ସୁନ୍ଦରଗଡ: ରାଜ୍ୟକୁ ପୁଣି ଫେରିଲା ଲକଡାଉନ । ସୁନ୍ଦରଗଡ ଜିଲ୍ଲା ବଡଗାଁ ଗ୍ରାମକୁ ଆସନ୍ତା 3 ଦିନ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରିଛନ୍ତି ବଡଗାଁ ସରପଞ୍ଚ ସୁଶୀଲା ଦଣ୍ଡସେନା । ବଡଗାଁ ଗ୍ରାମ ପଞ୍ଚାୟତରେ କରୋନା ରୋଗୀଙ୍କ ସଂଖ୍ୟା ଆଶାତୀତ ଭାବେ ବଢୁଥିବାରୁ ଏହାକୁ ନିୟନ୍ତ୍ରଣରେ ରଖିବା ନେଇ ଆଜି ବଡଗାଁ ସରପଞ୍ଚ ସୁଶୀଲା ଦଣ୍ଡସେନା ବିଜ୍ଞପ୍ତି ଜାରି କରିଛନ୍ତି ।
ଏପ୍ରିଲ 15ରୁ 17 ତାରିଖ ପର୍ଯ୍ୟନ୍ତ ବଡଗାଁ ଗ୍ରାମପଞ୍ଚାୟତର ସମସ୍ତ ଅଞ୍ଚଳକୁ ସିଲ କରାଯିବା ସହ ପଞ୍ଚାୟତକୁ ସଂପୂର୍ଣ୍ଣ ଲକଡାଉନ ଘୋଷଣା କରାଯାଇଛି । କେବଳ ଔଷଧ ଦୋକାନ ବ୍ୟତିତ ସମସ୍ତ ଦୋକାନ ବନ୍ଦ ରହିବା ନେଇ ବିଜ୍ଞପ୍ତିରେ ପ୍ରକାଶ ପାଇଛି । ଏଥି ସହ ଲୋକଙ୍କ ସଚେତନତା ନେଇ ପୋଷ୍ଟରିଂ କରିଛନ୍ତି ସରପଞ୍ଚ ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ