ETV Bharat / state

ସରକାରୀ ଟଙ୍କା ବାଟମାରଣା ପରେ ଗ୍ରାମବାସୀଙ୍କ ନୀରବ ବିକ୍ଷୋଭ ପ୍ରଦର୍ଶନ - people complain against sarapanch in subarnpur

ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟର ପ୍ରତିବାଦ କରି ସୁବର୍ଣ୍ଣପୁର ଜିଲ୍ଲା ତରଭା ପାଇକବାହାଲ ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନୀରବ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟ ପ୍ରତିବାଦ
author img

By

Published : Oct 18, 2019, 4:28 PM IST

ସୁବର୍ଣ୍ଣପୁର: ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟ କରୁଥିବା ପ୍ରତିବାଦରେ ସୁବର୍ଣ୍ଣପୁର ଜିଲ୍ଲା ତରଭା ପାଇକ ବାହାଲ ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ନୀରବ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଗାଁ ପୋଖରୀ ଉନ୍ନତିକରଣ ପାଇଁ ମିଳିଥିବା ସାତ ଲକ୍ଷ ଟଙ୍କାର ଅନୁଦାନ ବାଟମାରଣା ହୋଇଥିବା ମଧ୍ୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟ ପ୍ରତିବାଦ

ଅନୁଦାନ ବାଟମାରଣା ହୋଇଥିବା ଗ୍ରାମବାସୀ ଭିଜିଲାନ୍ସରେ ଗତ ଜାନୁଆରୀରେ ଅଭିଯୋଗ କରିଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ସେହିପରି ନୂତନ ଭାବେ ପ୍ରତିଷ୍ଠା ହୋଇଥିବା ଏହି ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାନାନ୍ତର ନକରି ପାଇକ ବାହାଲ ଠାରେ କାର୍ଯ୍ୟକ୍ଷମ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ସରପଞ୍ଚ କାର୍ଯ୍ୟାଳୟକୁ ଅସ୍ଥାୟୀ ଭାବେ ଡାହିମାଲ ଗାଁରେ ଖୋଲିଥିବା ଅଭିଯୋଗ ହୋଇଛି।

ସରପଞ୍ଚଙ୍କ ଏପରି କାର୍ଯ୍ୟ ବିରୋଧରେ ଗାଁଲୋକେ ଅତିଷ୍ଠ ହୋଇ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସହ କାର୍ଯ୍ୟାନୁଷ୍ଠାନ ନେଵାକୁ ଦାବି କରିଛନ୍ତି । ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ନେଵାକୁ ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶରତଚନ୍ଦ୍ର ପଣ୍ଡାଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ଗ୍ରାମବାସୀ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

Intro:ସୁବର୍ଣ୍ଣପୁର ଜିଲ୍ଲା ତରଭା ପାଇକ ବାହାଲ ଗାଁର ଜନସାଧାରଣ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ନୀରବ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।ଗ୍ରାମ ପଞ୍ଚାୟତର ସରପଞ୍ଚ ମନମୁଖୀ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି।ଗାଁ ପୋଖରୀ ଉନ୍ନତି କରଣ ପାଇଁ ମିଳିଥିବା ସାତ ଲକ୍ଷ ଟଙ୍କାର ଅନୁଦାନ ବାଟମାରଣା ହୋଇଥିବା ଅଭିଯୋଗ ବି ହୋଇଛି।ଅନୁଦାନ ବାଟମାରଣା ହୋଇଥିବା ଗାଁ ଲୋକେ ଜିଲ୍ଲା ଭିଜିଲାନ୍ସ ପାଖରେ ଗତ ଜାନୁୟାରୀ ମାସରେ ଅଭିଯୋଗ କରିଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ।ସେହିପରି ନୂତନ ଭାବେ ପ୍ରତିଷ୍ଠା ହୋଇଥିବା ଏହି ପଂଚାୟତର କାର୍ଯ୍ୟାଳୟ ସ୍ଥାନାନ୍ତର ନ କରି ପାଇକ ବାହାଲଠାରେ କାର୍ଯ୍ୟକ୍ଷମ କରିବା ପାଇଁ ରାଜ୍ୟ ଉଚ୍ଚ ନ୍ୟାୟାଳୟ ରହିତାଦେଶ ଦେଶ ଦେଇଛନ୍ତି।ହେଲେ ସରପଞ୍ଚ କାର୍ଯ୍ୟାଳୟକୁ ଅସ୍ଥାୟୀ ଭାବେ ଡାହିମାଲ ଗାଁରେ ଖୋଲିଥିବା ଅଭିଯୋଗ ହୋଇଛି।

Body:ସରପଞ୍ଚଙ୍କ ଏପରି କାର୍ଯ୍ୟ ବିରୋଧରେ ଗାଁଲୋକେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସହିତ କାର୍ଯ୍ୟାନୁଷ୍ଠାନ ନେଵାକୁ ଦାବୀ କରିଛନ୍ତି।ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ନେଵାକୁ ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶରତଚନ୍ଦ୍ର ପଣ୍ଡାଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ବାଇଟ 1 ବଳଦେବ ବେଦବାକ , ସ୍ବେଚ୍ଛାସେବୀ , ସୁବର୍ଣ୍ଣପୁର।

Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.