ରାୟଗଡା: ଯୁଦ୍ଧକାଳୀନ ଭିତ୍ତିରେ ଗୁଣୁପୁର ଥେରୁବାଲି ରେଳ ଲାଇନ ସମ୍ପ୍ରସାରଣ କରାଯିବ । ସେହିପରି ଗୁଣୁପୁର ସହ ପାରଳାଖେମୁଣ୍ଡି ରେଳ ଷ୍ଟେସନ ଉଚ୍ଚା କରାଯିବ । ଚଳିତ ବର୍ଷ ରେଳ ବଜେଟରେ ଏହି ସବୁ ବିକାଶ ପାଇଁ ଅର୍ଥ ବରାଦ ରଖାଯିବ ବୋଲି ସୂଚନା ଦେଇଛନ୍ତି ୱାଲଟିୟର ଡିଭିଜନର ଡେପୁଟି ଜେନେରାଲ ମ୍ୟାନେଜର ଅନୁପମ ଶତପଥୀ ।
ଦିନିକିଆ ଗୁଣୁପୁର ଗସ୍ତରେ ଆସି ଡେପୁଟି ଜେନେରାଲ ମ୍ୟାନେଜର ଅନୁପମ ଶତପଥୀ ଗୁଣୁପୁରର ବିଭିନ୍ନ ସଂଗଠନଙ୍କ ପାଖରୁ ରେଳବାଇର ବିକାଶ ପାଇଁ ଦାବି ପତ୍ର ଗ୍ରହଣ କରିବା ସହ ବିକାଶ ନେଇ ଆଲୋଚନା କରିଛନ୍ତି । ସେହିପରି ଗୁଣୁପୁର ରେଳ ବିଭାଗର ନୂତନ କୋଠାକୁ ସେ ଉଦଘାଟନ କରିଛନ୍ତି ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ