ETV Bharat / state

Ratha Yatra: ପୋଲିସ ପ୍ରସ୍ତୁତି ସମୀକ୍ଷା କଲେ DGP, ମୁତୟନ ହେବେ 160 ପ୍ଲାଟୁନ ଫୋର୍ସ

ଡିଜିପି ସୁନୀଲ ବଂଶଲ କହିଛନ୍ତି ଟ୍ରାଫିକ ବ୍ୟବସ୍ଥାକୁ 3ଟି ଭାଗରେ ବିଭକ୍ତ କରାଯାଇଥିବା ବେଳେ ସ୍ଵତନ୍ତ୍ର ପ୍ଲାନ ସହ ଟ୍ରାଫିକ ବ୍ୟବସ୍ଥାର ସୁପରିଚାଳନା ପାଇଁ ହୋଇଛି ସ୍ଵତନ୍ତ୍ର ବ୍ୟବସ୍ଥା । ଅଧିକ ପଢନ୍ତୁ

RathaYatra2023: ପୋଲିସ ପ୍ରସ୍ତୁତିର ସମୀକ୍ଷା କଲେ DGP, ମୁତୟନ ହେବେ 160 ପ୍ଲାଟୁନ ଫୋର୍ସ

author img

By

Published : Jun 17, 2023, 10:56 PM IST

ପୋଲିସ ପ୍ରସ୍ତୁତିର ସମୀକ୍ଷା କଲେ DGP, ମୁତୟନ ହେବେ 160 ପ୍ଲାଟୁନ ଫୋର୍ସ

ପୁରୀ: ବିଶ୍ବ ପ୍ରସିଦ୍ଧ ରଥଯାତ୍ରାକୁ ନେଇ ପୋଲିସର ପ୍ରସ୍ତୁତି ସମୀକ୍ଷା କଲେ ପୋଲିସ ଡିଜି ସୁନୀଲ ବଂଶଲ । ଚଳିତ ବର୍ଷ ରଥଯାତ୍ରାରେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ସହ ସମଗ୍ର ସୁରକ୍ଷା ବ୍ୟବସ୍ଥାକୁ ବିଭିନ୍ନ ଭାଗରେ ବିଭକ୍ତ କରାଯାଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ସୁରକ୍ଷା ଓ ସେବାକୁ ପ୍ରାଥମିକତା ଦିଆଯାଇଛି। ପୁରୀ ପୌର ସଦନରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ବୈଠକ କରି ଏହି ସୂଚନା ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ ।

ଡିଜିପି ବଂଶଲ କହିଛନ୍ତି ଟ୍ରାଫିକ ବ୍ୟବସ୍ଥାକୁ 3ଟି ଭାଗରେ ବିଭକ୍ତ କରାଯାଇଥିବା ବେଳେ ସ୍ଵତନ୍ତ୍ର ପ୍ଲାନ ସହ ଟ୍ରାଫିକ ବ୍ୟବସ୍ଥାର ସୁପରିଚାଳନା ପାଇଁ ହୋଇଛି ସ୍ଵତନ୍ତ୍ର ବ୍ୟବସ୍ଥା । ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ସିସିଟିଭି କ୍ୟାମେରା ଓ କଣ୍ଟ୍ରୋଲ ରୁମ ମାଧ୍ୟମରେ ତୀକ୍ଷ୍ଣ ନଜର ରଖାଯିବ । ଚଳିତ ବର୍ଷ ବ୍ୟାପକ ଭକ୍ତଙ୍କ ସମାଗମକୁ ଆଖି ଆଗରେ ରଖି ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଏଡିଜି, ଆଇଜି ଓ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ସାମିଲ ହୋଇଥିଲେ ।

ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ ଦର୍ଶନ ଓ ପୋଲିସ ସେବା ମନୋଭାବ ନେଇ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବାକୁ ପ୍ରାଥମିକତା ଦିଆଯାଇଛି । ରେଳବାଇ ଓ ତଟ ସୁରକ୍ଷା ସହ ରଥଯାତ୍ରା ପାଇଁ 180 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ସେହିପରି ପହଣ୍ଡି, ରଥଟଣା, ଜନଗହଳି ନିୟନ୍ତ୍ରଣ, ଭିଆଇପିଙ୍କ ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥା ପରିଚାଳନା ପାଇଁ ବଛା ବଛା 1000 ରୁ ଉର୍ଦ୍ଧ୍ବ ଅଧିକାରୀ ମୁତୟନ କରାଯିବ ।

ଅନ୍ୟପଟେ ଟ୍ରାଫିକ ବ୍ୟବସ୍ଥା ସୁପରିଚାଳନା ପାଇଁ ସ୍ବତନ୍ତ୍ର ଟ୍ରାଫିକ ମୋବିଲିଟି ପ୍ଲାନ କରାଯାଇଛି । ବଡଦାଣ୍ଡ ଓ ସହରକୁ 14ଟି ଜୋନ ଓ 29ଟି ସେକ୍ଟରରେ ବିଭକ୍ତ କରାଯାଇଛି । କଣ୍ଟ୍ରୋଲ ରୁମ ସହ ସହର ଭିତରେ ଦୁଇଟି ଓ ସହର ବାହାରେ ଗୋଟିଏ ଭାଗରେ ଟ୍ରାଫିକ ବ୍ୟବସ୍ଥା ନେଇ ବ୍ୟବସ୍ଥା କରାଯାଇଛି । ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା ସହ ଖୁବଶୀଘ୍ର ରୁଟଚାର୍ଟ ପ୍ରସ୍ତୁତ କରାଯିବ । ସ୍ବତନ୍ତ୍ର କଣ୍ଟ୍ରୋଲ ରୁମ ମାଧ୍ୟମରେ ଟ୍ରାଫିକ ବ୍ୟବସ୍ଥାର ନିୟନ୍ତ୍ରଣ କରାଯିବ । ଏଥିସହ ନବଯୌବନ ଦର୍ଶନ, ରଥଯାତ୍ରା, ସନ୍ଧ୍ୟା ଦର୍ଶନ, ବାହୁଡା ଯାତ୍ରା, ସୁନାବେଶ ଓ ରଥର ଅନ୍ୟ ଦିନ ଓ ଜରୁରୀକାଳୀନ ପରିସ୍ଥିତି ପାଇଁ ସ୍ବତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି । ରଥଯାତ୍ରା ପାଇଁ ଟ୍ରାଫିକ ବ୍ୟବସ୍ଥା ଦାୟିତ୍ବରେ ଥିବା ଆଇଜି ଅମିତାଭ ଠାକୁର ଏହି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.