ETV Bharat / state

ହଜାର ଗଛ କଟିଲା ଗୋଟିଏ ବି ଲାଗିଲାନି, ଅସନ୍ତୁଷ୍ଟ ସୁବର୍ଣ୍ଣପୁରବାସୀ - ମରୁଭୂଇଁରେ ପରିଣତ ହେବାକୁ ଯାଉଛି ଐତିହାସିକ ସହର ସୁବର୍ଣ୍ଣପୁର

ଦିନକୁ ଦିନ ମରୁଭୂଇଁରେ ପରିଣତ ହେବାକୁ ଯାଉଛି ଐତିହାସିକ ସହର ସୁବର୍ଣ୍ଣପୁର । ହଜାର ହଜାର ସଂଖ୍ୟାରେ ସହରର ଗଛ କାଟି ଦିଆଯାଉଥିବା ବେଳେ ଗୋଟିଏ ହେଲେ ବି ଗଛ ଲଗାଯାଇ ପାରୁନାହିଁ । ଅଧିକ ପଢନ୍ତୁ...

ହଜାର ଗଛ କଟିଲା, ହେଲେ ଗୋଟିଏ ବି ଲଗିଲାନି
ହଜାର ଗଛ କଟିଲା, ହେଲେ ଗୋଟିଏ ବି ଲଗିଲାନି
author img

By

Published : Jul 4, 2021, 4:06 PM IST

ସୁବର୍ଣ୍ଣପୁର: ଦିନକୁ ଦିନ ମରୁଭୂଇଁରେ ପରିଣତ ହେବାକୁ ଯାଉଛି ଐତିହାସିକ ସହର ସୁବର୍ଣ୍ଣପୁର । ହଜାର ହଜାର ସଂଖ୍ୟାରେ ସହରର ଗଛ କାଟି ଦିଆଯାଉଥିବା ବେଳେ ଗୋଟିଏ ହେଲେ ବି ଗଛ ଲଗାଯାଇ ପାରୁନାହିଁ । ଜିଲ୍ଲାରେ ବନ ମହୋତ୍ସବ ଆରମ୍ଭ କରିଛି ବନବିଭାଗ ।

ହଜାର ଗଛ କଟିଲା, ହେଲେ ଗୋଟିଏ ବି ଲଗିଲାନି

ରାଜନୈତିକ ବ୍ୟକ୍ତି ବିଶେଷ ଓ ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କୁ ନିମନ୍ତ୍ରଣ କରି ପୁରୁଣା ଜଙ୍ଗଲ ଅଞ୍ଚଳରେ ଗଛ ଲଗାଯାଉଛି । ହେଲେ ସହରରେ ଲୋକେ ଛାଇ ଖୋଜି ପାଉ ନାହାନ୍ତି। ବିକାଶ ନାଁରେ ରାମେଶ୍ବର ନିକଟବର୍ତ୍ତି ପଲାଶ ବଣ, ସୋନପୁର ମହାବିଦ୍ୟାଳୟ ନିକଟବର୍ତ୍ତୀ ପଲାଶ ବଣ ତଥା ବସଷ୍ଟାଣ୍ଡରୁ ମୁଖ୍ୟ ଚିକିତ୍ସାଳୟ ଯାଏଁ ଥିବା କୃଷ୍ଣଚୁଡା ଗଛ କାଟି ଦିଆଯିବା ପରେ ଏବେ ସହର ଭିତରେ ଗଛ ଖୋଜିବାକୁ ପଡୁଛି। ମହାନଦୀ ପୋଲରୁ ତେଲନଦୀ ପୋଲଯାଏଁ ରାସ୍ତା ପ୍ରଶସ୍ତିକରଣ ପାଇଁ 1100 ଗଛ କାଟି ଦିଆଗଲା । ବନବିଭାଗ ସହରରେ ବ୍ୟାପକ ବୃକ୍ଷରୋପଣ ପାଇଁ ସହରବାସୀଙ୍କୁ ପ୍ରତିଶୃତି ବି ଦେଲେ । ହେଲେ ଚଳିତ ବର୍ଷ ଗୋଟିଏ ହେଲେ ବି ଗଛ ଲଗାଯାଇନାହିଁ ।

ଦିନେ ଗ୍ରୀଷ୍ମରେ ଆରାମ ଦାୟକ ସହର ଭାବେ ପରିଗଣିତ ହେଉଥିବା ସୁବର୍ଣ୍ଣପୁର ସହର ଏବେ ରାଜ୍ୟର ଉତ୍ତପ୍ତ ସହର ଭାବେ ପରିଣତ ହୋଇଛି । ସହର ଭିତରେ ଖାଲି ଯାଗାରେ ଗଛ ଲଗାଇବା ପାଇଁ ବିଜେପି ପକ୍ଷରୁ ଏନେଇ ଦାବି ହୋଇଛି । ତେବେ ବୃକ୍ଷ ରୋପଣରେ ଅବହେଳା ପ୍ରଦର୍ଶନ କଲେ ଭବିଷ୍ୟତରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ବିଜେପି ଚେତାବନୀ ଦେଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.