ETV Bharat / sukhibhava

ଅନୁସନ୍ଧାନ: କ୍ୟାଫିନ୍‌ର ମାତ୍ରା ସତ୍ତ୍ୱେ ମସ୍ତିଷ୍କ ବିକଶିତ କରିବାରେ ସ୍ୱତନ୍ତ୍ର ଭାବରେ ସହାୟକ କଫି - ମସ୍ତିଷ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିଥାଏ କଫି

ସାମ୍ପ୍ରତିକ ଅନୁସନ୍ଧାନରୁ ଜଣାପଡିଛି ଯେ, ଏକ କପ୍ କଫି ପିଇବା ଦ୍ବାରା ବ୍ୟକ୍ତି ଉପରେ ଏକ ଉତ୍ସାହଜନକ ପ୍ରଭାବ ପକାଇଥାଏ । କିନ୍ତୁ କେବଳ କ୍ୟାଫିନ ଶରୀର ଉପରେ ଅଧିକ ପ୍ରଭାବ ପକାଇନଥାଏ ବୋଲି ଜଣାପଡିଛି । ଅଧିକ ପଢନ୍ତୁ

Benefit Of Coffee
Benefit Of Coffee
author img

By

Published : Jul 10, 2023, 11:50 AM IST

ହାଇଦ୍ରାବାଦ : ପ୍ରାୟ ପ୍ରତ୍ୟେକ ଲୋକଙ୍କ ଦିନ ଚା' ଏବଂ କଫିରୁ ଆରମ୍ଭ ହୋଇଥାଏ । ଏହାକୁ ନେଇ ଦିନକୁ ଦିନ ଭିନ୍ନଭିନ୍ନ ତଥ୍ୟ ମଧ୍ୟ ସାମ୍ନାକୁ ଆସୁଛି । ନିକଟରେ ହୋଇଥିବା ଏକ ଅନୁସନ୍ଧାନ ଆଉ ଥରେ କଫିର ଉପକାରିତା ବାବଦରେ ଦର୍ଶାଇଛି । ଏହି ଅନୁସନ୍ଧାନ କହୁଛି ଯେ, କ୍ୟାଫିନ୍‌ର ମାତ୍ରା ସତ୍ତ୍ୱେ କଫି ମସ୍ତିଷ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ସ୍ୱତନ୍ତ୍ର ଭାବରେ ସହାୟକ ହୋଇଥାଏ । ଦି ଇଣ୍ଡିପେଣ୍ଡେଣ୍ଟ ରିପୋର୍ଟ ମୁତାବକ, ଫ୍ରଣ୍ଟିଅର୍ସ ଇନ୍ ବିହବିହେରଲ ନ୍ୟୁରୋ ସାଇନ୍ସ ପତ୍ରିକାରେ ପ୍ରକାଶିତ ଅଧ୍ୟୟନ ଅନୁଯାୟୀ କ୍ୟାଫିନ ସତ୍ତ୍ବେ ସ୍ମୃତି ଶକ୍ତିରେ ଉନ୍ନତି ଆଣିଥାଏ କଫି ।

ମସ୍ତିଷ୍କରେ ସତର୍କତା ବୃଦ୍ଧି ସହିତ, କଫି ମସ୍ତିଷ୍କରେ କାର୍ଯ୍ୟର ସ୍ମୃତି ଏବଂ ଲକ୍ଷ୍ୟ-ନିର୍ଦ୍ଦେଶିତ ଆଚରଣକୁ ମଧ୍ୟ ପ୍ରଭାବିତ କରିଥାଏ । ଅଧ୍ୟୟନର ସହ-ଲେଖକ ନନୋ ସୋସାଙ୍କ ଅନୁଯାୟୀ, "ଅନୁମାନ କରାଯାଉଛି ଯେ କଫି ସତର୍କତା ଏବଂ ସାଇକୋମୋଟୋର କାର୍ଯ୍ୟକଳାପକୁ ବଢାଇଥାଏ ।" ଅଧ୍ୟୟନ ପୂର୍ବରୁ, ଅଂଶଗ୍ରହଣକାରୀମାନଙ୍କୁ ପ୍ରତିଦିନ ଏକ କପ କ୍ୟାଫିନ ଯୁକ୍ତ କଫି ପିଇବା ପାଇଁ ଦିଆଯାଉଥିଲା । କଫି ପିଇବାର 3 ଘଣ୍ଟା ପର୍ଯ୍ୟନ୍ତ କ୍ୟାଫିନଯୁକ୍ତ ଖାଦ୍ୟ କିମ୍ବା ପାନୀୟ ଠାରୁ ଦୂରେଇ ରଖାଯାଇଥିଲା । ତେବେ ସାମାଜିକ ଏବଂ ଜନସଂଖ୍ୟା ତଥ୍ୟ ସଂଗ୍ରହ କରିବାକୁ, ଅଂଶଗ୍ରହଣକାରୀମାନଙ୍କୁ ଦୁଇଟି ଏମଆରଆଇ ବ୍ରେନ୍‌ ସ୍କାନ କରିବାକୁ କୁହାଯାଇଥିଲା । ଗୋଟିଏ କଫି ପିଇବା ପୂର୍ବରୁ ଏବଂ ଅନ୍ୟଟି କଫି ପିଇବା ପରେ କରାଯାଇଥିଲା ।

ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ଉଭୟ କଫି ଏବଂ କ୍ୟାଫିନ ପିଇବା ମସ୍ତିଷ୍କର ଡିଫଲ୍ଟ ମୋଡ୍ ନେଟୱାର୍କରେ ନ୍ୟୁରାନୋଲ କନେକ୍ସନ ହ୍ରାସ କରିଥାଏ, ଯାହା ଆତ୍ମନିରୀକ୍ଷଣ ଏବଂ ଆତ୍ମ ପ୍ରତିଫଳନ ପ୍ରକ୍ରିୟାରେ ଜଡିତ । ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଏହି ପରିବର୍ତ୍ତନ ସୂଚାଇ ଦେଇପାରେ ଯେ ଲୋକମାନେ ବିଶ୍ରାମ କରିବା ସହିତ ସମସ୍ତ କାର୍ଯ୍ୟ କରିବା ପାଇଁ ପୁରା ପ୍ରସ୍ତୁତ ରହିପାରିବେ । ତଥାପି, ସେମାନେ ଧ୍ୟାନ ଦେଇଛନ୍ତି ଯେ କଫି ପିଇବା ଦ୍ବାରା ମସ୍ତିଷ୍କର ଅଧିକ ଉନ୍ନତ ନ୍ୟୁରାଲ୍ ନେଟୱାର୍କରେ ସଂଯୋଗକୁ ସୁଦୃଢ ହୋଇପାରେ। ଯାହା ଦୃଷ୍ଟିକୁ ନିୟନ୍ତ୍ରଣ କରିଥାଏ, ଏବଂ ସ୍ମୃତି ଶକ୍ତିକୁ ବୃଦ୍ଧି କରିଥାଏ। ତଥାପି, ଅଧ୍ୟୟନରୁ ଜଣାପଡିଛି ଯେ ଯେତେବେଳେ ଅଂଶଗ୍ରହଣକାରୀମାନେ କେବଳ କ୍ୟାଫିନ ନେଇଥିଲେ ସେତେବେଳେ ଏହିପରି ପ୍ରଭାବ ମିଳିଲା ନାହିଁ । କିନ୍ତୁ କଫି ପିଇବା ଦ୍ବାରା ପ୍ରଭାବ ଭଲ ଦେଖାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ଅନୁସନ୍ଧାନ: କଫି ପିଇଲେ ଦୂର ହୋଇପାରେ ମେଦବହୁଳତା ଓ ଡାଇବେଟିସ୍ ବିପଦ

ପ୍ରକାଶଥାଉକି, ଗତ ବର୍ଷ ମଧ୍ୟ ଚା ଏବଂ କଫିକୁ ନେଇ ଏକ ଅନୁସନ୍ଧାନ କରାଯାଇ ରିପୋର୍ଟ ପ୍ରକାଶ ପାଇଥିଲା । କଫି ପିଇଲେ ମେଦବହୁଳତା ଓ ଡାଇବେଟିସ୍ ବିପଦ ଦୂର ହୋଇପାରେ ବୋଲି ଏକ ଅନୁସନ୍ଧାନରୁ ଜଣାପଡିଥିଲା । କଫି ପିଇବା ଫଳରେ କିମ୍ବା କ୍ୟାଫିନ୍‌ର ଏକ ସମୃଦ୍ଧ ଉତ୍ସ ଶରୀରର ଚର୍ବିର ପରିମାଣକୁ ରୋକିବାରେ ସାହାଯ୍ୟ କରିଥାଏ । ଏଥିସହ ଟାଇପ୍-୨ ମଧୁମେହ ହେବାର ଆଶଙ୍କାକୁ ମଧ୍ୟ ହ୍ରାସ କରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.