ETV Bharat / state

ତାରା ବେଶରେ ଦର୍ଶନ ଦେଲେ ଇଷ୍ଟଦେବୀ ମା ସୁରେଶ୍ୱରୀ

author img

By

Published : Oct 8, 2021, 10:48 PM IST

ସୋନପୁର ଗଡଜାତର ଇଷ୍ଟଦେବୀ ମା ସୁରେଶ୍ବରୀ ଆଜି ଆଶ୍ବୀନ ଶୁକ୍ଲପକ୍ଷ ଦ୍ଵିତୀୟା ତିଥିରେ ତାରା ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି । ଅଧିକ ପଢ଼ନ୍ତୁ...

ତାରା ବେଶରେ ଦର୍ଶନ ଦେଲେ ଇଷ୍ଟଦେବୀ ମା ସୁରେଶ୍ୱରୀ
ତାରା ବେଶରେ ଦର୍ଶନ ଦେଲେ ଇଷ୍ଟଦେବୀ ମା ସୁରେଶ୍ୱରୀ

ସୁବର୍ଣ୍ଣପୁର: ସୋନପୁର ଗଡଜାତର ଇଷ୍ଟଦେବୀ ମା ସୁରେଶ୍ବରୀ ଆଜି ଆଶ୍ବୀନ ଶୁକ୍ଲପକ୍ଷ ଦ୍ଵିତୀୟା ତିଥିରେ ତାରା ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି । ଆସନ୍ତାକାଲି ଦେବୀ ମା ଷୋଡ଼ଶୀ ବେଶରେ ଦର୍ଶନ ଦେବେ । ଦେବୀ ମା ସୁରେଶ୍ବରୀ ଆଶ୍ବୀନ ମହାଳୟାଠାରୁ ଆରମ୍ଭ କରି ଦଶମୀ ତିଥି ଯାଏଁ ଭିନ୍ନ ଭିନ୍ନ ବେଶ ଧାରଣ କରିଥାନ୍ତି । ମହାଳୟାରେ ଦେବୀ ମା ଧବଳମୁଖୀ ବେଶ ଧାରଣ କରିଥାନ୍ତି ।

ସେହିପରି ପ୍ରତିପଦରେ କାଳୀ, ଦ୍ଵିତୀୟାରେ ତାରା ବେଶ ଧାରଣ କରିବାର ପରମ୍ପରା ରହିଛି । ବର୍ଷ ତମାମ ରକ୍ତମୁଖା ଦେବୀଙ୍କ ସଶରୀର ସିନ୍ଦୁର ପ୍ରଲେପ କରାଯିବା ସହିତ ଗାଢ ନାଲି ରଙ୍ଗର ବସ୍ତ୍ର ପରିଧାନ କରାଯାଉଥିବା ବେଳେ ଏବେ କିନ୍ତୁ ଦେବୀମା ଭିନ୍ନଭିନ୍ନ ପାଟ ବସ୍ତ୍ର ପରିଧାନ କରୁଛନ୍ତି । ମହାଳୟାରେ ସେବାୟତମାନେ ଗଙ୍ଗାଜଳ, ଅଗୁର, ଚନ୍ଦନ, କର୍ପୁର ଆଦି ପ୍ରଲେପ କରି ଶ୍ବେତ ବସ୍ତ୍ର ପ୍ରଦାନ କରିଥିବା ବେଳେ ପ୍ରତିପଦ ଓ ଦ୍ଵିତୀୟା ତିଥିରେ ଦେବୀ ମା କଳା ବସ୍ତ୍ର ଧାରଣ କରିଛନ୍ତି ।

ଏହି ଅବସରରେ ସୁବର୍ଣ୍ଣପୁରର ଐତିହାସୀକ ବଳୀଯାତ୍ରା ଆରମ୍ଭ ହୋଇଛି । ଶ୍ରଦ୍ଧାଳୁମାନେ ବଳୀଯାତ୍ରାରେ ସାମିଲ ହୋଇ ଦେବୀ ମା ସୁରେଶ୍ବରୀଙ୍କ କୃପା ଭିକ୍ଷା ସାଉଁଟିବାକୁ ଛୁଟି ଆସୁଛନ୍ତି ।େ ଦେବୀଙ୍କ ସନ୍ଧ୍ୟା ଆଳତୀ ଦର୍ଶନ କରି ଆଶିଷ ଲାଭ କରିବାକୁ ଏହି ଶକ୍ତି ପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି । ଶୃଙ୍ଖଳିତ ସନ୍ଧ୍ୟା ଆଳତୀ ଦର୍ଶନ ପାଇଁ ମନ୍ଦିର କମିଟି ପକ୍ଷରୁ ଶ୍ରଦ୍ଧାଳୁ ମାନଙ୍କୁ ଆବଶ୍ୟକ ସୂଚନା ପ୍ରଦାନ କରାଯାଇଛି । ତେବେ ଦେବୋତ୍ତର ବିଭାଗ ପକ୍ଷରୁ କୋଭିଡ ନିୟମ ପାଳନ କରିବାକୁ ସେବାୟତ ଓ ମନ୍ଦିର କମିଟିକୁ ନିର୍ଦ୍ଦେଶ ଦିଆଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.