ETV Bharat / state

ଟ୍ରାକ୍ଟରକୁ ଧକ୍କା ଦେଇ ବାଇକ ଚାଳକ ମୃତ, ୨ ଗୁରୁତର

author img

By

Published : Jan 11, 2023, 5:34 PM IST

ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅଞ୍ଚଳରେ ଟ୍ରାକ୍ଟର ସହ ପିଟି ହୋଇ ବାଇକ ଚାଳକଙ୍କ ଗଲା ଜୀବନ । ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

Man died  hitting the tractor
ଟ୍ରାକ୍ଟରକୁ ଧକ୍କା ଦେଇ ବାଇକ ଚାଳକ ମୃତ
ଟ୍ରାକ୍ଟରକୁ ଧକ୍କା ଦେଇ ବାଇକ ଚାଳକ ମୃତ

ରାୟଗଡ଼ା: ଟ୍ରାକ୍ଟରକୁ ଧକ୍କା ଦେଇ ବାଇକ ଚାଳକ ମୃତ । ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ରିଭଲକଣା ଓ ରାମପୁର ରାସ୍ତାକଡ଼ରେ ମଝିରେ ଛିଡା ହୋଇ ରହିଥିବା ଏକ ଟ୍ରାକ୍ଟରକୁ ବାଇକଚାଳକ ଜଣକ ଧକ୍କା ଦେଇଥିଲେ । ଯାହା ଫଳରେ ଜଣେ ବାଇକ ଚାଳକଙ୍କର ମୃତ୍ୟୁ ହୋଇଥିଲା । ଏହାସହ ଏହି ଘଟଣାରେ ଦୁଇଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ଗୁରୁତରଦ୍ବୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତ ଯୁବକ ଜଣକ ହେଲେ ସ୍ଥାନୀୟ ଅଞ୍ଚଳର ରଇତ ହିମିରିକା । ସେହିପରି ଦୁଇ ଗୁରୁତର ହେଲେ ସୁନୀଲ ହିମିରିକା ଓ ଆନିସ ହୁଇକା । ଉଭୟଙ୍କୁ କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି ।

କଲ୍ୟାଣସିଂହପୁରର କରକରିଆ ଲୋଇଚନ ଚିପ୍ସ ବୋଝେଇ ଟ୍ରାକ୍ଟର ନେଇ କଲ୍ୟାଣସିଂହପୁର ଯାଉଥିଲେ । ରିଭଲକଣା ନିକଟରେ ହଠାତ୍ ଟ୍ରାକ୍ଟର ଚକା ପଂଚର ହୋଇଯାଇଥିଲା । କରକରିଆ ଟ୍ରାକ୍ଟରକୁ ରାସ୍ତା କଡ଼ରେ ଛିଡ଼ା କରିଥିଲେ । ସେହି ସମୟରେ ଗୋଟିଏ ବାଇକରେ ୩ ଜଣ ଯୁବକ କଲଟିଗୁଡାରୁ ବାହାରି ରାମପୁର ରସ୍ତାଦେଇ ଯିବା ସମୟରେ ଏହି ଟ୍ରାକ୍ଟର ଡାଲାକୁ ଶକ୍ତ ଧକ୍କା ଦେଇଥିଲେ । ଏହି ଦୁର୍ଘଟଣାରେ ୩ ବାଇକ ଆରୋହୀ ଛିଟିକି ହୋଇ ପଡ଼ିଥିଲେ । ସ୍ଥାନୀୟ ଲୋକେ ଗୁରୁତର ୩ଜଣଙ୍କୁ ଉଦ୍ଧାର କରି ତୁରନ୍ତ ରାୟଗଡ଼ା ଜିଲ୍ଲା ହସ୍ପିଟାଲକୁ ନେଉଥିଲେ । ହେଲେ ବାଟରେ ରଇତ ହିମିରିକାଙ୍କ ମୃତ୍ୟୁ ହୋଇଥିଲା।

ଅନ୍ୟ ୨ଜଣ ଯୁବକଙ୍କୁ ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଉଭୟଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି । ଏହି ଘଟଣାକୁ ନେଇ ଉକ୍ତ ସ୍ଥାନରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି । ଖବରପାଇ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା ପରେ ରାସ୍ତା ରୋକ ହଟିଥିଲା ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.