ETV Bharat / state

ଘରୋଇ ବିଦ୍ୟାଳୟ ଶିକ୍ଷକଙ୍କୁ ଆର୍ଥିକ ସହାୟତା ଦାବି - ଶିକ୍ଷକଙ୍କୁ ଆର୍ଥିକ ସହାୟତା ଦାବି

ଘରୋଇ ବିଦ୍ୟାଳୟ ସଙ୍ଘର ଶିକ୍ଷକଶିକ୍ଷୟିତ୍ରୀଙ୍କୁ ସରକାରୀ ଆର୍ଥିକ ସହାୟତା ପ୍ରଦାନ ପାଇଁ ଦାବି । ଅଧିକ ପଢନ୍ତୁ....

ଘରୋଇ ବିଦ୍ୟାଳୟ ଶିକ୍ଷକଙ୍କୁ ଆର୍ଥିକ ସହାୟତା ଦାବି

author img

By

Published : Apr 18, 2021, 8:49 PM IST

ସୁବର୍ଣ୍ଣପୁର: ଜିଲ୍ଲାରେ ଘରୋଇ ବିଦ୍ୟାଳୟ ସଙ୍ଘ ପକ୍ଷରୁ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ସରକାରୀ ଆର୍ଥିକ ସହାୟତା ପ୍ରଦାନ ପାଇଁ ଦାବି । କୋରୋନା ମହାମାରୀ ସମୟରେ ଘରୋଇ ବିଦ୍ୟାଳୟଗୁଡିକ ଅନେକ ଆର୍ଥିକ ସମସ୍ୟା ଦେଇ ଗତି କରୁଥିବାରୁ ବିଦ୍ୟାଳୟଗୁଡ଼ିକର ଶିକ୍ଷକଶିକ୍ଷୟିତ୍ରୀଙ୍କୁ ମାସିକ ଦରମା ଦେବାରେ ସକ୍ଷମ ହେଉନାହାନ୍ତି । ଫଳରେ ଆର୍ଥିକ ସହାୟତା ପାଇଁ ଦାବି ହୋଇଛି ।

ଘରୋଇ ବିଦ୍ୟାଳୟ ଶିକ୍ଷକଙ୍କୁ ଆର୍ଥିକ ସହାୟତା ଦାବି

ସହରର ଥିବା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଆୟୋଜିତ ଆଜି(ରିବିବାର)ର ଏହି ବୈଠକରେ ବିଭିନ୍ନ ଘରୋଇ ଶିକ୍ଷାନୁଷ୍ଠାନର କର୍ମକର୍ତ୍ତାମାନେ ଯୋଗଦେଇ ବିଦ୍ୟାଳୟର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଛି । ଘରୋଇ ବିଦ୍ୟାଳୟ ତଥା ବିଦ୍ୟାଳୟରେ କାମ କରୁଥିବା ଶିକ୍ଷକଶିକ୍ଷୟିତ୍ରୀଙ୍କ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିବା ସହ ଘରୋଇ ବିଦ୍ୟାଳୟ ପ୍ରତି ସରକାରଙ୍କ ବୈମାତୃକ ମନୋଭାବକୁ ବିରୋଧ କରାଯାଇଛି । ଜିଲ୍ଲା ଘରୋଇ ବିଦ୍ୟାଳୟ ସଙ୍ଘର ସଭାପତି ଭାବେ ଗତିକୃଷ୍ଣ ମିଶ୍ର, ସମ୍ପାଦକ ଶିବପ୍ରସାଦ ପାତ୍ର, କୋଷାଧ୍ୟକ୍ଷ ଦିବ୍ୟ ରଞ୍ଜନ ସାହୁଙ୍କୁ ମନୋନିତ କରାଯାଇଥିଲା ।

ଏହାସହ ସମସ୍ତ ବ୍ଲକରୁ ସଦସ୍ୟ ୮ ଜଣ ଶିକ୍ଷକଙ୍କୁ ଚୟନ କରାଯାଇଛି । ସଙ୍ଘ ତରଫରୁ ଆସନ୍ତା 20 ତାରିଖରେ ଜିଲ୍ଲାର ସମସ୍ତ ଘରୋଇ ଶିକ୍ଷାନୁଷ୍ଠାନର ଶିକ୍ଷକଶିକ୍ଷୟିତ୍ରୀ ପୋଷ୍ଟକାର୍ଡ ମାଧ୍ୟମରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେବେ ବୋଲି ନିଷ୍ପତି ହୋଇଛି । ଯେଉଁଥିରେ ଲକଡାଉନ ସମୟରେ ଘରୋଇ ବିଦ୍ୟାଳୟର ଶିକ୍ଷକମାନଙ୍କୁ ମାସକୁ ପାଞ୍ଚ ହଜାର ଟଙ୍କା ଭତ୍ତା ଓ 25 kg ଚାଉଳ ଦେବାକୁ ଦାବି ହୋଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.