ETV Bharat / state

୭ ଦଫା ଦାବିରେ ତହସିଲ କାର୍ଯ୍ୟାଳୟ ଘେରାଉ କଲେ ଆଦିବାସୀ

ଆଦିବାସୀ ସଂଘର୍ଷ ମୋର୍ଚ୍ଚା ଓ ସିପିଆଇ ଲିବରେସନ ତରଫରୁ 7 ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ । ଅଧିକ ପଢନ୍ତୁ

author img

By

Published : Oct 16, 2022, 11:30 AM IST

୭ ଦଫା ଦାବିରେ ତହସିଲ କାର୍ଯ୍ୟାଳୟ ଘେରାଉ କଲେ ଆଦିବାସୀ
୭ ଦଫା ଦାବିରେ ତହସିଲ କାର୍ଯ୍ୟାଳୟ ଘେରାଉ କଲେ ଆଦିବାସୀ

ରାୟଗଡା: ଆଦିବାସୀ ସଂଘର୍ଷ ମୋର୍ଚ୍ଚା ଓ ସିପିଆଇ ଲିବରେସନ ତରଫରୁ ରାମନାଗୁଡ଼ା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ । ଆଦିବାସୀ ସଂଘର୍ଷ ମୋର୍ଚ୍ଚା ଓ ସିପିଆଇ ଲିବରେସନ ତରଫରୁ 7 ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ ।

ଆଦିବାସୀ ସଂଘର୍ଷ ମୋର୍ଚ୍ଚା ଓ ସିପିଆଇ ଲିବରେସନ ତରଫରୁ ରାମନାଗୁଡ଼ା ବ୍ଲକର ଖିଲାପଦର ଛକଠାରୁ ଏକ ଶୋଭାଯାତ୍ରା ବାହାରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପହଁଞ୍ଚିଥିଲେ । ସେଠାରେ ସେମାନେ ପହଁଞ୍ଚିବା ପରେ ପ୍ରତିବାଦର ନାରା ଦେଇଥିଲେ । ରାମନାଗୁଡ଼ା ବ୍ଲକ ଅନ୍ତର୍ଗତ ଗୋଗୁପାଡୁ ପଞ୍ଚାୟତର କାଟିକି ଓ ଲାଉଗଡା ଅଞ୍ଚଳରେ ପୂର୍ବ ପୁରୁଷରୁ ରହିଆସିଥିବା ଜମିକୁ ଆନ୍ଧ୍ରପ୍ରଦେଶର ଜମିଦାର ଓ ସାହୁକାରମାନେ ବେଆଇନ ଭାବରେ ରେଜିଷ୍ଟ୍ରେସନ୍ କରିଥିବା ଅଭିଯୋଗ ହୋଇଛି । ତେଣୁ ଏହି ବେଆଇନ ରେଜିଷ୍ଟ୍ରେସନକୁ ନାକଚ କରି ଉକ୍ତ ଜମିକୁ ଆଦିବାସୀମାନଙ୍କ ମଧ୍ୟରେ ପଟ୍ଟା ବଣ୍ଟନ ଦାବିରେ ଆଦିବାସୀ ସଂଘର୍ଷ ମୋର୍ଚ୍ଚା ଓ ସିପିଆଇ ଲିବରେସନ ତରଫରୁ ରାମନାଗୁଡ଼ା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା ।

ରାମନାଗୁଡ଼ା ବ୍ଲକରେ ଆନ୍ଧ୍ର ପ୍ରଦେଶର ଜମି ମାଲିକମାନଙ୍କ ସହ ରାମନାଗୁଡ଼ା ବ୍ଲକର ଫାଣ୍ଡି ଅଧିକାରୀ ମିଳିତ ମେଣ୍ଟ କରି ଆଦିବାସୀ ଜମି ହଡପ କରିଥିବା କହିଛନ୍ତି ଅଭିଯୋଗ କରିଛନ୍ତି ଆଦିବାସୀ ସଂଘର୍ଷ ମୋର୍ଚ୍ଚା ନେତା ତ୍ରିପତି ଗମାଙ୍ଗ । ତେଣୁ ସରକାର ଫାଣ୍ଡି ଅଧିକାରୀଙ୍କ ଅତିଶୀଘ୍ର ବଦଳି ଦାବି କରିଛି ଆଦିବାସୀ ସଂଘର୍ଷ ମୋର୍ଚ୍ଚା ।

ଅନ୍ୟଦାବି ଗୁଡିକ ମଧ୍ୟରେ ସମସ୍ତ ଗରିବ ଲୋକମାନଙ୍କୁ ରାସନ କାର୍ଡ ଦେବା ସହ ପରିବାର ପ୍ରତି 50 କେଜି ଚାଉଳ ଓ ନିତ୍ୟ ବ୍ୟବହୃତ ଜିନିଷ ଯୋଗାଇ ଦିଆଯିବା, ସମସ୍ତଙ୍କୁ MGNREGA କାମରେ ବର୍ଷକୁ 200 ଦିନ କାମ ଦୈନିକ 600 ଟଙ୍କା ମଜୁରୀ ଯୋଗାଇବା, କେନ୍ଦ୍ର ସରକାରଙ୍କ ଦ୍ବାରା ଜଙ୍ଗଲ ଅଧିକାର ଆଇନ 2006 ଓ ଗ୍ରାମସଭାକୁ ଅକାମୀ କରିଦେବାକୁ ହେଉଥିବା ଚକ୍ରାନ୍ତକୁ ବନ୍ଦ କରାଯିବା ସହ 2020 ଜଙ୍ଗଲ ଆଇନ ପ୍ରତ୍ୟାହାର କରାଯିବା, 2022 ବିଦ୍ୟୁତ ଆଇନ ରଦ୍ଦ କରାଯିବା ସହ ରନ୍ଧନ ଗ୍ୟାସର ଦାମ କମେଇବା ଏବଂ ରାମନାଗୁଡ଼ା ତହସିଲଅଞ୍ଚଳରେ ଆଦିବାସୀଙ୍କୁ ଘରଢିହ, ଜଙ୍ଗଲ ଜମି ଚିହ୍ନଟ କରି ତୁରନ୍ତ ପଟ୍ଟା ଯୋଗାଇ ଦେବା ପାଇଁ ତହସିଲଦାରଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.