ETV Bharat / state

ଚାକିରିରୁ ଛଟେଇ ପ୍ରତିବାଦରେ କର୍ମଚାରୀଙ୍କ ଧାରଣା

author img

By

Published : Dec 24, 2022, 12:56 PM IST

ବିନା କାରଣରେ ଚାକିରିରୁ ଛଟେଇ ପ୍ରତିବାଦରେ କର୍ମଚାରୀଙ୍କ ଧାରଣା । ଅଫିସ୍ ଆଗରେ କାର୍ଯ୍ୟବନ୍ଦ ଆନ୍ଦୋଳନ କଲେ କର୍ମଚାରୀ । ଅଧିକ ପଢନ୍ତୁ

ଛଟେଇ ପ୍ରତିବାଦରେ କର୍ମଚାରୀଙ୍କ ବିକ୍ଷୋଭ
ଛଟେଇ ପ୍ରତିବାଦରେ କର୍ମଚାରୀଙ୍କ ବିକ୍ଷୋଭ
ଛଟେଇ ପ୍ରତିବାଦରେ କର୍ମଚାରୀଙ୍କ ବିକ୍ଷୋଭ

ରାଉରକେଲା: କର୍ମଚାରୀଙ୍କୁ ଛଟେଇ ପ୍ରତିବାଦରେ ଆଜି ରାଉରକେଲା ସ୍ଥିତ ଅକ୍ଷୟ ପାତ୍ର ଫାଉଣ୍ଡେସନର କର୍ମଚାରୀମାନେ ଧାରଣା ଦେଇଛନ୍ତି । କର୍ମଚାରୀମାନେ ଅନୁଷ୍ଠାନ ଆଗରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ବିନା କାରଣରେ ଏହି ଫାଉଣ୍ଡେସନରେ କାମ କରୁଥିବା ପ୍ରଶାନ୍ତ ଲାକ୍ରା ନାମକ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଦିଆଯାଇଛି । ଯାହାକୁ ଅନ୍ୟ କର୍ମଚାରୀମାନେ ବିରୋଧ କରି ଛଟେଇ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦାବିରେ ଏପରି ଧାରଣା ଦେଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ଦୀର୍ଘ ଦିନ ଧରି ଛୁଟିରେ ରହିବା କାରଣରୁ ପ୍ରଶାନ୍ତ ଲାକ୍ରାଙ୍କୁ ଚାକିରିରୁ ବାହାର କରିଦିଆଯାଇଛି । ୨୦୧୩ ମସିହାରୁ ପ୍ରଶାନ୍ତ ରାଉରକେଲା ସେକ୍ଟର ୭ ଅକ୍ଷୟ ପାତ୍ର ଫାଉଣ୍ଡେସନରେ ହେଲ୍ପର ଭାବରେ କାର୍ଯ୍ୟ କରିଆସୁଥିଲେ । ଗତ ନଭେମ୍ବର ମାସର ୧୬ ତାରିଖରେ ସେ ଘରକୁ ଯିବା ପାଇଁ ୪ ଦିନ ଛୁଟି ନେଇଥିଲେ । ଘରେ ପହଞ୍ଚିବା ପରେ ତାଙ୍କର ପାରିବାରିକ ପରିସ୍ଥିତି ଠିକ୍ ନଥିଲା । ଯେଉଁ କାରଣରୁ ସେ ନିର୍ଦ୍ଧାରିତ ସମୟରେ କାମରେ ଯୋଗ ଦେଇପାରି ନଥିଲେ । ସେ ଆଉ କିଛି ଦିନ ଛୁଟି ରହିବା ବୋଲି ସୁପରଭାଇଜରଙ୍କୁ ମଧ୍ୟ ଜଣାଇଥିଲେ ।

ଏହାପରେ ଡିସେମ୍ବର ୨୨ ତାରିଖରେ ପ୍ରଶାନ୍ତ ପୁଣିଥରେ ନିଜ କାର୍ଯ୍ୟରେ ଯୋଗ ଦେବା ପାଇଁ ଆସିଥିଲେ । ହେଲେ ଅଫିସରେ ପହଞ୍ଚିବା ପରେ ତାଙ୍କୁ ଚାକିରିରୁ ବାହାର କରି ଦିଆଯାଇଥିଲା । ତାଙ୍କ ପାଖରେ ୬୦ରୁ ଅଧିକ ଅଫିସିଆଲ ଛୁଟି ଥିଲେ ହେଁ ଦୀର୍ଘ ଦିନ ଧରି ଛୁଟିରେ ରହିବା କାରଣରୁ HR ତାଙ୍କୁ ଆଉ କାମ କରିବା ଦରକାର ନାହିଁ ବୋଲି କହିଥିଲେ । ପ୍ରଶାନ୍ତ ନିଜର ପାରିବାରିକ ସ୍ଥିତି ସମ୍ପର୍କରେ ଜଣାଇବା ସହ ଛୁଟି କଥା ସୁପରଭାଇଜରଙ୍କୁ ଜଣାଇଥିଲେ ବୋଲି କହିଥିଲେ ମଧ୍ୟ ଏଚଆର ତାଙ୍କ କଥା ଶୁଣିନଥିଲେ । ତେଣୁ ବାଧ୍ୟ ହୋଇ ସେ ଧାରଣାରେ ବସିଥିଲେ । ପ୍ରଶାନ୍ତଙ୍କ ଅସୁବିଧା ଶୁଣି ଅକ୍ଷୟ ପାତ୍ର ଫାଉଣ୍ଡେସନର ଅନ୍ୟ କର୍ମଚାରୀମାନେ ମଧ୍ୟ ଧାରଣା ଦେଇଥିଲେ ।

ଏହାମଧ୍ୟ ପଢନ୍ତୁ: ହାଇକୋର୍ଟ ବେଞ୍ଚ ଆନ୍ଦୋଳନ: ଜେଲ୍‌ରେ ଥିବା ଓକିଲଙ୍କୁ ଭେଟି ପାରୁନାହାନ୍ତି ପରିବାର !

ଧାରଣାରତ କର୍ମଚାରୀମାନେ ଦାବି କରିଛନ୍ତି ଯେ, ପ୍ରଶାନ୍ତଙ୍କୁ ପୁନଃ ନିଯୁକ୍ତି ଦିଆଯାଉ । ଅନୁଷ୍ଠାନ ନିଜର ମାନମାନି ନକରୁ । ଆମେ ଏତେ ବର୍ଷ ଧରି କାମ କରିଆସୁଛୁ । ଏପରି ଭାବେ ଚାକିରିରୁ ଛଟେଇ କରାଯିବା ଅନୁଚିତ୍ ବୋଲି ସେମାନେ କହିଛନ୍ତି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.