ରାଉରକେଲା: ସହରରେ ବିପର୍ଯ୍ଯସ୍ତ ହୋଇପଡିଛି ଟ୍ରାଫିକ ବ୍ୟବସ୍ଥା । ବାରମ୍ବାର ବ୍ରାହ୍ମଣୀ ବ୍ରିଜର ଦୁଇ ପାଖରେ ଦୁର୍ଘଟଣା ଘଟୁଥିବାର ଦେଖିବାକୁ ମିଳୁଛି । ଆଜି(ଶନିବାର) ସରକାରୀ ବସ ଦୁର୍ଘଟଣାରେ ଜଣେ ଯୁବତୀ ମୃତ ହୋଇଥିବା ବେଳେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଛି ।
ସୂଚନାଯୋଗ୍ୟ, ଦଣ୍ଡିଆପାଲି ଗାଁର ମହିମା ତନ୍ତି ସାଇକେଲ ଯୋଗେ ପାନପୋଷକୁ ଆସୁଥିବା ବେଳେ ସିଟି ବସ ତାଙ୍କୁ ଧକ୍କା ଦେଇଥିଲା । ତେବେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଯାହାକୁ ନେଇ ଗ୍ରାମବାସୀ ରଘୁନାଥପାଲି ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ 10 ଲକ୍ଷ କ୍ଷତିପୂରଣ ଦାବି କରିଛନ୍ତି ।
ସେପଟେ ପୋଲିସ ଘଟଣାସ୍ଥଳୁ ବସଟିକୁ ଜବତ କରିବା ସହ ଡ୍ରାଇଭର ଗିରଫ କରିଛି । କିନ୍ତୁ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଲୋକେମାନେ ଅଡି ବସିଥିବାବେଳେ ଏପର୍ଯ୍ୟନ୍ତ ଶବ ବ୍ୟବଚ୍ଛେଦ ହୋଇ ପାରିନାହିଁ ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ