ETV Bharat / state

ହାତୀ ଦାନ୍ତ ବିକ୍ରି ପାଇଁ ଚାଲିଥିଲା ଡିଲ୍: ମାଡି ବସିଲା ବନ ବିଭାଗ, 3 ଅଟକ - ହାତୀ ଦାନ୍ତ ଚୋରା କାରବାର

ହାତୀ ଦାନ୍ତ ଚୋରା କାରବାରରେ 3 ଜଣକୁ ଧରିଲା ବନ ବିଭାଗ । ହାତୀ ଦାନ୍ତ ଜବତ । ଅଧିକ ପଢନ୍ତୁ

ହାତୀ ଦାନ୍ତ ବିକ୍ରି ପାଇଁ ଚାଲିଥିଲା ଡିଲ୍:ମାଡି ବସିଲା ବନ ବିଭାଗ,3 ଅଟକ

author img

By

Published : Jul 7, 2022, 9:59 PM IST

ସମ୍ବଲପୁର : ସମ୍ବଲପୁର ସହରଠାରେ ହାତୀ ଦାନ୍ତ ବିକ୍ରି କରୁଥିବା ରାକେଟ୍ ର ପର୍ଦ୍ଦାଫାଶ କରିଛି ବନବିଭାଗ । ସହରର ଅଇଁଠାପାଲି ଥାନା ଅନ୍ତର୍ଗତ ଏକ ହୋଟେଲ ହାତୀଦାନ୍ତ କାରବାର ନେଇ ଡିଲ କରୁଥିଲେ ୩ ଅଭିଯୁକ୍ତ । ଏହି ସମୟରେ ମାଡି ବସିଥିଲା ବନ ବିଭାଗ ।

ହାତୀ ଦାନ୍ତ ବିକ୍ରି ପାଇଁ ଚାଲିଥିଲା ଡିଲ୍:ମାଡି ବସିଲା ବନ ବିଭାଗ,3 ଅଟକ

ସୂଚନା ଅନୁସାରେ, ଅଇଁଠାପାଲି ଥାନା ଅନ୍ତର୍ଗତ ଏକ ହୋଟେଲ ହାତୀଦାନ୍ତ କାରବାର ନେଇ ଡିଲ କରୁଥିଲେ ୩ ଅଭିଯୁକ୍ତ । ଏକ ନିର୍ଦ୍ଧିଷ୍ଟ ସୂତ୍ରରୁ ସୂଚନା ପାଇ ଅଚାନକ ଚଢ଼ାଉ କରି ୩ ଜଣକୁ ଧରିଥିଲା ବନ ବିଭାଗ । ସେମାନଙ୍କ ଠାରୁ ୨ଟି ହାତୀ ଦାନ୍ତକୁ ଜବତ କରିଛି ବନ ବିଭାଗ ।

ସମ୍ବଲପୁର ସାପଲହରା ଦନ୍ତାହାତୀ ମୄତ୍ୟୁ ଘଟଣା ପରେ ସମ୍ବଲପୁର ବନବିଭାଗ ଏନେଇ ତଦନ୍ତ କରୁଥିଲା । ହେଲେ ସହରରେ ହାତୀ ଦାନ୍ତ ବିକ୍ରି ପାଇଁ ଡିଲ ହେଉଥିବା ସମ୍ବଲପୁର ଓ ବୌଦ୍ଧ ଡିଏଫଓଙ୍କ ମିଳିତ ଉପସ୍ଥିତିରେ ଚଢାଉ କରାଯାଇ ଥିଲା । ତେବେ ଜବତ 2ଗୋଟି ହାତୀ ଦାନ୍ତ ଗୁଡିକ ଗୋଟିଏ ଫୁଟର ହୋଇଥିବାବେଳେ ଏହା ବୌଦ୍ଧ ନିକଟରେ ଶିକାର ହୋଇଥିବା ହାତୀ ମୄତ୍ୟୁ ଘଟଣା ସହ କିଛି ସମ୍ପର୍କ ରହିଛି କି ସେ ନେଇ ବନବିଭାଗ ତଦନ୍ତ କରୁଥିବା ସମ୍ମିଳନୀରେ ସୂଚନା ଦିଆଯାଇଛି।

ଇଟିଭି ଭାରତ,ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.