ETV Bharat / state

ମହାମାରୀ ନେଇ ଗାଁ ଗାଁରେ ସଚେତନ କରିବ ସଚେତନତା ରଥ - corona

ରାୟଗଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କୋଭିଡ ସଚେତନତା ରଥର ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ ସରୋଜ କୁମାର ମିଶ୍ର । ଅଧିକ ପଢନ୍ତୁ...

ଗାଁ ଗାଁରେ ସଚେତନ କରିବ ସଚେତନତା ରଥ
ଗାଁ ଗାଁରେ ସଚେତନ କରିବ ସଚେତନତା ରଥ
author img

By

Published : Jun 6, 2021, 7:25 AM IST

ରାୟଗଡା: କୋରୋନା ମହମାରୀକୁ ନେଇ ଲୋକଙ୍କୁ ସଚେତନ କରିବ ସଚେତନତା ରଥ । ଏ ନେଇ ରାୟଗଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କୋଭିଡ ସଚେତନତା ରଥର ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ ସରୋଜ କୁମାର ମିଶ୍ର ।

ଗାଁ ଗାଁରେ ସଚେତନ କରିବ ସଚେତନତା ରଥ

ବର୍ତ୍ତମାନ ସହରରୁ ଗାଁ ମୁହାଁ ହୋଇଛି କୋରୋନା । ଗାଁମାନଙ୍କରେ ସଂକ୍ରମଣ ହାର ବଢିବାରେ ଲାଗିଛି । ଏ ନେଇ ଗାଁ ଲୋକଙ୍କ ମଧ୍ୟରେ ସଚେତନତା ଆବଶ୍ୟକତା ରହିଛି । ସଂକ୍ରମଣ ବୃଦ୍ଧି ପାଇଥିବାରୁ ଜନ ସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ UNICEF ତରଫରୁ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି, ଲୋକ ସମ୍ପର୍କ ବିଭାଗ ଦ୍ବାରା ସଚେତନତା ରଥ ପରିଚାଳିତ ହୋଇଛି ।

ଏହି ରଥର ମୁଖ୍ୟ ଉଦ୍ଦେଶ୍ୟ ଜିଲ୍ଲାର ସମସ୍ତ ବ୍ଲକ ସଦରରେ ସଚେତନ କରିବା ସହ ଗ୍ରାମାଞ୍ଚଳ ଗୁଡିକରେ ବୁଲି ଲୋକଙ୍କୁ ସଚେତନ କରିବା । ଆସନ୍ତା 18 ତାରିଖ ପର୍ଯ୍ୟନ୍ତ ଏହି ରଥ ଲୋକଙ୍କୁ ସଚେତନ କରିବ ବୋଲି ସୂଚନା ଦେଇଛନ୍ତି ରାୟଗଡା ଜିଲ୍ଲାପାଳ । ଏହି ରଥର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା , ଲୋକ ସମ୍ପର୍କ ଅଧିକାରୀଙ୍କ ସହିତ ଅନ୍ୟମାନେ ଉପସ୍ଥିତି ଥିଲେ ।

ରାୟଗଡାରୁ ରଞ୍ଜନ କୁମାର ରଥ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.