ETV Bharat / sukhibhava

Skin care Routine: ପାର୍ଟି ପରେ ସୁସ୍ଥ ତ୍ବଚା ପାଇଁ କରନ୍ତୁ ଏହି ୫ଟି କାମ - ପୋଷ୍ଟ ପାର୍ଟି ସ୍କିନ କେୟାର

ଆଜିକାଲିର ଅନେକ ଯୁବପିଢି ମାନେ ପାର୍ଟି, ବାହାରେ ବୁଲାବୁଲିକୁ ଅଧିକ ପସନ୍ଦ କରୁଛନ୍ତି । ଏହାସହିତ ସୁନ୍ଦର ଦେଖାଯିବା ପାଇଁ ନିଜ ତ୍ବଚାର ଯତ୍ନ ନେବା ମଧ୍ୟ ଆବଶ୍ୟକ । ବିଶେଷ ଭାବରେ ରାତିରେ ପାର୍ଟି କରି ଆସିବା ପରେ ମୁହଁରୁ ମେକ-ଅପ୍‌ ହଟାଇ ଏହାର ଅଧିକ ଯତ୍ନ ନେଲେ ଆମ ତ୍ବଚା ଉଜ୍ଜ୍ବଳ ଦେଖାଯାଇଥାଏ । ଏପରି ତ୍ବଚା ପାଇବା ପାଇଁ ପାର୍ଟି ପରେ କରନ୍ତୁ ଏହି ୫ଟି କାମ ।

Skin care Routine: ପାର୍ଟି ପରେ ସୁସ୍ଥ ତ୍ବଚା ପାଇଁ କରନ୍ତୁ ଏହି ୫ଟି କାମ

author img

By

Published : Jan 15, 2022, 8:00 PM IST

ହାଇଦ୍ରାବାଦ: ଦିନ ବେଳେ ରୂପଚର୍ଯ୍ୟା ପରି ରାତିରେ ମଧ୍ୟ ତ୍ବଚାର ଯତ୍ନ ନେବା ଆବଶ୍ୟକ । କାରଣ ରାତିରେ ହିଁ ଆମ ଶରୀରର ନୂତନ କୋଷଗୁଡ଼ିକ ତିଆରି ହୋଇଥାଏ । ରାତିରେ ମେକ-ଅପ୍‌ ସହିତ ଶୋଇଲେ ଏହା ତ୍ବଚା ଉପରେ ପ୍ରଭାବ ପକାଇଥାଏ । ଭାରତର ଅଗ୍ରଣୀ ମହିଳା-କେନ୍ଦ୍ରିକ ସପିଂ ସାଇଟର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ନେହା କାନ୍ତ ତାଜା, ଉଜ୍ଜ୍ବଳ ଏବଂ ନରମ ଚର୍ମ ପାଇଁ ରାତିରେ ଶୋଇବା ପୂର୍ବରୁ 5ଟି ଜିନିଷ କରିବାକୁ ଦେଇଛନ୍ତି ପରାମର୍ଶ ।

ଶୋଇବା ପୂର୍ବରୁ ନିଜ ମେକ-ଅପକୁ ମୁହଁରୁ ସଫା କରନ୍ତୁ:-

ପାର୍ଟି କରିବା ସମୟରେ, ମେକଅପ୍ ଝାଳ ଏବଂ ମଇଳା ସହିତ ମିଶ୍ରିତ ହେବାକୁ ଲାଗେ ଯାହା ପରେ ବ୍ରଣ ଏବଂ ଦାଗ ଭଳି ସମସ୍ୟା ସୃଷ୍ଟି କରିପାରେ । ତେଣୁ ଶୋଇବା ପୂର୍ବରୁ ମେକଅପ୍ ମୁହଁରୁ ପ୍ରଥମେ ହଟାଇବା ଉଚିତ୍ । ସବୁଠାରୁ ସହଜ DIY ମେକଅପ୍ ରିମୁଭର୍ ପାଇଁ ଏକ ଚାମଚ ଆଲୋଭେରା ଜେଲ୍ ଏବଂ ଗୋଟିଏ ଚାମଚ ଅଲିଭ୍ ତେଲ କିମ୍ବା ଜୋଜୋବା ତେଲ ଆବଶ୍ୟକ । ତୁଳା ଦ୍ବାରା ଏହାକୁ ମୁହଁରେ ଲଗାନ୍ତୁ । ଚର୍ମକୁ ସଫା, ସତେଜ ଏବଂ ଚମକପ୍ରଦ ରଖିବା ସହିତ ଏହା ଆଇଲାଇନର୍‌ ଏବଂ ମସ୍କାରାକୁ ପୋଷଣ ଯୋଗାଇଥାଏ । ଅନ୍ୟ ଏକ ଟିପ୍ପଣୀ ହେଉଛି ମିଠା ବାଦାମ ତେଲ ବ୍ୟବହାର କରିବା ଉଚିତ । ମିଠା ବାଦାମ ତେଲକୁ ଏକ ପ୍ରାକୃତିକ ମେକଅପ୍ ରିମୁଭର୍ ଭାବରେ ବିବେଚନା କରାଯାଏ ଯାହା ଚେହେରାକୁ ପ୍ରାକୃତିକ ଭାବରେ ଚମକାଇଥାଏ ।

ଶୋଇବା ପୂର୍ବରୁ ନିଜ ମେକ-ଅପକୁ ମୁହଁରୁ ସଫା କରନ୍ତୁ

ପ୍ରଚୁର ପାଣି ପିଅନ୍ତୁ:- ସୁସ୍ଥ ଚର୍ମ ପାଇଁ ସବୁବେଳେ ପ୍ରଚୁର ପାଣି ପିଇବା ଉଚିତ । ପାର୍ଟିରେ ଆଲକହଲ୍‌ ପିଇବା ଦ୍ବାରା ଶରୀର ଡିହାଇଡ୍ରେଟ ହୋଇଯାଏ । ଆଲକହଲ୍‌ ପିଇବା ଦ୍ବାରା ଚର୍ମରେ ଥିବା କଣାଗୁଡ଼ିକ ଖାଲି ହୋଇଥାଏ । ଫଳରେ ସେଠାରେ ବ୍ଲାକ୍‌ହେଡ୍ସ ଓ ହ୍ବାଇଟହେଡ୍ସ ଦେଖିବାକୁ ମିଳେ । ତେବେ ଚର୍ମକୁ ହାଇଡ୍ରେଟ ରଖିବା ପାଇଁ ସୁଦ୍ଧ ଗୋଲାପ ଜଳକୁ ତୁଳା ସାହାଯ୍ୟରେ ମୁହଁରେ ଲଗାଇବା ଉଚିତ । ଏପରି କରିବା ଦ୍ବାରା ମୁହଁ ଶୁଷ୍କ ଦେଖାଯାଏ ନାହିଁ ।

ପ୍ରଚୁର ପାଣି ପିଅନ୍ତୁ
ପ୍ରଚୁର ପାଣି ପିଅନ୍ତୁ

ଫେସ ସିରମ ଦ୍ବାରା ମୁହଁ ମାଲିସ କରନ୍ତୁ:- ଫେସ୍ ସେରମକୁ ସକାଳେ ଏବଂ ରାତିରେ ଦିନକୁ ଦୁଇଥର ପ୍ରୟୋଗ କରନ୍ତୁ । ସବୁ ଚର୍ମର ପ୍ରକାର ପାଇଁ ବିଭିନ୍ନ ପ୍ରକାରର ଫେସ୍ ସେରମ୍ ଉପଲବ୍ଧ । ସେରମ୍‌ ଚର୍ମକୁ ସତେଜଏବଂ ଉଜ୍ଜ୍ବଳ ରଖିଥାଏ । ଏଥିରେ ଥିବା ଭିଟାମିନ୍ ସି ସହିତ ହାୟାଲୁରୋନିକ୍ ଏସିଡ୍ ରହିଥିବା ଫେସ୍ ସେରମ୍ ପୋଷ୍ଟ- ପାର୍ଟି ସ୍କିନ୍ ପାଇଁ ସର୍ବୋତ୍ତମ । ହାୟାଲୁରୋନିକ୍ ଏସିଡ୍ ହାଇଡ୍ରେସନ୍ ବଢାଇବା ଏବଂ ଚର୍ମର ଇଲାସ୍ଟିସିଟିରେ ଉନ୍ନତି ଆଣିଥାଏ ।

ଫେସ ସେରମ ଦ୍ବାରା ମୁହଁ ମାଲିସ କରନ୍ତୁ
ଫେସ ସେରମ ଦ୍ବାରା ମୁହଁ ମାଲିସ କରନ୍ତୁ

ଫେସ କ୍ରିମ ଲଗାନ୍ତୁ:- ସ୍କିନ୍ କେୟାର ରୁଟିନ୍ ବିଷୟରେ ଆଲୋଚନା ହେଲେ ଫେସ୍ ସେରମ୍ ଏବଂ ଫେସ୍ କ୍ରିମ୍ କଥା ଆସିଥାଏ । ଗୋଟିଏ ଆର୍ଦ୍ରତା ଯୋଗାଏ ଏବଂ ଅନ୍ୟଟି ଆର୍ଦ୍ରତାକୁ ରୋକିଥାଏ । ଫେସ୍ ସେରମ୍ ପ୍ରୟୋଗ କରିବା ପାଇଁ ସର୍ବୋତ୍ତମ କ୍ରିମ୍ ହେଉଛି ଏକ Kumkumadi Tailam ରହିଥିବା କ୍ରିମ୍ । Kumkumadi Tailam ସମସ୍ତ ଚର୍ମ ପ୍ରକାର ପାଇଁ ଉପଯୁକ୍ତ କିନ୍ତୁ ଶୁଷ୍କ ଚର୍ମ ଉପରେ ଏହା ଅଧିକ ପ୍ରଭାବଶାଳୀ । ଦୀର୍ଘ ସମୟ ଧରି ମେକଅପ୍ ରଖିବା ପରେ ବ୍ରଣ ଏବଂ ଦାଗ ଭଳି ଚର୍ମ ସମସ୍ୟାରୁ ରକ୍ଷା ପାଇବା ପାଇଁ ଏହା ହେଉଛି ସର୍ବୋତ୍ତମ ଉପାୟ ।

ଫେସ କ୍ରିମ ଲଗାନ୍ତୁ
ଫେସ କ୍ରିମ ଲଗାନ୍ତୁ

ଗୋଲାପୀ ମାଟି(pink clay)ର ମାସ୍କ ଲଗାନ୍ତୁ:- ଗୋଲାପୀ ମାଟି ଚର୍ମର ଇଲାସ୍ଟିସିଟି ଏବଂ କୋଷ ନବୀକରଣରେ ଉନ୍ନତି ଆଣିବାରେ ସାହାଯ୍ୟ କରେ । ଏହି ମାଟି ମୁଖ୍ୟତଃ ଅଷ୍ଟ୍ରେଲିଆର ମାଟି, Seaweed(ସମୁଦ୍ରରେ ବଢୁଥିବା ଏକ ପ୍ରକାର ଗଛ) ଓ ଡାଳିମ୍ବରୁ ତିଆରି ହୋଇଥାଏ । ତ୍ବଚାକୁ ଅଧିକ ଉଜ୍ଜ୍ବଳ କରିବା ପାଇଁ ଅଷ୍ଟ୍ରେଲୀୟ ମାଟି ଚର୍ମକୁ ଡିଟକ୍ସାଇଫାଏଡ୍ ଏବଂ ଉଜ୍ଜ୍ବଳ କରିଥାଏ । ଏହା ଚର୍ମକୁ କୋମଳ ଏବଂ ଚିକ୍କଣ କରିବା ସହିତ ବ୍ଲାକହେଡ୍ସ କମ୍ କରିବାରେ ସାହାଯ୍ୟ କରେ ।

ଗୋଲାପୀ ମାଟି(pink clay)ର ମାସ୍କ ଲଗାନ୍ତୁ
ଗୋଲାପୀ ମାଟି(pink clay)ର ମାସ୍କ ଲଗାନ୍ତୁ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.