ସୁନ୍ଦରଗଡ: ସୁନ୍ଦରଗଡରେ କୋରୋନାର ପ୍ରକୋପ କମିବାର ନାଁ ଧରୁ ନଥିବା ବେଳେ ଅମାନିଆଙ୍କ ମନମାନୀ ବଢିବାରେ ଲାଗିଛି । ଏନେଇ ସଦର ତହସିଲଦାର ପୁଷ୍ପକ ପ୍ରଧାନ ଏନଫୋର୍ସମେଣ୍ଟକୁ କଡାକଡି କରିବା ସହ କେତେକ ଅମାନିଆଙ୍କ ଠାରୁ ଜୋରିମାନା ସଂଗ୍ରହ କରିଛନ୍ତି । ଏହା ସହ ଆଉ କେତେକ ଅମାନିଆଙ୍କ ଇ-ଚାଲାଣ କାଟିଛି ପୋଲିସ ।
ଶନିବାର ସନ୍ଧ୍ୟାରେ ତହସିଲଦାର ସୁନ୍ଦରଗଡ ଏସବିଆଇ ଛକରେ ଏନଫୋର୍ସମେଣ୍ଟକୁ କଡାକଡି କରିଛନ୍ତି । ଏପରିକି ସ୍ବାସ୍ଥ୍ୟକର୍ମ, ସିନିୟର ସିଟିଜେନ, ସଫାଇ କର୍ମଚାରୀ ଓ ସାମ୍ବାଦିକଙ୍କୁ ପରିଚୟ ପତ୍ର ପାଖରେ ରଖିବାକୁ କହିଥିଲେ । କେବଳ ସ୍ବାସ୍ଥ୍ୟଗତ ସମସ୍ୟା ବା ଔଷଧ ନେବା ପାଇଁ ପ୍ରେସକ୍ରିପସନ ଥିଲେ ଦଣ୍ଡ କୋହଳ ହେବ ନ ହେଲେ ଦଣ୍ଡିତ ହେବା ନିଶ୍ଚିତ ବୋଲି ତହସିଲଦାର କହିଛନ୍ତି ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ