ETV Bharat / state

ଭୀମସାରକୁ ଅଣଦେଖା, ଜିଲ୍ଲାପାଳ ଅଫିସ ଘେରିଲା BJP - ସମ୍ବଲପୁର ବିଜେପିର ପ୍ରତିବାଦ

ଜିଲ୍ଲାରେ ସ୍ବାସ୍ଥ୍ୟ ଭିତ୍ତିଭୂମିର ଅଭାବ, ବୁର୍ଲାର ଭୀମସାରରେ ଅବ୍ୟବସ୍ଥାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା BJP । ମୁଖ୍ଯମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର । ଅଧିକ ପଢନ୍ତୁ...

ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ଵାସ୍ଥ୍ୟସେବା, VIMSRକୁ ଅଣଦେଖା ଅଭିଯୋଗରେ ଜିଲ୍ଲାପାଳ ଅଫିସ ଘେରିଲା BJP

author img

By

Published : Jul 29, 2021, 7:22 AM IST

ସମ୍ବଲପୁର: ବୁର୍ଲାର ଭୀମସାର ମେଡ଼ିକାଲରେ ଅବ୍ୟବସ୍ଥାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ବିଜେପି । ସମ୍ବଲପୁର ଜିଲ୍ଲାର ବୁର୍ଲା ଭିମସାରରେ ଏକମୋ ମେସିନି ସ୍ଥାପନ ଓ ଜିଲ୍ଲାର ସ୍ଵାସ୍ଥ୍ୟସେବା ଅବ୍ୟବସ୍ଥାକୁ ନେଇ ସମ୍ବଲପୁର BJP ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିଛି ।

ବିପର୍ଯ୍ୟସ୍ତ ସ୍ଵାସ୍ଥ୍ୟସେବା,ବୁର୍ଲା ମେଡ଼ିକାଲକୁ ଅବହେଳା ବିରୋଧରେ ଜିଲ୍ଲାପାଳ ଅଫିସ ଘେରିଲା ବିଜେପି

ପଶ୍ଚିମ ଓଡିଶାର ବୁର୍ଲା ଭିମସାରକୁ ସ୍ଵାସ୍ଥ୍ୟ ସେବାର ଭିତ୍ତିଭୂମି ଯୋଗାଇାବାରେ ରାଜ୍ୟ ସରକାର ପାତରଅନ୍ତର କରୁଥିବା ଅଭିଯୋଗ ଆଣିଛି BJP । ସରକାର କୋରୋନାର ଦ୍ଵିତୀୟ ଲହର ସମୟରେ ପ୍ରସ୍ତୁତ ଥିବା କହିଥିଲେ ମଧ୍ୟ ପଶ୍ଚିମ ଓଡିଶାରେ ଅଧିକ କ୍ଷତି ହୋଇଛି । ଏବେ ତୃତୀୟ ଲହର ପାଇଁ ମଧ୍ୟ ପ୍ରସ୍ତୁତ ଥିବା ସରକାର କହୁଛନ୍ତି । ତେବେ ବୁର୍ଲା ଭିମସାର ମେଡ଼ିକାଲ ସହ ଜିଲ୍ଲାର ସ୍ଵାସ୍ଥ୍ୟସେବାରେ ଭିତ୍ତିଭୁମି ସଜଡା ଯାଉନାହିଁ ବୋଲି BJP ଅଭିଯୋଗ କରିଛି।

ବର୍ତ୍ତମାନ ECMO ସେବା ଆବଶ୍ୟକ କରୁଥିବା ରୋଗୀ ମଧ୍ୟ ପଶ୍ଚିମ ଓଡିଶାରେ ସାମ୍ନାକୁ ଅସୁଥିବାବେଳେ ବୁର୍ଲା ଭୀମସାରରେ ଗୋଟିଏ ହେଲେ ECMO ମେସିନ ନାହିଁ ବ୍ୟବସ୍ଥା କରାଯାଇନଥିବା ଅଭିଯୋଗ କରିଛି ଦଳ । ଏହା ଭିତରେ ରାଜ୍ୟ ସରକାର କଟକ ଏସସିବିକୁ ୯ଟି ECMO ମେସିନ ଯୋଗାଇଛନ୍ତି ତେବେ ବୁର୍ଲା ପାଇଁ ଗୋଟିଏ ବି ନାହିଁ । VIMSR ସ୍ଵାସ୍ଥ୍ୟସେବା ଭିତ୍ତିଭୂମି ସହ ଜିଲ୍ଲାର ସ୍ଵାସ୍ଥ୍ୟସେବା ସଜାଡିବା ପାଇଁ ଜିଲ୍ଲା ବିଜେପି ଦାବି କରିଛି । ପଶ୍ଚିମ ଓଡିଶାର ସ୍ଵାସ୍ଥ୍ୟ ଭିତ୍ତିଭୂମିରେ ସରକାର କୌଣସି ସୁଧାର ନ ଆଣିଲେ ଆଗକୁ ବଡ ଧରଣର ଆନ୍ଦୋଳନ କରିବ ଵୋଲି ଚେତାବନୀ ଦେଇଛି ବିଜେପି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.