ETV Bharat / state

ଝଞ୍ଜାବତୀ ନଦୀରେ ଭାସିଯାଇ ଜଣେ ମୃତ - ନଦୀରେ ଭାସିଗଲେ ଯୁବକ

ରାୟଗଡ଼ା ସହର ଦେଇ ଯାଇଥିବା ଝଞ୍ଜାବତୀ ନଦୀରେ ଭାସିଯାଇ ଜଣେ ମୃତ । ଗାଧୋଇବାକୁ ଯାଇ ଆଉ ଘରକୁ ଫେରିନଥିବାରୁ ଥାନାରେ ନିଖୋଜ ମାମଲା ଦାଏର ହୋଇଥିଲା । ଅଧିକ ପଢ଼ନ୍ତୁ

ଝଞ୍ଜାବତୀ ନଦୀରେ ଭାସିଯାଇ ଜଣେ ମୃତ
ଝଞ୍ଜାବତୀ ନଦୀରେ ଭାସିଯାଇ ଜଣେ ମୃତ
author img

By

Published : Aug 31, 2022, 10:15 PM IST

ରାୟଗଡ଼ା: ଝଞ୍ଜାବତୀ ନଦୀରେ ଭାସିଯାଇ ଜଣେ ମୃତ । ମୃତକ ହେଉଛନ୍ତି ରାୟଗଡ଼ା ସହର ଉପକଣ୍ଠରେ ଥିବା କୋଟଲାଗୁଡା ଗ୍ରାମର ଦଣ୍ଡାସି ବିଡ଼ିକାଙ୍କ ପୁଅ ଭାଗି ବିଡ଼ିକା । ସୋମବାର ଗାଧୋଇବାକୁ ଯାଇ ଆଉ ଘରକୁ ଫେରିନଥିବାରୁ ରାୟଗଡା ଥାନାରେ ଏକ ନିଖୋଜ ମାମଲା ଦାଏର ହୋଇଥିଲା ।

ଝଞ୍ଜାବତୀ ନଦୀରେ ଭାସିଯାଇ ଜଣେ ମୃତ

ଗତ ସୋମବାର ଦିନ ସେ ଝଞ୍ଜାବତୀ ନଦୀକୁ ଗାଧାଇବାକୁ ଯାଇଥିଲେ । ତେବେ ଏହାପରେ ସେ ଆଉ ଘରକୁ ଫେରିନଥିବା ମୃତ ଭାଗି ବିଡ଼ିକାଙ୍କ ସ୍ତ୍ରୀ ବାସି ବିଡିକାଙ୍କ କହିଛନ୍ତି । ବହୁତ ଖୋଜାଖୋଜି ପରେ ମଧ୍ୟ ଭାଗିଙ୍କର କୌଣସି ପତା ମିଳିନଥିଲା । ଏନେଇ ପରିବାର ପକ୍ଷରୁ ରାୟଗଡା ଥାନାରେ ଏକ ନିଖୋଜ ମାମଲା ଦାଏର କରାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ନାଗାବଳୀରେ କେମିତି ବାପା ଆଗରେ ଭାସିଗଲା ପୁଅ, ଦେଖନ୍ତୁ ଭିଡିଓ

ତେବେ ଆଜି (ବୁଧବାର) ସକାଳେ ଜୟରାମଗୁଡ଼ା ଗାଁ ନିକଟରେ ଥିବା ଝଞ୍ଜାବତୀ ନଦୀରେ ଏକ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ରାୟଗଡା ପୁଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ନଦୀରୁ ମୃତଦେହ ଉଦ୍ଧାର କରିଥିଲେ । ପରେ ପରିବାର ଲୋକେ ପହଞ୍ଚି ଏହା ଭାଗି ବିଡ଼ିକାଙ୍କ ମୃତଦେହ ବୋଲି ଚିହ୍ନଟ କରିଥିଲେ । ବ୍ୟବଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଥିଲା ପୋଲିସ । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ବ୍ୟବଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର କାରଣ ଜଣାପଡିବ ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.