧ୍ୟ ପଢନ୍ତୁ: Pregnancy And Heels: ଗର୍ଭାବସ୍ଥାରେ ହାଇ ହିଲ୍‌ ବିଗାଡିପାରେ ସ୍ବାସ୍ଥ୍ୟ

30 ବର୍ଷର ଅନ୍ତର୍ଜାତୀୟ ପ୍ରମାଣ ଉପରେ ଆଧାର କରି ବର୍ମିଂହାମ୍ ବିଶ୍ୱବିଦ୍ୟାଳୟର ମାତୃ ସ୍ୱାସ୍ଥ୍ୟ ବିଶେଷଜ୍ଞ ପ୍ରଫେସର ଶକିଲା ଥାଙ୍ଗରାଟ୍ଟିନମ ସମେତ ଅନୁସନ୍ଧାନକାରୀ ଦଳ ଚିହ୍ନଟ କରିଛନ୍ତି ଯେ, ଗର୍ଭାବସ୍ଥାର 6ରୁ 20 ସପ୍ତାହ ମଧ୍ୟରେ ଓଜନ ବଢିବାର ଅଧିକ ସମ୍ଭବନା ରହିଥାଏ । ଏହି ସମୟରେ ଖାଦ୍ୟପେୟ ପନିପରିବା ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଏହି ସମୟରେ ଅଧିକ ଖାଇବା ପାଇଁ ଇଚ୍ଛା ହୋଇଥାଏ, ଯେଉଁ କାରଣରୁ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ । ବିଶେଷଜ୍ଞଙ୍କ କହିବା ଅନୁସାରେ, ଗର୍ଭଧାରଣର ପ୍ରଥମ 20 ସପ୍ତାହ ପର୍ଯ୍ୟନ୍ତ ଯୋଗ ଏବଂ ବ୍ୟାୟାମ କରିବା ଦ୍ବାରା ଥକ୍କାପଣ ଏବଂ ଓଜନ ବୃଦ୍ଧିକୁ ରୋକାଯାଇପାରିବ ।

ବର୍ମିଂହାମ୍ ବିଶ୍ୱବିଦ୍ୟାଳୟର ମାତୃ ଏବଂ ପ୍ରସବକାଳୀନ ସ୍ବାସ୍ଥ୍ୟର ମୁଖ୍ଯ ହିଲଡା ଓଲିଡ୍ ଚେୟାର୍ ତଥା ପେପରର ସହ-ଲେଖକ ପ୍ରଫେସର ଶକିଲା ଥାଙ୍ଗରାଟ୍ଟିନମ୍ କହିଛନ୍ତି ଯେ, ଗର୍ଭାବସ୍ଥାରେ ଓଜନ ବୃଦ୍ଧି ଏକ ସାଧାରଣ ପ୍ରକ୍ରିୟା କିନ୍ତୁ ପୂର୍ବରୁ ଏକ କଥା ରହିଛି ଯେ, ଗର୍ଭାବସ୍ଥାରେ ମାଆ ଏକାଥରେ ଦୁଇଜଣଙ୍କ ଖାଦ୍ୟ ଖାଇଥାଏ । ଛୁଆ ଏବଂ ନିଜ ପାଇଁ ଅଧିକ ଖାଦ୍ୟ ଖାଇଥାଏ । ଓଜନ ବଢିବା ମାଆ ଏବଂ ଶିଶୁର ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ ବୋଲି ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ବୋଲି କୁହାଯାଇଛି । ଗର୍ଭାବସ୍ଥାରେ ଅତ୍ୟଧିକ ଓଜନ ବୃଦ୍ଧି ମଧୁମେହ ଏବଂ ଅନ୍ୟାନ୍ୟ ଜଟିଳତାର ଆଶଙ୍କାକୁ ବଢାଇଥାଏ । 30 ବର୍ଷର ପ୍ରମାଣକୁ ଆଧାର କରି ଏହା କୁହାଯାଇଛି । ତେବେ ଗର୍ଭାବସ୍ଥାରେ ଓଜନକୁ ନିୟନ୍ତ୍ରଣ କରିବାକୁ ହେଲେ ପ୍ରଥମ 20 ସପ୍ତାହ ଯାଏଁ ଏକ ଡାଏଟିସିଆନଙ୍କ ପରାମର୍ଶ ନେବା ଉପକାରୀ ବୋଲି କୁହାଯାଇଛି ।

ଗର୍ଭାବସ୍ଥାରେ ଓଜନ ବୃଦ୍ଧିକୁ ଏଭଳି ରୋକିପାରିବେ:

ସନ୍ତୁଳିତ ଖାଦ୍ୟ ଖାଆନ୍ତୁ:- ସର୍ବଦା ସୁସ୍ବାସ୍ଥ୍ୟ ବଜାୟ ରଖିବାକୁ ହେଲେ ଏକ ସୁସ୍ଥ, ସନ୍ତୁଳିତ ଖାଦ୍ୟ ଖାଇବା ଆବଶ୍ୟକ । ଏହାର ଅର୍ଥ ପ୍ରଚୁର ଫଳ, ପନିପରିବା, ପତଳା ପ୍ରୋଟିନ୍ ଏବଂ ଶସ୍ୟଜାତୀୟ ଖାଦ୍ୟ ଖାଇବା ଉଚିତ୍ । ପ୍ରକ୍ରିୟାକୃତ, ଶର୍କରା ଖାଦ୍ୟ ଏବଂ ଅଧିକ ପରିମାଣର କଫିନ୍ ଏବଂ ମଦ୍ୟପାନରୁ ଦୂରେଇ ରୁହନ୍ତୁ ।

ପ୍ରୋଟିନ ନିୟନ୍ତ୍ରଣ କରନ୍ତୁ:- ଅନେକ ମହିଳା ବିଶ୍ବାସ କରନ୍ତି ଯେ, ସେମାନେ ଗର୍ଭାବସ୍ଥାରେ ସାଧାରଣତଃ ଦୁଇଗୁଣ ଖାଇବା ଆବଶ୍ୟକ କରନ୍ତି, କିନ୍ତୁ ଏହା ସଠିକ ନୁହେଁ । ଏହା ପରିବର୍ତ୍ତେ, ପୁଷ୍ଟିକର ଖାଦ୍ୟ ଉପରେ ଧ୍ୟାନ ଦେବା ଆବଶ୍ୟକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.