ETV Bharat / state

ପୁରୀରେ ପହଞ୍ଚିଲା ସପ୍ତମ ପର୍ଯ୍ୟାୟ ରଥ କାଠ

author img

By

Published : May 8, 2021, 7:10 PM IST

ଚଳିତବର୍ଷ ରଥଯାତ୍ରା ପାଇଁ ପ୍ରସ୍ତୁତ ଶ୍ରୀମନ୍ଦିର ପ୍ରଶାସନ । ବୌଦ୍ଧ ବନଖଣ୍ଡରୁ ଆଜି ସପ୍ତମ ପର୍ଯ୍ୟାୟରେ ୮ ଖଣ୍ତ ଧଉରା କାଠ ଏକ ଟ୍ରକରେ ଆସି ପୁରୀ ରଥଖଳାରେ ପହଞ୍ଚିଛି । ଅଧିକ ପଢନ୍ତୁ...

ପୁରୀରେ ପହଞ୍ଚିଲା ସପ୍ତମ ପର୍ଯ୍ୟାୟ ରଥ କାଠ
ପୁରୀରେ ପହଞ୍ଚିଲା ସପ୍ତମ ପର୍ଯ୍ୟାୟ ରଥ କାଠ

ପୁରୀ: ଚଳିତବର୍ଷ ରଥଯାତ୍ରା ପାଇଁ ପ୍ରସ୍ତୁତ ଶ୍ରୀମନ୍ଦିର ପ୍ରଶାସନ । ବୌଦ୍ଧ ବନଖଣ୍ଡରୁ ଆଜି ସପ୍ତମ ପର୍ଯ୍ୟାୟରେ ୮ ଖଣ୍ତ ଧଉରା କାଠ ଏକ ଟ୍ରକରେ ଆସି ପୁରୀ ରଥଖଳାରେ ପହଞ୍ଚିଛି । ଚଳିତବର୍ଷ ରଥଯାତ୍ରା ପାଇଁ ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକ ଥିବାବେଳେ ପୂର୍ବ ବର୍ଷର ୬୯ ଖଣ୍ଡ କାଠ ବଳକା ରହିଛି । ତେଣୁ ଚଳିତ ରଥଯାତ୍ରା ପାଇଁ ୭୯୬ ଖଣ୍ଡ କାଠର ଆବଶ୍ୟକତା ରହିଛି ।

ପୁରୀରେ ପହଞ୍ଚିଲା ସପ୍ତମ ପର୍ଯ୍ୟାୟ ରଥ କାଠ

ତେବେ ୭୯୬ ଖଣ୍ଡ କାଠରୁ ଆଜି ପର୍ଯ୍ୟନ୍ତ ମୋଟ ୨୪୫ ଖଣ୍ଡ ରଥଖଳାକୁ ଆସିଥିବା ବେଳେ କଟକ ଖପୁରିଆ ସ ମିଲକୁ ଯାଇଛି ୨୭୬ ଖଣ୍ଡ କାଠ । ମୋଟ ୫୨୧ ଖଣ୍ଡ କାଠ ପହଞ୍ଚିଥିବା ବେଳେ ବଳକା ୨୭୫ ଖଣ୍ଡ କାଠ ପର୍ଯ୍ୟାୟ କ୍ରମେ ଆସି ପହଞ୍ଚିବ । ତେବେ ଗତ ସରସ୍ୱତୀ ପୂଜା ଦିନ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ତିନୋଟି କାଠକୁ ପାରମ୍ପରିକ ବିଧିରେ ପୂଜାର୍ଚ୍ଚନା କରାଯାଇଥିଲା । ଇତିମଧ୍ୟରେ ରାମନବମୀ ଦିନ କଟକ ଖପୁରୀଆ ସ ମିଲରେ ରଥକାଠ ଚିରଟ ଅନୁକୂଳ ହୋଇଥିବା ବେଳେ ଆସନ୍ତା ଅକ୍ଷୟ ତୃତୀୟା ଦିନ ତିନି ରଥ ନିର୍ମାଣର ଶୁଭାରମ୍ଭ ହେବାର ବିଧି ରହିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.