ETV Bharat / state

ହଟିବ ବସ୍ତି ଗଢିବ ରେଳ ଡିଭିଜନ୍, ଥଇଥାନ ନେଇ ସନ୍ଦେହରେ ବସ୍ତିବାସିନ୍ଦା

author img

By

Published : Nov 24, 2022, 10:56 PM IST

ରାୟଗଡା ରେଳ ଡିଭିଜନ୍ ନିର୍ମାଣ ପାଇଁ ପ୍ରସ୍ତୁତ ହେଉଛି ରେଳ ବିଭାଗ । ରେଳ ଡିଭିଜନ ହେଲେ ହଟିବ ବସ୍ତି, ବାସହରା ହେବେ ବସ୍ତିବାସିନ୍ଦା। ଥଇଥାନ ପାଇଁ ପ୍ରତିଶୃତି ଦିଆଯାଇଥିଲେ ସୁଦ୍ଧା ହୋଇପାରିନାହିଁ। ଫଳରେ ଥଇଥାନ ନେଇ ସନ୍ଦେହରେ ବସ୍ତି ବାସିନ୍ଦା । ଦେଖନ୍ତୁ ଏହି ରିପୋର୍ଟ

ହଟିବ ବସ୍ତି ଗଢିବ ରେଳ ଡିଭିଜନ୍
ହଟିବ ବସ୍ତି ଗଢିବ ରେଳ ଡିଭିଜନ୍

ରାୟଗଡା: ବହୁ ପ୍ରତିକ୍ଷୀତ ରାୟଗଡା ରେଳ ଡିଭିଜନ୍ ନିର୍ମାଣ ପାଇଁ ସଜବାଜ ହେଉଛି ରେଳ ବିଭାଗ । ଗୋଟିଏ ପଟେ ରାୟଗଡା ଜିଲ୍ଲାବାସୀଙ୍କ ସ୍ବପ୍ନ ପୂରଣ ହେବାକୁ ଯାଉଥିବା ବେଳେ ଅନ୍ୟପଟେ ଏହି ରେଳ ଡିଭିଜନ୍ ସାଜିଛି ବସ୍ତିବାସିନ୍ଦାଙ୍କ ଦୁଃଖ। ରେଳ ଡିଭିଜନ ହେଲେ ହଟିବ ବସ୍ତି, ବାସହରା ହେବେ ବସ୍ତିବାସିନ୍ଦା । ଏପଟେ ବସ୍ତି ଖାଲି ପାଇଁ 2019ରୁ ବାରମ୍ବାର ନୋଟିସ୍‌ ମିଳୁଥିଲା ସୁଦ୍ଧା ଜାଗା ଛାଡିବାକୁ ନାରାଜ ଏମାନେ । ଯାହାକୁ ନେଇ ବସ୍ତିବାସିନ୍ଦା ରାୟଗଡା ମ୍ୟୁନିସିପାଲଟି ଅଫିସ ଘେରାଉ କରିବା ସହ ଥଇଥାନ ଦାବି କରିଛନ୍ତି ।

ହଟିବ ବସ୍ତି ଗଢିବ ରେଳ ଡିଭିଜନ୍

ରେଳ ଡିଭିଜନ୍ ନିର୍ମାଣ ପାଇଁ ବିଭାଗର ମୁଖ୍ୟ ସମସ୍ୟା ହେଉଛି ରେଳ ବିଭାଗ ଜମିରେ ଗଢ଼ି ଉଠିଥିବା ବେଆଇନ୍ ବସ୍ତି । ରାୟଗଡା ସହରରେ ଛୋଟ ବଡ ୪୫ ଖଣ୍ଡ ବସ୍ତି ରହିଥିବା ବେଳେ ସେଥି ମଧ୍ୟରୁ ୨୫ ଖଣ୍ଡ ବସ୍ତି ରେଳବାଇ ଜମିରେ ରହିଛି । ରେଳ ଡିଭିଜନ ପାଇଁ 300 ଏକର ଜମିର ଆବଶ୍ୟକ ଥିବା ବେଳେ ସିଂହ ଭାଗ ଜମି ବସ୍ତି ବାସିନ୍ଦାଙ୍କ କବଜାରେ ରହିଛି । ଫଳରେ ଆଗାମୀ ଦିନରେ ରେଳ ବିଭାଗ ନିଜ ଜମିରୁ ସମସ୍ତ ବସ୍ତି ଖାଲି କରିବା ପାଇଁ ଅଣ୍ଟା ଭିଡୁଛି । ଏନେଇ ୨୦୧୯ ଠାରୁ ବସ୍ତି ବାସିନ୍ଦାଙ୍କୁ ରେଳ ବିଭାଗ ତରଫରୁ ବାରମ୍ବାର ନୋଟିସ୍ ଦିଆଯାଇଥିବା ସତ୍ତ୍ବେ ମଧ୍ୟ ଖାଲି ହୋଇପାରୁନି ବସ୍ତି । ଫଳରେ ରେଳ ଡିଭିଜନ୍ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି ରେଳ ମନ୍ତ୍ରାଳୟ ପର୍ଯ୍ୟନ୍ତ ଚାପ ବଢିବାରେ ଲାଗିଛି । କିଛି ସ୍ଥାନରୁ ଜବରଦଖଲକାରୀଙ୍କୁ ଧୀରେଧୀରେ ହଟେଇବା ଅଭିଯାନ ଆରମ୍ଭ କରିଛି ରେଳ ବିଭାଗ ।

ଏହା ମଧ୍ୟ ପଢନ୍ତୁ: Fake Reviews ଦେଉଥିବା କମ୍ପାନୀ ଉପରେ ପଡିବ ଛାଟ ! ନଭେମ୍ବର ୨୫ରୁ ନୂଆ ନିୟମ

ରେଳବାଇ ଜମିରେ ଗଢ଼ି ଉଠିଥିବା ବସ୍ତିମାନଙ୍କୁ ଡିସେମ୍ବର ସୁଦ୍ଧା ଖାଲି କରିବା ପାଇଁ ବିଭାଗ ପକ୍ଷରୁ ଶେଷନୋଟିସ୍ ଜାରି କରାଯାଇଛି । ପୂର୍ବରୁ ୨୦୧୯ ମସିହାରୁ ବସ୍ତି ଖାଲି କରିବା ପାଇଁ ନୋଟିସ୍ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ତେଣୁ ଚଳିତ ଥର ବସ୍ତି ଖାଲି କରିବା ପାଇଁ ଅନ୍ତିମ ନୋଟିସ୍‌ ବୋଲି ରେଳ କର୍ତ୍ତୃପକ୍ଷଙ୍କ ତରଫରୁ ତାଗିଦ କରାଯାଇଛି। ଅନ୍ୟପଟେ ବିଶାଖାପାଟଣା ସ୍ଥିତ ଡିଆରଏମ୍ କାର୍ଯ୍ୟାଳୟକୁ ଡାକି ବସ୍ତିବାସିନ୍ଦାଙ୍କୁ ଶୀଘ୍ର ନିଜ ବ୍ୟବସ୍ଥା କରିବାକୁ କହିଛନ୍ତି ରେଳ କର୍ତ୍ତୃପକ୍ଷ । ରାଜ୍ୟ ସରକାର ତାଙ୍କୁ ଜାଗା ମିଶନରେ ଚିହ୍ନଟ କରିଥିବା ବେଳେ ଅନ୍ୟତ୍ର ଥଇଥାନ ନକରି ଉଚ୍ଛେଦ କରିବା ସହଜେରେ ଗ୍ରହଣ କରି ପାରୁନାହାନ୍ତି । ଏନେଇ ବସ୍ତିବାସୀ ରାୟଗଡା ମ୍ୟୁନିସିପାଲଟି ଅପିସ ଘେରାଉ କରାଯାଇଥିବା ବେଳେ ରେଳ ବିଭାଗ ନା ମୁନିସିପାଲଟି ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ଏନେଇ ଜଣେ ବସ୍ତିବାସିନ୍ଦା କହିଛନ୍ତି, "ଏହି ବସ୍ତିରେ ପ୍ରାୟ 70ରୁ 80 ବର୍ଷ ହେବ ଜନବସତି ରହିଛି। ଏବେ ଉଚ୍ଛେଦ କରିବା ପାଇଁ କହୁଛନ୍ତି। ତେବେ ଆମକୁ ପ୍ରଶାସନ ତରଫରୁ ଥଇଥାନ ପାଇଁ ପ୍ରତିଶୃତି ଦିଆଯାଇଥିଲେ ସୁଦ୍ଧା ତାହା ଆଜି ଯାଏଁ ସଫଳ ହୋଇପାରି ନାହିଁ। ଏପଟେ ରେଳବିଭାଗ ପକ୍ଷରୁ ଜାହା ଛାଡିବା ପାଇଁ ଚାପ ପକାଯାଉଛି। ସେଥିପାଇଁ ଆମେ ଧାରଣାରେ ବସିଛୁ। ଦାବି ପୂରଣ ନହେଲେ ଆତ୍ମହତ୍ୟା କରିବୁ ।"

ଆଗାମୀ ଦିନରେ ଏହି ବସ୍ତିବାସିନ୍ଦା ବେସାହାରା ରହିବେ ନା ରାଜ୍ୟ ସରକାର ଏମାନଙ୍କ ଦୁଃଖ ଦୂର କରିବେ ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.